ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Aug 8, 2023, 9:53 PM IST

thumbnail

ଜଗତସିଂହପୁର: ମହାନଦୀକୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣଙ୍କ ଭରା ନଦୀକୁ ଡେଇଁ ପଡିବା ପରେ ସମୁଦ୍ର ମୁଁହାଣ ନିକଟରୁ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏପରି ଘଟଣା ଘଟିଛି ଜଗତସିଂହପୁର ପାରାଦ୍ୱୀପ ଉପକଣ୍ଠ ଭୂତମୁଣ୍ଡେଇ ନିକଟରେ ଥିବା ମହାନଦୀ ପୋଲରେ । 

ସୂଚନା ଅନୁଯାୟୀ, ଭୂତମୁଣ୍ଡେଇ ଅଞ୍ଚଳର ଜଣେ ଜୈନିକ ମହିଳାଙ୍କ ଘରେ କୌଣସି କାରଣ ବସ୍ତତଃ ପାଟିତୁଣ୍ଡ ହୋଇଥିଲା । ଫଳରେ ମହିଳା ଜଣଙ୍କ ରାଗିଯାଇ ଘର ଛାଡ଼ି ଆସିବା ସହିତ ଭୂତମୁଣ୍ଡେଇ ମହାନଦୀ ପୋଲ ଉପରକୁ ଯାଇଥିଲେ । ସେଠାରେ କିଛି ଛିଡା ହେବାପରେ ହଠାତ ପୋଲବାଡ଼ା ଉପରକୁ ଚଢି ହଠାତ  ନଦୀଗର୍ଭକୁ ଡେଇଁ ପଡ଼ିଥିଲେ । ଦୂରରେ କିଛି ଲୋକ ଏହାଦେଖି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ । ପରେ କିଛିଲୋକ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ପ୍ରଖର ସ୍ରୋତ ମହିଳାଙ୍କୁ ସମୁଦ୍ର ମୁଁହାଣ ପ୍ରଯ୍ୟନ୍ତ୭ କିଲୋମିଟର ନେଇ ଆସିଥିଲା। ତେବେ ସମୁଦ୍ର ନିକଟ ମହାନଦୀ ମୁହାଁଣ ନିକଟରୁ ମହିଳାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି । 

ଇଟିଭି ଭାରତ, ଜଗତସିଂହପୁର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.