Cyclone Biparjoy: କାଣ୍ଡଲା ପୋର୍ଟରେ ବନ୍ଦ ହେଲା ଅପରେସନ୍, ଦେଖନ୍ତୁ ଭିଡିଓ

By

Published : Jun 13, 2023, 9:24 PM IST

thumbnail

ଗାନ୍ଧୀନଗର: ଗୁରୁବାର ସଂଧ୍ୟା ସୁଦ୍ଧା ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବିପର୍ଯ୍ୟୟ’। ଏବେଠାରୁ ଏହାର ପ୍ରଭାବ ଗୁଜୁରାଟ ଓ ମହାରାଷ୍ଟ୍ର ଉପକୂଳରେ ଅନୁଭୂତ ହେବା ମଧ୍ୟ ଆରମ୍ଭ ହୋଇଗଲାଣି । ଏଥିପାଇଁ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ପଶ୍ଚିମ ଉପକୂଳର ଅନ୍ୟତମ ବ୍ୟସ୍ତ ବନ୍ଦର କାଣ୍ଡଲାରେ ସମସ୍ତ ଅପରେସନ ବନ୍ଦ । ସମଗ୍ର ପୋର୍ଟରୁ କାର୍ଯ୍ୟରତ ଅଧିକାରୀ ଓ ଶ୍ରମିକଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦରର ଡକରେ ଗୋଟିଏ ହେଲେ ଜାହାଜ ମଧ୍ୟ ନାହିଁ । ସାମୟିକ ସମୟ ପାଇଁ ସିପିଂ ଅପରେସନ ବନ୍ଦ ରହିଛି । ପାଣିପାଗ ବିଜ୍ଞାନ ବିଭାଗର ସୂଚନା ଅନୁସାରେ, ଗୁରୁବାର ସଂଧ୍ୟା ମଧ୍ୟରେ ଏହି ବାତ୍ୟା ଅତି ଭୀଷଣ ବାତ୍ୟା ରୂପରେ ସୌରାଷ୍ଟ୍ର ଓ କଚ୍ଚ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ସ୍ଥଳଭାଗ ଅତିକ୍ରମ କରିବା ବେଳେ ସର୍ବାଧିକ ପବନର ବେଗ 125 ରୁ 150 କିମି ଘଣ୍ଟାପ୍ରତି ରହିବ । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.