Matric Result: 98.16% ମାର୍କ ରଖି ବ୍ରହ୍ମପୁର ଟପ୍ପର ହେଲେ ବିଶ୍ୱଜିତ ଭୂୟାଁ

By

Published : May 18, 2023, 4:37 PM IST

thumbnail

ବ୍ରହ୍ମପୁର: ପ୍ରକାଶ ପାଇଛି ଚଳିତବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । ପାସ୍ ହାର ରାଜ୍ୟରେ ୯୬.୪ ପ୍ରତିଶତ ରହିଛି। ବର୍ଷ ତମାମ କଷ୍ଟ କରି ପରୀକ୍ଷା ଦେଇଥିଲେ ବିଦ୍ୟାର୍ଥୀମାନେ । ଫଳ ପ୍ରକାଶ ପାଇବା ପରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ତେବେ ବ୍ରହ୍ମପୁର ସହରର ରାମହରିନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର ବିଶ୍ୱଜିତ ଭୂୟାଁ ୯୮.୧୬ ପ୍ରତିଶତ ମାର୍କ ରଖି ସହରରେ ସର୍ବାଧିକ ମାର୍କ ରଖିବା ସହିତ ରାଜ୍ୟରେ ଅଧିକା ମାର୍କ ରଖିଥିବା ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଏନେଇ ବିଦ୍ୟାର୍ଥୀ, ଅଭିଭାବକ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟି ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି । ତେବେ ରାଜ୍ୟରେ ପୁଅଙ୍କ ଅପେକ୍ଷା ଝିଅଙ୍କ ରେଜଲ୍ଟ ଭଲ ହୋଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଦ୍ୟାର୍ଥୀ ମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.