ETV Bharat / sukhibhava

World Liver Day: ଯକୃତ ସ୍ବାସ୍ଥ୍ୟର ଯତ୍ନ ନେବା କେତେ ଜରୁରୀ, ଜାଣନ୍ତୁ

author img

By

Published : Apr 19, 2023, 1:04 PM IST

ଆଜି ବିଶ୍ବ ଯକୃତ ଦିବସ ବା ୱାର୍ଲ୍ଡ ଲିଭର୍ ଡେ' । ଜାଣନ୍ତୁ ଲିଭର୍ ଆମ ଶରୀର ପାଇଁ କେତେ ଆବଶ୍ୟକ ଏବଂ କିପରି ଏହାର ଯତ୍ନ ନେବେ ।

Etv Bharat
Etv Bharat

ହାଇଦ୍ରାବାଦ: ମାନବ ଶରୀରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଲିଭର୍ ବା ଯକୃତ ଅନ୍ୟତମ । ଏହା ପାଚନ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ତେଣୁ ଯକୃତ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର(ଅପ୍ରେଲ 19) ଦିନକୁ ବିଶ୍ବ ଲିଭର୍ ଦିବସ ରୂପେ ପାଳନ କରାଯାଉଛି । ତେବେ ଏହି ଦିବସରେ ଜାଣନ୍ତୁ, ଲିଭର୍ ଆମ ଶରୀର ପାଇଁ କେତେ ଆବଶ୍ୟକ ଏବଂ କିପରି ଏହାର ଯତ୍ନ ନେବେ ।

ଲିଭର୍ କାର୍ଯ୍ୟ:-

ଜଣେ ବ୍ୟକ୍ତି ଯାହା ଖାଇଥାନ୍ତି ବା ପିଇଥାନ୍ତି ତାହା ଯକୃତ ଦେଇ ପାକସ୍ଥଳୀକୁ ଯାଇଥାଏ । ଯକୃତ ବିନା ଜୀବନ ବଞ୍ଚିବା ଅସମ୍ଭବ । ଏହା ଶରୀରର ଏକ ସୂକ୍ଷ୍ମ ଅଙ୍ଗ, ଯଦି ଯକୃତରେ ଯତ୍ନ ନେବାରେ ଅବହେଳା କରନ୍ତି ତେବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ନଷ୍ଟ ହୋଇଯାଏ ।

କାହିଁକି ନଷ୍ଟ ହୁଏ ଲିଭର୍:-

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅନୁପଯୁକ୍ତ ଖାଦ୍ୟ ଗ୍ରହଣ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଅତ୍ୟଧିକ ଓଜନ ବୃଦ୍ଧି, ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ ଏବଂ ଅସ୍ୱାଭାବିକ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଲିଭର୍ କ୍ଷତି ବା ଡ୍ୟାମେଜ୍ ହେବାର ମୁଖ୍ୟ କାରଣ । ଏସବୁ ସମସ୍ୟା non-alcoholic fatty liver disease(NAFLD) ବା ନିଶାଦ୍ରବ୍ୟ ବିନା ଗ୍ରହଣରେ ଲିଭର ରୋଗ କାରଣ । ସେହିପରି ମାତ୍ରାଧିକ ମଦ୍ୟପାନ ମଧ୍ୟ ଯକୃତକୁ ପ୍ରଭାବିତ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- କୋଭିଡ ମୁକାବିଲା ପାଇଁ 5 ଲକ୍ଷ ଡୋଜ CorBEvax ବ୍ୟବସ୍ଥା କଲା ଏହି ରାଜ୍ୟ

ଫ୍ୟାଟି ଲିଭର୍ ରୋଗର ଲକ୍ଷଣ:-

ପେଟ ଫୁଲିବା, ପେଟ ବଥା, ଖାଦ୍ୟ ହଜମରେ ଅସୁବିଧା ଫ୍ୟାଟି ଲିଭର୍ ଡିଜିଜ୍‌ର ଲକ୍ଷଣ । ପ୍ରାୟ ଅଧା ଭାଗ ରୋଗୀଙ୍କର ପେଟ ଫୁଲା ଲକ୍ଷଣ ଦେଖାଦିଏ । NAFLD ରୋଗୀ ପେଟ ବଧା ଲକ୍ଷଣର ସମ୍ମୁଖୀନ ହୁଅନ୍ତି । ଏହା ସାଙ୍ଗକୁ ସେମାନଙ୍କର ବାନ୍ତି ମଧ୍ୟ ହୋଇଥାଏ । ଏହି ସବୁ ଲକ୍ଷଣ ମଧ୍ୟରୁ ଯଦି କ୍ରମାଗତ ଭାବେ ଦୁଇଟି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ । ଅନ୍ୟପଟେ ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା, ଚାପଗ୍ରସ୍ତ ହେବା କିମ୍ବା ପେନ୍ କିଲର ସେବନ ଦ୍ବାରା ଯକୃତ ପ୍ରଭାବିତ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ଚିକିତ୍ସା:-

ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ

ନିୟମିତ ବ୍ୟାୟାମ କରନ୍ତୁ

ଯେତେ କମ୍ ମଦ୍ୟପାନ କରନ୍ତୁ

ଧୂମପାନଠୁ ସମ୍ପୂର୍ଣ୍ଣ ଦୂରେଇ ରହନ୍ତୁ

ଅବୈଧ ଡ୍ରଗ୍ସ ସେବନ କରନ୍ତୁ ନାହିଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.