ETV Bharat / t20-world-cup-2022

T20 World Cup: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

author img

By

Published : Oct 25, 2022, 4:48 PM IST

T20 World Cup : ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା
T20 World Cup : ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

ଜାରି ରହିଛି ଟି୨୦ ବିଶ୍ବକପର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହୋଇଛନ୍ତି ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ବନାମ ୨୦୨୨ ଏସିଆ କପ ଚମ୍ପିଆନ ଶ୍ରୀଲଙ୍କା । ଅଧିକ ପଢନ୍ତୁ

ପର୍ଥ (ଅଷ୍ଟ୍ରେଲିଆ): ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ବିଶ୍ୱଚମ୍ପିଆନ୍, ଗତ ଏସିଆ କପ ଚାମ୍ପିଆନ ଟିମକୁ ଭେଟୁଛି । ଘରୋଇ ଟିମ୍ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଅତିଥି ଦଳ ଶ୍ରୀଲଙ୍କା ପାଇଁ ମଧ୍ୟ ସମାନ ଗୁରୁତ୍ୱ ବହନ କରୁଛି । କାରଣ ଗ୍ରୁପ୍-1କୁ ଗ୍ରୁପ୍ ଅଫ୍ ଡେଥ୍ କୁହାଯାଉଥିବା ବେଳେ କଙ୍ଗାରୁ ଟିମ୍ ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି । ଏପଟେ ସିଂହଳୀ ଟିମ୍ ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରି ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛି ।

ଜାରି ରହିଛି ଟି୨୦ ବିଶ୍ବକପର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହୋଇଛନ୍ତି ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ବନାମ ୨୦୨୨ ଏସିଆ କପ ଚମ୍ପିଆନ୍ ଶ୍ରୀଲଙ୍କା । ଅଷ୍ଟ୍ରେଲିଆ ଟସ ଜିତି ଅଧିନାୟକ ଆରୋନ ଫିଞ୍ଚ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା । ତେବେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଜାମ୍ପା କୋଭିଡ୍ ପାଇଁ ବିଶ୍ରାମ ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଷ୍ଟନ ଅଗରଙ୍କୁ ସ୍ଥାନ ମିଳିଛି ।

ଶ୍ରୀଲଙ୍କା ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ସୁପର ୧୨ ପର୍ଯ୍ୟାୟ ମହାମୁକାବିଲା । ସୁପର ୧୨ ପର୍ଯ୍ୟାୟରେ ଅଷ୍ଟ୍ରେଲିଆର ଏହା ଦ୍ବିତୀୟ ମ୍ୟାଚ । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ତେଣୁ ଆରୋନ ଫିଞ୍ଚ ଦଳ ଦ୍ବିତୀୟ ମ୍ୟାଚ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଜାରି ରଖିବ । ସେହିପରି ଶ୍ରୀଲଙ୍କା ବିଜୟ ଅଭିଯାନ ଜାରି ରଖବାକୁ ଚାହିଁବ । ଏବେ ଦମଦାର ଫର୍ମରେ ନଜର ଆସିଛି ୨୦୨୨ ଏସିଆ କପ ଚମ୍ପିଆନ । ଚଳିତ ବର୍ଷ ଟି୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟ ପାଇଁ ଶ୍ରୀଲଙ୍କା ପ୍ରଥମେ ଟିକଟ ହାତେଇଥିଲା । ଏହା ସହିତ ସୁପର ୧୨ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆୟରଲାଣ୍ଡକୁ ସହଜରେ ପରାସ୍ତ କରିଥିଲା । ତେଣୁ ଦାସୁନ ଶନକା ଟିମ ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବେ ।

ଚୂଡାନ୍ତ ଏକାଦଶ ଅଷ୍ଟ୍ରେଲିଆ

ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ ( ଅଧିନାୟକ ), ମିଚେଲ ମାର୍ଶ, ଗ୍ଲେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଟିମ ଡେଭିଡ, ମାଥ୍ୟୁ ୱାଡେ, ଆସ୍ଟନ ଅଗର, ପେଟ କମିନ୍ସ, ମିଚେଲ ଷ୍ଟାର୍କସ, ଜୋସ ହେଜେଲଉଡ ।

ଚୂଡାନ୍ତ ଏକାଦଶ ଶ୍ରୀଲଙ୍କା

ପାଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭା, ଚରିଥ ଅସଲଙ୍କା, ଭାନୁକା ରାଜପକ୍ଷେ, ଦାସୁନ ଶନକା ( ଅଧିନାୟକ ), ୱାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହେଶ ଥିକଶାନା, ବିନୁରା ଫର୍ଣ୍ଣାଣ୍ଡୋ, ଲାହିରୁ କୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.