Cyclone Jawad Effect: ଯାଜପୁରରେ ଲାଗି ରହିଛି ତୁହାକୁ ତୁହା ବର୍ଷା

By

Published : Dec 5, 2021, 5:28 PM IST

thumbnail

ଯାଜପୁର: ବାତ୍ୟା ବିପଦ ଟଳିଛି । ତେବେ ବାତ୍ୟା ଜୱାଦ ପ୍ରଭାବରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । ମାତ୍ର ଲଗାଣ ବର୍ଷା ଯୋଗୁଁ ଲୋକମାନେ ବଜାର ଘାଟ ଆସିବା କାଠିକର ହୋଇପଡିଛି । ବର୍ଷା ପ୍ରଭାବରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳର ଲୋକଙ୍କୁ ଏନେଇ ସତର୍କ ଓ ସଚେତନ କରାଯାଇଥିଲା । ମାତ୍ର ବିପଦ ଟଳିବା ପରେ ବି ବର୍ଷା ଏବେ ଚାଷୀ ପାଇଁ ଦାଉ ସାଜିଛି । ଅଧିକାଂଶ ସ୍ଥାନରେ ଧାନକଟା ଚାଲିଥିବା ବେଳେ ଅଦିନିଆ ବର୍ଷା ସବୁକିଛି ନଷ୍ଟ କରିଦେବାର ସମ୍ଭାବନା ରହିଛି । ତେବେ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି । ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ମାନେ କୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଛନ୍ତି । ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.