ଦୁର୍ନୀତିର ଗନ୍ତାଘର ହୋଇଛି ଶିକ୍ଷାନୁଷ୍ଠାନ, ଟିମ୍ ୱାର୍କ ନାଁରେ ଚାଲିଛି ଲୁଟ୍: ବିଜେପି

By

Published : Jul 21, 2023, 9:13 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ଏହି ପ୍ରେସ୍‌ମିଟରେ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ପିଜିଆଇରେ ଓଡ଼ିଶା ସବୁଠୁ ତଳେ । 5T ବିଭାଗ ଅଧିନରେ ସ୍କୁଲ କରି କେବଳ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । 50 ଲକ୍ଷ ଟଙ୍କା ବ୍ୟୟ କରି ସ୍କୁଲ୍‌ ଭିତ୍ତିଭୂମି ନିର୍ମାଣ କରାଯାଇଛି । କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ତାଳଦା ପଞ୍ଚାୟତରେ 19 ତାରିଖ ଦିନ ଛାତ ସିଲିଂ ଭୁଶୁଡ଼ି ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି । ଜଣେ ଗର୍ଭବତୀ ମଧ୍ୟ ଘଟଣା ସ୍ଥଳରେ ଥିଲେ।" 
 

ଏହା ବି ପଢନ୍ତୁ...ଆଖି ଖୋଲିଦେଲା ଅମ୍ଲାନ ରିପୋର୍ଟ, ଭୋଟ ବ୍ୟାଙ୍କ ଲକ୍ଷ୍ୟରେ ରାଜ୍ୟ ସରକାର: ଲେଖାଶ୍ରୀ

ଏହାସହ "6 ମାସ ତଳେ ତିଆରି ହୋଇଥିବା ଛାତ କେମିତି ଭୁଶୁଡ଼ିଲା ?" ବୋଲି ବିଭୁ ପ୍ରସାଦ ପ୍ରଶ୍ନ କରିଛନ୍ତି।  ସେ କହିଛନ୍ତି, "ଭିତ୍ତିଭୂମି ସବଳ ହେବା ଜାଗାରେ ଦୁର୍ବଳ ହୋଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ଶିକ୍ଷକ ନାହାନ୍ତି । ଦୁର୍ନୀତିର ଗନ୍ତାଘର ହୋଇଛି ଶିକ୍ଷାନୁଷ୍ଠାନ । ଲୁଟେରାମାନେ ଶିକ୍ଷାନୁଷ୍ଠାନଗୁଡିକୁ ଲୁଟ୍ କରୁଛନ୍ତି । ବିଡିଓ ଏବଂ ଜେଇଙ୍କୁ ନିଲମ୍ବନ କରାଯାଉ । ଜିଲ୍ଲାପାଳଙ୍କୁ ପଠାଇ ସମସ୍ୟାର ସମାଧାନ କରାଯାଉ ।" ବୋଲି ପ୍ରେସ୍‌ମିଟ ଜରିଆରେ କହିଛନ୍ତି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ । 

ସେପଟେ ବିଶ୍ବ ବିଦ୍ୟାଳୟ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ତେଜେଶ୍ବର ପରିଡ଼ା। ସେ ଆହୁରି କହିଛନ୍ତି, "ଓଡ଼ିଶା ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ମରୁଡି । ନାକ୍ ମାନ୍ୟତା ହ୍ରାସ ପାଉଛି ବିଶ୍ୱବିଦ୍ୟାଳୟରେ । ରାଜ୍ୟ ସରକାର ଗବେଷଣା ଓ ଗୁଣାତ୍ମକ ଶିକ୍ଷାକୁ ନେଇ ବାଃ ବାଃ ନେଉଥିବାବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ବିଫଳ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୮୨ଟି ଅଧ୍ୟାପକ ପଦବୀରୁ ୮୦ ପଦବି ଖାଲି ପଡିଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ୨୪୫ ଅଧ୍ୟାପକଙ୍କ ଆବଶ୍ୟକତା ରହିଛି । ସରକାର ୧୩୯ ଅଧ୍ୟାପକ ପଦବିକୁ ମଞ୍ଜୁର କରିଛନ୍ତି ହେଲେ ୬୦ଜଣ ଅଧ୍ୟାପକରେ ପାଠପଢ଼ା ଚାଲିଛି । ଏଠାରେ ୩୨ ବିଭାଗରେ ୧୦୩୬ ସିଟ୍ ରହିଛି ହେଲେ ୬୦ଜଣ ଅଧ୍ୟାପକରେ କିପରି ପାଠପଢ଼ା ଏବଂ ଗବେଷଣା ହେଉଛି ?"  ଏହି ଭଳି ଭାବରେ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.