Karimnagar Doctors Music Therapy: କୋମା ରୋଗୀ ହେଉଛନ୍ତି ସୁସ୍ଥ

By

Published : Apr 4, 2022, 10:57 PM IST

Updated : Feb 3, 2023, 8:22 PM IST

thumbnail

ହାଇଦ୍ରାବାଦ: ସଙ୍ଗୀତ ଶୁଣି ଅସୁସ୍ଥ ବ୍ୟକ୍ତି ଆରୋଗ୍ୟ ହେବାର ଶୁଣିବାକୁ ମିଳୁଥିଲା । ଆଉ ଏହାକୁ ସତ କରି ଦେଖାଛନ୍ତି ତେଲେଙ୍ଗାନା କରିମନଗର ଜିଲ୍ଲାର ଡାକ୍ତରମାନେ । ମାସମାସ ଧରି ଶଯ୍ୟାଶାୟୀ ଥିବା ରୋଗୀଙ୍କ ଉପରେ ମ୍ୟୁଜିକ୍ ଥେରାପି ବେଶ କାର୍ଯ୍ୟ କରୁଛି ବୋଲି ଡାକ୍ତର ମାନେ କହିଛନ୍ତି । ଏକ ବେସରକାରୀ ଡାକ୍ତରଖାନାର ପେଡାପାଲ୍ଲୀ ଜିଲ୍ଲାର ସୁଲତାନାବାଦ ଜୋନ ଅନ୍ତର୍ଗତ ଗୋଲାପାଲିର ବାସିନ୍ଦା ଶ୍ରୀନିବାସ ଜଣ୍ଡିସ ସମ୍ବନ୍ଧୀୟ ରୋଗରେ ମସ୍ତିଷ୍କରେ ଅମ୍ଳଜାନ ଅଭାବରୁ ଗୁରୁତର ହୋଇପଡିଥିଲେ। ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପରେ 25 ଦିନ ପୂର୍ବେ କରିମନଗରର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶରୀରରେ ଗତିବିଧି ଆଣିବା ଲକ୍ଷ୍ୟରେ ନର୍ସମାନେ ଚଳଚ୍ଚିତ୍ର ଗୀତରେ ନାଚିବା ଆରମ୍ଭ କରିଥିଲେ ଧିରେଧିରେ ସେ ଆଖି ଖୋଲୁଛନ୍ତି ଏବଂ ଗୋଡକୁ ଟିକିଏ ଗତି କରୁଛନ୍ତି । ତାଙ୍କର ମାନସିକ ସ୍ଥିତି ଫେରୁଥିବାରୁ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ଏହି ମ୍ୟୁଜିକ୍ ଥେରାପି ଜାରି ରଖିବେ ବୋଲି ଡାକ୍ତରମାନେ କହିଛନ୍ତି ।

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.