Panchayat Poll: ଜଗତସିଂହପୁରରେ ଜମୁଛି ନିର୍ବାଚନୀ ପ୍ରଚାର

By

Published : Feb 13, 2022, 10:45 PM IST

Updated : Feb 3, 2023, 8:11 PM IST

thumbnail

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଉଠୁଛି ପଡୁଛି । ଭୋଜିଭାତ ସାଙ୍ଗକୁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । କିଏ ବିରୋଧୀଙ୍କୁ କଟାକ୍ଷ କରି ଭୋଟ ହତେଇବାକୁ ପ୍ରୟାସ କରୁଥିବାବେଳେ ଆଉ କିଏ ଦଳର ଯୋଜନାକୁ ବିଷୟରେ ଲୋକଙ୍କୁ ଅବଗତ କରାଇ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ତେବେ ଜଗତସିଂହପୁରର ଦୁଇ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି । ଏହି ଜୋନରେ ବିଜେଡି କନକ ସ୍ୱାଇଁଙ୍କୁ ପ୍ରାର୍ଥୀନୀ କରିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ଭାବେ ବିଜେପି ପକ୍ଷରୁ କଳ୍ପନା ମହାନ୍ତି ଓ କଂଗ୍ରେସରୁ ପ୍ରତିମା ମିଶ୍ରଙ୍କୁ ପ୍ରାର୍ଥୀ କରିଛି । କେମିତି ଚାଲିଛି ନିର୍ବାଚନୀ ପ୍ରଚାର ଏନେଇ ଅଧିକ ଆଲୋଚନା କରିଛନ୍ତି ଜଗତସିଂହପୁର ସମ୍ବାଦଦାତା ସୁଶାନ୍ତ କୁମାର ପାତ୍ର ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.