ETV Bharat / t20-world-cup-2022

T20 World Cup: ଏମିତି ରହିଛି ଆଡିଲେଡ ଓଭାଲ ଗ୍ରାଉଣ୍ଡ ରେକର୍ଡ

author img

By

Published : Nov 2, 2022, 9:11 AM IST

Etv BharatT20 World Cup : ଏମିତି ରହିଛି ଆଡିଲେଡ ଓଭାଲ ଗ୍ରାଉଣ୍ଡ ରେକର୍ଡ
Etv BharatT20 World Cup : ଏମିତି ରହିଛି ଆଡିଲେଡ ଓଭାଲ ଗ୍ରାଉଣ୍ଡ ରେକର୍ଡ

ଆଡିଲେଡରେ ମୁହାଁମୁହିଁ ହେବେ ବାଂଲାଦେଶ ଓ ଭାରତ । ଏହି ମଇଦାନ ବ୍ୟାଟରଙ୍କ ପାଇଁ ଉପଯୁକ୍ତ ରହିଛି ବୋଲି ରେକର୍ଡ ରହିଛି । ଅଧିକ ପଢନ୍ତୁ

ଆଡିଲେଡ: ଆଡିଲେଡରେ ମୁହାଁମୁହିଁ ହେବେ ବାଂଲାଦେଶ ଓ ଭାରତ । ଏହି ମଇଦାନରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ, ଡେଭିଡ ୱାର୍ଣ୍ଣରଙ୍କ ସହିତ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ସୁରେଶ ରୈନାଙ୍କର ଦମଦାର ଇନିଂସବାର ରେକର୍ଡ ରହିଛି । ଆଡିଲେଡ ଓଭାଲରେ ଦର୍ଶକ ଦେଖିବାର କ୍ଷମତା ୫୩,୫୮୩ ରହିଛି । ଏହି ମଇଦାନ ବ୍ୟାଟରଙ୍କ ପାଇଁ ଉପଯୁକ୍ତ ବୋଲି ଆଗରୁ ରେକର୍ଡ ରହିଛି । ଏହା ସହିତ ଏହି ପିଚ୍ ସ୍ପିନରମାନଙ୍କ ପାଇଁ ମଧ୍ୟ ବେଶ୍ ସହାୟକ ହେବ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି । ଏହି ମଇଦାନରେ ଏପର୍ଯ୍ୟନ୍ତ ୫ଟି ଟି୨୦ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ପ୍ରଥମେ ବ୍ୟାଟିଂ କରିଥିବା ତିନୋଟି ଦଳ ବିଜୟ ହାସଲ କରିଛନ୍ତି । ସେହିପରି ପ୍ରଥମେ ବୋଲିଂ କରିଥିବା ଦଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦଳ ୨ ଥର ବିଜୟ ହାସଲ କରିଛନ୍ତି ।

ସେହିପରି ଆଡିଲେଡ ମଇଦାନରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ସ୍କୋର ଆଭରେଜ ୧୫୫ ରହିଛି । ଏହି ମଇଦାନରେ ୨୩୩ ରନର ସର୍ବାଧିକ ସ୍କୋର ରେକର୍ଡ ରହିଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ଏହି ସ୍କୋର ବନାଇଥିଲା । ସେହିପରି ଏହି ମଇଦାନରେ ସର୍ବନିମ୍ନ ସ୍କୋର ୯୯ ରହିଛି । ଏହି ମଇଦାନରେ ୧୩୪ ରନ୍ ସହିତ ଅଷ୍ଟ୍ରେଲିଆ ବଡ ବିଜୟ ହାସଲ କରିଥିଲା । ସେହିପରି ଏହି ମଇଦାନରେ ଗୋଟିଏ ମ୍ୟାଚ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର ହୋଇଥିଲା । ଯେଉଁଥିରେ ଇଂଲଣ୍ଡ ୧ ରନରେ ଅଷ୍ଟ୍ରେଲିଆକୁ ହରାଇଥିଲା । ଆଡିଲେଡ ଓଭାଲ ମଇଦାନରେ ସର୍ବାଧିକ ରନ କରିଥିବା ରେକର୍ଡ ଅଷ୍ଟ୍ରେଲିଆ ଅଧିନାୟକ ଆରୋନଫିଞ୍ଚ ନାମରେ ରହିଛି । ସେ ଏହି ମଇଦାନରେ ୧୯୧ ରନର ଇନିଂସ ଖେଳିଛନ୍ତି । ସେହିପରି ଟି୨୦ ମୁକାବିଲାରେ ଡେଭିଡ ୱାର୍ଣ୍ଣର ଏହି ମଇଦାନରେ ୧୦୦ ରନ୍ କରିଥିବାର ରେକର୍ଡ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.