Panchayat Polls: ନିର୍ବାଚନ ମଇଦାନରେ ଦିନ ମଜୁରିଆ

By

Published : Feb 20, 2022, 7:22 AM IST

Updated : Feb 3, 2023, 8:17 PM IST

thumbnail

ବ୍ରହ୍ମପୁର: ଗଞ୍ଜାମରେ ପଞ୍ଚାୟତ ନିର୍ବାଚନ ନେଇ ଉଷ୍ମତା ଜାରି ରହିଛି। ଆସନ ହାତେଇବାରେ ଭିନ୍ନ ଭିନ୍ନ ବିକଳ୍ପ ଆପଣାଉଛନ୍ତି ପ୍ରାର୍ଥୀ। ନିଜ ପଞ୍ଚାୟତରେ ଜଣେ କର୍ତ୍ତବ୍ୟବାନ ଶ୍ରମିକ ଭାବେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଗାଙ୍ଗଦହଣୀ ପଞ୍ଚାୟତରେ ପ୍ରତିଦ୍ବନ୍ଦୀ ଦୀନବନ୍ଧୁ ଦାସ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଏବଂ ନିଜ ସମର୍ଥନଙ୍କ ସହ ଗାଁକୁ ଗାଁ ବୁଲି ଜନତାଙ୍କଠାରୁ ଭୋଟ ଭିକ୍ଷା କରୁଛନ୍ତି। ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.