ଦୀର୍ଘ ୧୬ ଘଣ୍ଟା ପରେ ମିଳିଲା ନିଖୋଜ ଆଦିବାସୀ ମହିଳାଙ୍କ ମୃତଦେହ

By

Published : Mar 24, 2023, 9:58 PM IST

thumbnail

ଯାଜପୁର: ଦୀର୍ଘ ୧୬ ଘଣ୍ଟା ପରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ପାଣିକୋଇଲି ଥାନା ସାହାପୁରଛନ୍ଦା ନିକଟରୁ ମିଳିଲା ନିଖୋଜ ଥିବା ମହିଳାଙ୍କ ମୃତଦେହ । ଯାଜପୁର ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ଖରସ୍ରୋତା ନଦୀରେ ନିଖୋଜ ହୋଇଯାଇଥିଲେ ଜଣେ ମହିଳା । ଏହାକୁ ନେଇ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହ କୁଆଖିଆ ଥାନାକୁ ଜଣାଇଥିଲେ । ଘଟଣା ସ୍ଥଳରେ କୁଆଖିଆ ପୋଲିସ ପହଁଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ମହିଳାଙ୍କ କୌଣସି ସନ୍ଧାନ ମିଳିନଥିଲା । ତେବେ ମହିଳାଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଯୁବକ ଖୋଜାଖୋଜି ପରେ ବ୍ରିଜ୍‌ଠୁ ମାତ୍ର ଗୋଟାଏ କିଲୋମିଟର ଦୂର ସାହାପୁର ଛନ୍ଦା ବନ୍ଧରୁ ମହିଳାଙ୍କ ମୃତଦେହ ମିଳିଥିଲା । ତେବେ ମୃତ ମହିଳା ଜଣକ ମସୁଦପୁର ଅଞ୍ଚଳର ଆଦିବାସୀ ମହିଳା କୁନି ମୁଣ୍ଡା ବୋଲି ଜଣାପଡିଛି । ସେପଟରେ ଖବର ପାଇ ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ଅଧକ୍ଷ ପହଞ୍ଚି ମୃତ ମହିଳାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବା ସହ ଦୁଇ ଶିଶୁଙ୍କ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.