ବଜାୟ ରହିଲା ପରମ୍ପରା, ଦ୍ବିତୀୟ ଦିନରେ ଭାଇ ଭଉଣୀଙ୍କ ସହ ଜନ୍ମବେଦୀରେ ପହଞ୍ଚିଲେ ମହାପ୍ରଭୁ ବଳଦେବଜୀଉ

By

Published : Jun 21, 2023, 11:03 PM IST

thumbnail

କେନ୍ଦ୍ରାପଡା: ଗୁଣ୍ଡିଚାର ଦ୍ଵିତୀୟ ଦିନରେ ଗୁଣ୍ଡିଚା ମନ୍ଦିର ଚକଡ଼ାରେ ଲାଗିଲା ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଗତକାଲି ପହଣ୍ଡି ନୀତିରେ ବିଳମ୍ବ ହୋଇଥିବା ଓ ସନ୍ଧ୍ୟା ହୋଇଯିବା କାରଣରୁ ବର୍ଷ ବର୍ଷର ପରମ୍ପରା ଭଙ୍ଗ ହୋଇ ରଥଟଣା ଯାଇପାରିନଥିଲା । ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁଯାୟୀ ପୁରୀ ଶ୍ରୀକ୍ଷେତ୍ରରେ ରଥ ଗୋଟିଏ ଦିନରେ ଟଣା ଯାଉଥିବା ବେଳେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ରଥଯାତ୍ରା ଦିନ ମାତ୍ର ଗୋଟିଏ ଦଉଡି ରଥ ଟଣାଯାଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରଥ ଅଟକି ରହିଥାଏ । ପରଦିନ ଅର୍ଥାତ ଦ୍ଵିତୀୟ ଗୁଣ୍ଡିଚା ଅବସରରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ପବିତ୍ର କୁଅରୁ ପାଣି ଅଣାଯାଇ ଶ୍ରୀଜୀଉ ମାନଙ୍କୁ ସ୍ନାନ କରାଯାଇଥାଏ ଓ ମଦନମୋହନ ଏବଂ ମହାପ୍ରଭୁ ବଳଦେବଜୀୟୁଙ୍କ ମଧ୍ୟରେ ଭେଟଘାଟ ହୋଇଥାଏ । ଅନ୍ୟପଟେ ଲୋକ ବିଶ୍ବାସ ଅନୁଯାୟୀ, ତୁଳସୀକ୍ଷେତ୍ରରେ ଦ୍ଵିତୀୟ ଦିନରେ ଅନୁଷ୍ଠିତ ହେଉଥିବା ରଥରେ ପୁରୀରୁ ଆସି ସ୍ବୟଂ ପ୍ରଭୁ ଜଗନ୍ନାଥ ଓ ଭଗିନୀ ସୁଭଦ୍ରା ବ୍ରହ୍ମ ତାଳଧ୍ଵଜ ରଥରେ ବିରାଜମାନ କରିଥାଆନ୍ତି । ଏହି ପ୍ରଥା ଓ ପରମ୍ପରାକୁ ବଜାୟ ରଖି ଆଜି ଅପରାହ୍ନରେ ରଥ, ପଥ ସମସ୍ତେ ଏକାକାର ହୋଇ ବଡଦାଣ୍ଡରେ ଶ୍ରୀବିଗ୍ରହ ମାନଙ୍କୁ ରଥାରୂଢ କରି ଗୁଣ୍ଡିଚା ରାଣୀଙ୍କ ମନ୍ଦିର ଚକଡ଼ାରେ ପହଞ୍ଚାଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.