ETV Bharat / sukhibhava

World Physical Therapy Day 2023: ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଲାଭଦାୟକ ଫିଜିଓଥେରାପି

author img

By ETV Bharat Odisha Team

Published : Sep 8, 2023, 6:16 AM IST

World Physical Therapy Day 2023
World Physical Therapy Day 2023

ଆଜି ବିଶ୍ୱ ଫିଜିଓଥେରାପି ଦିବସ। ଶାରୀରିକ ସମସ୍ୟା ପାଇଁ ଫିଜିଓଥେରାପି ଲାଭଦାୟକ ଅଟେ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ବିଶ୍ବ ଫିଜିଓଥେରାପି ଦିବସ। ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖରେ ବିଶ୍ବ ଫିଜିଓଥେରାପି ଦିବସ ପାଳନ କରାଯାଏ। ଫିଜିଓଥେରାପି ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ମାନସିକ ଏବଂ ଶାରୀରିକ ସୁସ୍ଥତା ଦିଗରେ ବ୍ୟବହାର ହେଉଥିବା ଚିକିତ୍ସାକୁ ଫିଜିଓଥେରାପି କୁହାଯାଏ । ଫିଜିଓଥେରାପି ଦ୍ବାରା ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ଔଷଧର ଆବଶ୍ୟକତା ନଥାଏ।

ବିଶ୍ବ ଫିଜିଓଥେରାପି ଦିବସର ଇତିହାସ: 1951 ମସିହା ସେପ୍ଟମ୍ବର 8 ତାରିଖ ଦିନ ଏହି ଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବରେ ସେପ୍ଟେମ୍ବର 8, 1996 ରେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହା ପରେ ପ୍ରତିବର୍ଷ ଏହି ଦିନ 8 ସେପ୍ଟେମ୍ବରରେ ବିଶ୍ବ ଫିଜିଓଥେରାପି ଦିବସ ପାଳନ କରାଯାଏ। ଫିଜିଓଥେରାପି ଚିକିତ୍ସାର ମହତ୍ତ୍ବକୁ ମନେପକାଇବା ଏବଂ ଫିଜିଓଥେରାପିଷ୍ଟମାନେ ସେମାନଙ୍କର ରୋଗୀ ଏବଂ ଚିକିତ୍ସା ପାଇଁ କରୁଥିବା କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଫିଜିଓଥେରାପି ହେଉଛି ମାନସିକ ସ୍ଥିତିରେ ସନ୍ତୁଳନ ବଜାୟ ରଖିବାର ଏକ ଉପାୟ ।

ଏହା ମଧ୍ୟ ପଢନ୍ତୁ: Job Interview Tips: ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ମନରେ ଭୟ ରହୁଛି କି ? ଏହି ଟିପ୍ସ ଆପଣାଇଲେ ବଢିବ ମନୋବଳ

ବିଶ୍ବ ଫିଜିଓଥେରାପି ଦିବସର ମହତ୍ତ୍ବ: ଶାରୀରିକ ସମସ୍ୟାର ଚିକିତ୍ସା ପାଇଁ ଫିଜିଓଥେରାପି ବ୍ୟବହୃତ ହୁଏ। ବିଶେଷକରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଆଲଜାଇମର ରୋଗ, ପିଠି ଯନ୍ତ୍ରଣା, ପାର୍କିନ୍ସନ୍ ରୋଗ, ମାଂସପେଶୀରେ ଯନ୍ତ୍ରଣା, ଆଜମା ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଏହି ଚିକିତ୍ସା ସହାୟକ ହୋଇଥାଏ। ଫିଜିଓଥେରାପି କେବଳ ଯନ୍ତ୍ରଣାରୁ ମୁକ୍ତି ଦେଇନଥାଏ ବରଂ ଚାପରୁ ମୁକ୍ତି ଦେଇଥାଏ।

ଫିଜିଓଥେରାପିଷ୍ଟର କାର୍ଯ୍ୟ: ଫିଜିଓଥେରାପି ସରଳ ବ୍ୟାୟାମ ସହିତ ଜଡିତ ନୁହେଁ। କିନ୍ତୁ ଏହା କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ପିଠି ଯନ୍ତ୍ରଣା, ବେକ ଯନ୍ତ୍ରଣା, ପାଦ ଯନ୍ତ୍ରଣା ଇତ୍ୟାଦି ଭଲ କରିବା ପାଇଁ ଫିଜିଓଥେରାପିର ଆବଶ୍ୟକ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: National Nutrition Week 2023: ନିରୋଗ ରହିବା ଉତ୍ତମ ପୋଷଣ ଜରୁରୀ, ଜାଣନ୍ତୁ ଏହାର ମହତ୍ତ୍ବ

ଫିଜିଓଥେରାପିର ଉପକାରିତା:

  • ଫିଜିଓଥେରାପି ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ
  • ଆଘାତରୁ ଆରାମ ମିଳିଥାଏ
  • ଏହା ସୁସ୍ଥ ରଖିବାରେ ସାହାଯ୍ୟ କରେ
  • ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ
  • ହୃଦୟ ଏବଂ ମନ ସୁସ୍ଥ ରଖେ

କିପରି କରାଯାଏ ଫିଜିଓଥେରାପି: ଫିଜିଓଥେରାପି କରିବା ପାଇଁ କିଛି ନିୟମ ରହିଥାଏ। ରୋଗୀର ବୟସ ଏବଂ ଯନ୍ତ୍ରଣା ଅନୁଯାୟୀ ଫିଜିଓଥେରାପି କରାଯାଏ। କଠିନତା ଦୂର କରିବା ପାଇଁ ଫିଜିଓଥେରାପି କରାଯାଏ। ଏହା ବ୍ୟତୀତ ଫିଜିଓଥେରାପିରେ କିଛି ମେସିନ୍ ମଧ୍ୟ ବ୍ୟବହୃତ ହୁଏ। ଫିଜିଓଥେରାପି ଦ୍ୱାରା ରୋଗୀକୁ ବହୁତ ଆରାମ ଦେଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.