ETV Bharat / t20-world-cup-2022

T20 World Cup: କମ୍ ଓଭର ମ୍ୟାଚ ଖେଳିବାକୁ ପ୍ରସ୍ତୁତ କହିଲେ ରୋହିତ

author img

By

Published : Oct 22, 2022, 10:09 PM IST

T20 World Cup : କମ୍ ଓଭରରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ବୋଲି କହିଲେ ରୋହିତ
T20 World Cup : କମ୍ ଓଭରରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ବୋଲି କହିଲେ ରୋହିତ

ରାତି ପାହିଲେ ଖେଳାଯିବ ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ । ଆସନ୍ତାକାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ହେବାର ସମ୍ଭବନା ରହିଥିବା ନେଇ ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ହେଲେ ମ୍ୟାଚ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛି ରୋହିତ ବାହିନୀ । ଅଧିକ ପଢନ୍ତୁ

ମେଲବର୍ଣ୍ଣ : ରାତି ପାହିଲେ ଖେଳାଯିବ ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ । ଆସନ୍ତାକାଲି ( ରବିବାର ) ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଆସନ୍ତାକାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ହେବାର ସମ୍ଭବନା ରହିଥିବା ନେଇ ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ହେଲେ ମ୍ୟାଚ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛି ରୋହିତ ବାହିନୀ । ଆଜି ଟିମ ଇଣ୍ଡିଆ ମଇଦାନରେ ଜୋରଦାର ମ୍ୟାଚ ପ୍ରାକ୍ଟିସ କରିଥିଲା । ଏହାର ଫଟୋ ବିସିସିଆଇ ଟ୍ବିଟରରେ ପୋଷ୍ଟ କରିଛି । ଯେଉଁଥିରେ ଖେଳାଳିମାନେ ଦମଦାର ଫର୍ମରେ ଥିବା ନଜର ଆସିଛନ୍ତି । ଆଜି ମେଲବର୍ଣ୍ଣରେ ପାଣିପାଗ ଭଲ ରହିଥିଲା । ଦିନ ସାରା ଖରା ହୋଇଥିଲା ।

ତେବେ ପାଣିପାଗ ବାବଦରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, "ଯଦି ପରିସ୍ଥିତି ଅନୁସାରେ ଏହି ମ୍ୟାଚକୁ କମ ଓଭରରେ ଖେଳାଯିବ ଆମେ ସେଥିପାଇଁ ମଧ୍ୟ ପ୍ରସ୍ତୁତ ରହିଛୁ । ଟିମ ଏଭଳି ମ୍ୟାଚ ଆଗରୁ ମଧ୍ୟ ଖେଳିଛି । ତେଣୁ ଦଳକୁ ଭଲ ଭାବରେ ଜଣା ଅଛି କି ଏଭଳି ସ୍ଥିତି କିଭଳି ପ୍ରସ୍ତୁତ ରହିବାକୁ ପଡିଥାଏ । ଯେତେବେଳେ ଆପଣ ୪୦ ଓଭର ମ୍ୟାଚ ପାଇଁ ପ୍ରସ୍ତୁତ କରୁଛନ୍ତି ହଠାତ ଜଣାପଡେ କି ମ୍ୟାଚକୁ ୨୦ ଓଭରରେ ଖେଳାଯିବ । ଆମେ ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ମାସ ନାଗପୁରରେ ୮ ଓଭରରେ ମ୍ୟାଚ ଖେଳିଥିଲୁ । ଯେଉଁଥିରେ ଟିମ ଇଣ୍ଡିଆ ବିଜୟ ଲାଭ କିରଥିଲା । ଆମେ ଏଠାକୁ ପୂର୍ବ ପ୍ରସ୍ତୁତି ସହିତ ଆସିଛୁ । ଏହା ମାନୁଛୁ କି ଏହା ୪୦ ଓଭରର ମ୍ୟାଚ ହେବ ।"

ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ଅନୁଯାୟୀ ରବିବାର ( ଆସନ୍ତାକାଲି ) ମେଲବର୍ଣ୍ଣରେ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଏହି ସମ୍ଭାବନା ଧିରେ ଧିରେ କ୍ଷୀଣ ହୋଇଚାଲିଛି । ଆଜି ଏହାକୁ କୁହାଯାଇଥିଲା କି ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ସମୟ ଅପରାହ୍ନ ୧.୩୦ ମେଲବର୍ଣ୍ଣରେ ସନ୍ଧ୍ୟା ୭ ଟା ପାଖାପାଖି ହୋଇଥିବ । ତେଣୁ ପାଣିପାଗ ସ୍ଥିତି ଉପରେ କ୍ରିକେଟ ମ୍ୟାଚର ଫଳାଫଳ ନିର୍ଭର କରୁଛି । ସେହିପରି ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯଦି ମ୍ୟାଚ କମ ଓଭରରେ ଖେଳାଯିବ ତାହେଲେ ଟସର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.