ETV Bharat / sukhibhava

World Sight Day 2023: ଦୁନିଆକୁ ରଙ୍ଗୀନ କରେ ଆଖି, ଯତ୍ନ ଜରୁରୀ

author img

By ETV Bharat Odisha Team

Published : Oct 12, 2023, 12:31 PM IST

ବିଶ୍ୱ ଦୃଷ୍ଟି ଦିବସ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ଦିନ ପାଳନ କରାଯାଏ। ତେବେ ଜାଣନ୍ତୁ କେତେ ଜରୁରୀ ଆଖିର ଯତ୍ନ ? ଅଧିକ ପଢ଼ନ୍ତୁ

World Sight Day 2023
World Sight Day 2023

ହାଇଦ୍ରାବାଦ : କୁହାଯାଏ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ମୂଲ୍ୟବାନ ଅଙ୍ଗ ହେଉଛି ଆଖି । ଆଖି ବିନା ଦୁନିଆ ଅନ୍ଧକାର । ତେଣୁ ଜୀବନସାରା ସୁସ୍ଥ ରହିବା ସହିତ ରଙ୍ଗୀନ ଦୁନିଆ ଦେଖିବା ପାଇଁ ଆଖିର ଉପଯୁକ୍ତ ଯତ୍ନ ସହିତ ସତର୍କତା ଗୁରୁତ୍ବପୂର୍ଣ୍ଣ ଅଟେ । ଚକ୍ଷୁ ସୁରକ୍ଷା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଦୃଷ୍ଟି ଦିବସ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ଦିନ ପାଳନ କରାଯାଏ । ଚଳିତ ବର୍ଷ ଏହା ଆଜିର ଦିନ ଅର୍ଥାତ ଅକ୍ଟୋବର 12 ତାରିଖରେ ପଡୁଥିବାରୁ ଆଜି ବିଶ୍ବ ଦୃଷ୍ଟି ଦିବସ ପାଳନ କରାଯାଉଛି ।

ବିଶ୍ବ ଦୃଷ୍ଟି ଦିବସର ଥିମ: ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ ଦୃଷ୍ଟି ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି ନିଜର ଆଖିକୁ ଭଲ ପାଆନ୍ତୁ ଏବଂ ଚକ୍ଷୁର ଯତ୍ନ ନିଅନ୍ତୁ (Love Your Eyes At Work)। ଏହି ଥିମର ଉଦ୍ଦେଶ୍ୟ ହେଉଛି ଆଜିକାଲି ସମସ୍ତେ କମ୍ୟୁଟର, ମୋବାଇଲ ଭଳି ଗ୍ୟାଜେଟ ବ୍ୟବହାର କରୁଛନ୍ତି। ଘଣ୍ଟାଘଣ୍ଟା ଅଫିସ, ଘରେ ମୋବଇଲ ଲାପ୍‌ଟପ୍‌ ଦେଖିବା ସମୟରେ ଏହାର ଅଧିକ ପ୍ରଭାବ ଆଖି ଉପରେ ପଡିଥାଏ । ତେଣୁ ଆଖିକୁ ନେଇ ସତର୍କତା ଜରୁରୀ ଅଟେ ।

ବିଶ୍ବ ଦୃଷ୍ଟି ଦିବସର ଇତିହାସ: ଲାୟନ୍ସ କ୍ଲବ୍ ଏକ ଅନ୍ତର୍ଜାତୀୟ ସଂଗଠନ । ସ୍ୱାସ୍ଥ୍ୟ ସମେତ ଅନେକ କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ଏହା ସରକାରୀ ଏବଂ ଅଣ-ସରକାରୀ ସଂଗଠନ ସହିତ ମିଶି କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ, ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ, ଚକ୍ଷୁ ଉପରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକର ସହଯୋଗରେ 1998ରେ ପ୍ରଥମ ଥର ପାଇଁ ବିଶ୍ବ ଦୃଷ୍ଟି ଦିବସର ଆୟୋଜନ କରିଥିଲା । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସର ଦ୍ବିତୀୟ ଗୁରୁବାରକୁ ବିଶ୍ବ ଦୃଷ୍ଟି ଦିବସ ଭାବେ ପାଳନ କରାଯାଉଛି ।

ତେବେ ଏହି କାର୍ଯ୍ୟକ୍ରମ ପରେ ଆଖିର ଯତ୍ନ ନେହା ପାଇଁ ପ୍ରଥମେ 1999 ମସିହା ଫେବୃଆରୀ 18 ତାରିଖରେ ଭିଜନ2020 ଆରମ୍ଭ ହୋଇଥିଲା। ଏହି ପଦକ୍ଷେପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏବଂ ଇଣ୍ଟରନ୍ୟାସନାଲ୍‌ ଏଜେନ୍ସି ଫର୍‌ ଦ ପ୍ରିଭେନସନ ଅଫ୍‌ ବ୍ଲାଇଣ୍ଡନେସ(IAPB) ଦ୍ୱାରା ମିଳିତ ଭାବରେ କରାଯାଇଥିଲା । ଭିଜନ 2020 ଅଧୀନରେ ଦୃଷ୍ଟିଶକ୍ତି ହରାଇବା, ଏହାର ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିଯାନ ସାରା ବିଶ୍ୱରେ ଚାଲିଥାଏ । ବିଶେଷକରି ଆଖି ସମ୍ବନ୍ଧୀୟ ସମସ୍ୟା ଯେପରିକି ସ୍ୱଳ୍ପ ଦୃଷ୍ଟିଶକ୍ତି, ଗ୍ଲୁକୋମା, ମୋତିଆବିନ୍ଦୁ, ଟ୍ରାକୋମା ଏବଂ ଅନ୍ୟାନ୍ୟ ଆଖି ସହିତ ଜଡ଼ିତ ରୋଗ ବିଷୟରେ ସଚେତନତା କରାଇବା ପାଇଁ ବିଶେଷ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Eye Donation: ଆପଣଙ୍କ ଆଖି, କାହା ଦୁନିଆକୁ କରିପାରେ ରଙ୍ଗୀନ

ଆଖିକୁ ସୁସ୍ଥ ରଖିବା ପାଇଁ 20:20 ଫର୍ମୁଲା ପାଳନ ପାଇଁ ପରାମର୍ଶ:

  • ଲାପଟପ୍, କମ୍ପ୍ୟୁଟର ଏବଂ ମୋବାଇଲରେ ଅଧିକ ସମୟ ବିତେଇବା ଦ୍ବାରା ହିଁ ସାରା ବିଶ୍ବରେ ଲୋକମାନଙ୍କ ଆଖି ଉପରେ ଅଧିକ ପ୍ରଭାବ ପଡ଼ୁଛି।
  • ତେଣୁ କାମ ଭିତରେ ମଧ୍ୟ କିଛି ସମୟ ବାହାର କରି କମ୍ୟୁଟର ଏବଂ ମୋବାଇଲ ସ୍କ୍ରିନ୍‌ଠାରୁ ଦୂରତା ବଜାଇ ରଖିବା ଆବଶ୍ୟକ ବୋଲି କୁହାଯାଇଛି ।
  • ଏଥି ପାଇଁ 20:20 ଫର୍ମୁଲା ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହାର ଅର୍ଥ 20 ମିନିଟ୍‌ ବ୍ୟବଧାନରେ ଆଖିକୁ 20 ସେକେଣ୍ଡର ବିଶ୍ରାମ ଦେବା ଜରୁରୀ ଅଟେ ।
  • ଆଖିକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ, ସ୍ୱଚ୍ଛତା ଏବଂ ବ୍ୟାୟାମ ଜରୁରୀ ଅଟେ ।
  • ତେବେ ଆଖିରେ କୌଣସି ସମସ୍ୟା ଦେଖାଗଲେ ସଙ୍ଗେସଙ୍ଗେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ । ତେବେ ଯାନବାହାନ ଚଳାଚଳ କରିବା ସମୟରେ ଧୂଳିରୁ ବଞ୍ଚିତ ହେବା ପାଇଁ ଚଷମା ବ୍ୟବହାର କରିବା ଆବଶ୍ୟକ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.