ଖସିବ ଉଲକା ପିଣ୍ଡ, ଆକାଶରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ !

By

Published : Aug 12, 2023, 8:03 PM IST

thumbnail

ଲକ୍ଷ୍ନୌ: ଆଜି ଆକାଶରେ ଦେଖିବାକୁ ମିଳିପାରେ ମହାଜାଗତିକ ଦୃଶ୍ୟ। ଅଗଷ୍ଟ 12 ତାରିଖ ଅର୍ଥାତ ଆଜି ରାତିରେ ଉଲକା ପିଣ୍ଡ ଖସିବା ନେଇ ସୂଚନା ଦେଇଛନ୍ତି ବୈଜ୍ଞାନିକ । ଫଳରେ ଖାଲି ଆଖିରେ ଆକାଶରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିବ। 1 ଘଣ୍ଟାରେ ପ୍ରାୟ 60ରୁ 80ଟି ଉଲକା ପିଣ୍ଡ ଖସିପାରେ ବୋଲି ଆକଳନ କରିଛନ୍ତି ବୈଜ୍ଞାନିକ। ପୃଥିବୀର 100କିଲୋମିଟର ଉର୍ଦ୍ଧ୍ବରୁ ଘଣ୍ଟା ପ୍ରତି 60କିଲୋମିଟର ବେଗରେ ଏହି ଉଲକାମାନ ଆକାଶରୁ ଖସିପାରେ । 

ଏହା ବି ପଢନ୍ତୁ...ଅନୁଗୋଳରେ ସ୍ପେସ ଅନ ହୁଇଲ, ଛାତ୍ରଛାତ୍ରୀ ଜାଣିଲେ ମହାକାଶ ବିଜ୍ଞାନର ଗହନ କଥା

ଏନେଇ ଜ୍ୟୋତିର୍ବିଦ ଅମର ପାଲ ସିଂ କହିଛନ୍ତି, ସୌରମଣ୍ଡଳରେ ସୂର୍ଯ୍ୟ ଓ ଗ୍ରହ ମାନଙ୍କ ମଧ୍ୟରେ ପଥର ଖଣ୍ଡ ଭଳି କଣିକାମାନ ରହିଛି । ଯାହାକି ସମୟକ୍ରମେ ତଳକୁ ଖସିଥାଏ । ଏହା ତୀବ୍ର ଗତିରେ ଆସୁଥିବାରୁ ବାୟୁମଣ୍ଡଳରେ ଘର୍ଷଣ ଫଳରେ ଏହା ଜଳି ଉଠେ । ଯାହାକୁ ଉଲକା ପିଣ୍ଡ ବୋଲି କୁହାଯାଇଥାଏ । ତେବେ ଆଜି ରାତି 2ଟାରୁ ଭୋର ପର୍ଯ୍ୟନ୍ତ ଏହିଭଳି ଅନେକ ଉଲକାମାନ ଖସୁଥିବାର ଦୃଶ୍ୟମାନ ହୋଇପାରେ। ଏହି ବିରଳ ଦୃଶ୍ୟ ଦେଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଖୋଲା ତଥା ବିସ୍ତୃତ ଆକାଶ ତଳେ ରହିବା ଆବଶ୍ୟକ । ଏହାସହ ଅଧିକ ଆଲୋକୀକରଣ ନଥିବା ପ୍ରଦୂଷଣମୁକ୍ତ ସ୍ଥାନରେ ଖୋଲା ଆକାଶ ତଳେ ଛିଡା ହେଲେ ଏହି ଦୃଶ୍ୟ ଦେଖି ହେବ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.