ETV Bharat / sukhibhava

Film Star's Ice Bath: ବରଫ ସ୍ନାନ ଶରୀରକୁ ଦିଏ ଅନେକ ଫାଇଦା, ଜାଣିନିଅନ୍ତୁ

author img

By

Published : Aug 21, 2023, 12:38 PM IST

Ice Bath
Ice Bath

ସୁସ୍ଥ ରହିବା ପାଇଁ ଆଇସ ବାଥ କରନ୍ତି ସେଲିବ୍ରିଟି । ତେବେ ଜାଣନ୍ତୁ କଣ ଏହି ଥେରାପି

ହାଇଦ୍ରାବାଦ: ଗାଧୋଇବା ଦ୍ବାରା ମନ ଏବଂ ଶରୀର ସୁସ୍ଥ ରହିଥାଏ ବୋଲି ବିଶେଷଜ୍ଞମାନେ କହନ୍ତି । କିନ୍ତୁ ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିପାରେ ବୋଲି କୁହାଯାଇଥାଏ । କିନ୍ତୁ ଆପଣ ଭାବିଛନ୍ତି କି ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ବରଫରେ ସ୍ନାନ କରିଥାଆନ୍ତି । କେତେକ ଅଭିନେତା ଅଭିନେତ୍ରୀ ବିଯୁକ୍ତ ତାପମାତ୍ରାରେ ବରଫରେ ସ୍ନାନ କରନ୍ତି । ଅଭିନେତ୍ରୀ ସାମନ୍ଥା, ପ୍ରଗ୍ୟା ଜୟସଓ୍ବାଲ, ରକୁଲ ପ୍ରୀତ ସିଂହ ଏବଂ ନେହା ଶର୍ମା ଭଳି କିଛି ଷ୍ଟାର ବରଫରେ କିଛି ସମୟ ସ୍ନାନ କରିଥାଆନ୍ତି । ତେବେ ବରଫରେ ସ୍ନାନ କରିବା ପାଇଁ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।

ବରଫରେ ସ୍ନାନ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ମିଳିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଅଭିନେତ୍ରୀମାନେ ମଧ୍ୟ ଏହି ପଦ୍ଧତିକୁ ଅନୁସରଣ କରୁଛନ୍ତି । ଏହାସହିତ ଖେଳାଳିମାନେ ମଧ୍ୟ ଏହାକୁ ଅନୁକରଣ କରୁଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି । ନିକଟରେ ସାମନ୍ଥା ବରଫରେ ସ୍ନାନ କରୁଥିବାର ଫଟୋ ସେୟାର କରିଥିଲେ । ସେ ବାର୍ଲି ଗସ୍ତରେ ଯାଇଥିବା ବେଳେ 4ଡିଗ୍ରୀ ସେଲସିୟସ ଏକ ଟବରେ 6 ମିନିଟ ପର୍ଯ୍ୟନ୍ତ ବସିଥିଲେ । ଏହାସହିତ ପ୍ରୟାଗ ଜୈସୱାଲ ଫିନଲ୍ୟାଣ୍ଡରେ 15 ଡିଗ୍ରୀ ତାପମାତ୍ରାରେ ବରଫ ହ୍ରଦରେ ପହଁରୁଥିବା ନଜର ଆସିଥିଲେ । ତେବେ ଜାଣନ୍ତୁ ବରଫରେ ସ୍ନାନ କରିବା ଦ୍ବାରା କେଉଁ ଲାଭ ମିଳିଥାଏ ।

ଆଥଲେଟ୍ ଏବଂ ଯେଉଁମାନେ ପ୍ରତିଦିନ ବ୍ୟାୟାମ କରନ୍ତି ସେମାନଙ୍କର ଶାରୀରିକ ଯନ୍ତ୍ରଣା ଏବଂ ଶରୀରର କିଛି ଅଂଶ ଫୁଲିଯାଇଥାଏ। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ବରଫରେ ସ୍ନାନ କରିପାରିବେ । ଏହା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ମିଳିପାରିବ।

⚛ ଅଧିକ ବ୍ୟାୟାମ ଏବଂ କଠିନ ପରିଶ୍ରମ କରିବା ଦ୍ବାରା ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । ଏଭଳି ସମୟରେ ବରଫରେ କିଛି ସମୟ ସ୍ନାନ କରିବା ଦ୍ବାରା ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

⚛ କିଛି ଲୋକ ଥକାପଣ, ଅସ୍ଥିରତା ଏବଂ ଅନିଦ୍ରା ଭଳି ସମସ୍ୟାର ଶିକାର ହୁଅନ୍ତି । ବରଫ ସ୍ନାନ ଦ୍ବାରା କିଛି ମାତ୍ରାରେ ଆରାମ ମିଳିପାରିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ବରଫ ପାଣିରେ କିଛି ସମୟ ଭିଜିବା ସ୍ନାୟୁ ପ୍ରଣାଳୀରେ ଉନ୍ନତି ଆସିଥାଏ । ଫଳସ୍ୱରୂପ, ଶରୀର ସକ୍ରିୟ ହୋଇଯାଏ ଏବଂ ଚାପ ମଧ୍ୟ କମ ହୋଇଥାଏ ।

⚛ ଯେତେବେଳେ ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଥାଏ, ସେତେବେଳେ ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ଶରୀରରୁ ଅଧିକ ଝାଳ ବାହାରିବା ସହିତ ତେଲିଆ ହୋଇଯାଉଥିବାରୁ ଚିଡଚିଡା ଲାଗିଥାଏ । ତେବେ ସେହି ସମୟରେ ବରଫରେ ସ୍ନାନ କରିବା ଦ୍ବାରା ଶରୀରର ତାପମାତ୍ରା କମ ହେବା ସହିତ ସଚେତ ଲାଗିଥାଏ ।

⚛ ବରଫ ଜଳରେ ସ୍ନାନ କରିବା ଦ୍ବାରା ଶରୀରରେ ଡୋପାମାଇନ ହରମୋନ ଅଧିକ କ୍ଷରିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ହାପି ହରମୋନ ଚିନ୍ତା ଦୂର କରିବା ସହିତ ମନକୁ ଖୁସି ରଖିଥାଏ ।

⚛ ଭେଗସ ସ୍ନାୟୁ ଆମ ଶରୀରରେ ହଜମ ପ୍ରକ୍ରିୟା, ପ୍ରତିରକ୍ଷା ପ୍ରଣାଳୀ ଏବଂ ହୃଦୟ କାର୍ଯ୍ୟ ପରି କେତେକ ପ୍ରମୁଖ ଅଙ୍ଗର କାର୍ଯ୍ୟକଳାପ ଉପରେ ନଜର ରଖେ । ବିଶେଷଜ୍ଞମାନେ କହିଛନ୍ତି ଯେ ଏକ ବରଫ ସ୍ନାନ ଏହି ସ୍ନାୟୁକୁ ଅଧିକ ପ୍ରଭାବଶାଳୀ କରିଥାଏ । ହଜମ ପ୍ରକ୍ରିୟା ଠିକ ରହିବା ସହିତ କୌଣସି ରୋଗ ହେବାର ସମ୍ଭାବନା ନଥାଏ ।

ଏହା ମଧ୍ୟ ପଢନ୍ତୁ: Bathing in Rain: ବର୍ଷାରେ ଭିଜିବା ପାଇଁ କରନ୍ତୁନି ସଙ୍କୋଚ, ମିଳିଥାଏ ଏହି ସ୍ବାସ୍ଥ୍ୟ ଲାଭ

ଏହି ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ: ବରଫ ସ୍ନାନ କରିବା ଦ୍ବାରା ଶରୀରକୁ ଅନେକ ଉପକାର ମିଳିଥାଏ । ସ୍ନାନ କରିବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

⚛ କିଛି ଲୋକ ଆଇସ ବାଥ କରିବା ପାଇଁ ବରଫ ଖଣ୍ଡକୁ ପାଣିରେ ପକାଇଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପାଣିରେ ସ୍ନାନ କରିବା ପୂର୍ବରୁ ପ୍ରଥମେ ଯାଞ୍ଚ କରିବା ଆବଶ୍ୟକ । ତାପମାତ୍ରାକୁ ଶରୀର ସହ୍ୟ କରିପାରିବ କି ନାହିଁ ଯାଞ୍ଚ କରିବା ଆବଶ୍ୟକ ।

⚛ ତେବେ ଅଧିକ ସମୟ ବରଫରେ ସ୍ନାନ କରିବା ଉଚିତ ନୁହେଁ । ଏହା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇବା ବଦଳରେ କୁପ୍ରଭାବ ପକାଇପାରେ ।

⚛ ବରଫ ରହିଥିବା ଟବରେ ପଶିବା ପୂର୍ବରୁ ପ୍ରଥମେ ଗୋଡ ରଖିବା ଆବଶ୍ୟକ । ଯଦି ଗୋଡ ସହ୍ୟ କରିପାରୁଛି ତାହେଲେ ଶରୀରକୁ ସ୍ନାନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞଙ୍କମାନେ ପରାମର୍ଶ ଦେଇଥାଆନ୍ତି ।

କହିରଖୁଛୁ କି, ହାର୍ଟ ସମସ୍ୟା ଏବଂ ଉଚ୍ଚରକ୍ତଚାପ ଥିବା ବ୍ୟକ୍ତିମାନେ ଆଇସ ବାଥ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ବରଫରେ ସ୍ନାନ କରିବା ଦ୍ବାରା ଶରୀରର ତାପମାତ୍ରା ହ୍ରାସ ପାଇବା ସହିତ ରକ୍ତ ସଞ୍ଚାଳନର ଗତି ମଧ୍ୟ ମନ୍ଥର ହୋଇଥାଏ। ହାର୍ଟକୁ ସଠିକ ସମୟରେ ରକ୍ତ ନପହଞ୍ଚିବା କାରଣରୁ ହାର୍ଟଆଟାକ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଆଇସ ବାଥ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.