ETV Bharat / sukhibhava

Clapping Therapy: ଏମିତି ମାରନ୍ତୁ ତାଳି, ପାଖ ମାଡିବନି ରୋଗ

author img

By

Published : Aug 4, 2023, 4:10 PM IST

Clapping Therapy
Clapping Therapy

ବୈଜ୍ଞାନିକ ଦୃଷ୍ଟିକୋଣରୁ କରତାଳି ମାରିବା ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । କହିବାକୁ ଗଲେ ଏହା ଏକ ପ୍ରକାର ଯୋଗ । ପ୍ରତ୍ୟେକ ଦିନ ତାଳି ମାରି ଆମେ ଅନେକ ପ୍ରକାର ରୋଗକୁ ମାତ ଦେଇପାରିବା । ଅଧିକ ପଢନ୍ତୁ

ହାଇଦ୍ରାବାଦ: କରତାଳି ବା ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ପ୍ରମାଣିତ ମଧ୍ୟ ହୋଇଛି । ବିଶେଷଜ୍ଞମାନେ କୁହନ୍ତି ଏଭଳି ଅନେକ ରୋଗ ରହିଛି ଯାହାକି କ୍ଲାପିଂ ବା ତାଳିମାରିବା ଦ୍ବାରା ଭଲ ହୋଇପାରିବ । ଆମ ସମାଜରେ ଦୁଇଟି କାରଣ ପାଇଁ କରତାଳି ମରାଯାଇଥାଏ । ଯେତେବେଳେ ଜଣକୁ ପରିହାସ କରାଯାଏ ଅଥବା ଜଣକୁ ଉତ୍ସାହିତ କରିବା ପାଇଁ କରତାଳି ମରାଯାଇଥାଏ। କିନ୍ତୁ ଏସବୁ ମଧ୍ୟରେ ସବୁଠାରୁ ବଡ କଥା ହେଉଛି ଏହା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବି ହୋଇଥାଏ । ତାଳି ମାରିବା ଦ୍ବାରା ଆମ ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ ।

ହୃଦୟ ସ୍ବାସ୍ଥ୍ୟ ପାଇଁ ଉପକାରୀ: ତାଳି ମାରିବା ଦ୍ବାରା ପାପୁଲି ଗରମ ହୋଇଥାଏ । ଏହାଦ୍ବାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବେ ହୋଇଥାଏ । ଏହାସହ ହୃଦୟ ମାଂସପେଶୀ ଉପରେ ଚାପ କମ କରିଥାଏ । ହାର୍ଟକୁ ସୁସ୍ଥ ରଖିବା ସହିତ ରୋଗମୁକ୍ତ କରିଥାଏ ।

ମାନସିକ ସ୍ବାସ୍ଥ୍ୟ: ଯେତେବେଳେ ଆମେ କରତାଳି ମାରିଥାଉ, ସେଥରୁ ଉତ୍ପନ୍ନ ଶକ୍ତି ମନକୁ ସକରାତ୍ମକ ସଙ୍କେତ ଦେଇଥାଏ । ଉଦାସୀନତା ଏବଂ ଅସ୍ଥିରତାରୁ ମୁକ୍ତି ଦେଇଥାଏ । ଏହା ସହିତ ଶରୀରରେ ହାପି ହରମୋନ କ୍ଷରଣ ହୋଇଥାଏ ।

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି: କରତାଳି ଶରୀରରେ ଶ୍ବେତ ରକ୍ତ କଣିକାର ସଂଖ୍ୟାକୁ ବୃଦ୍ଧି କରିଥାଏ । ଫଳସ୍ୱରୂପ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସଂକ୍ରମଣକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ ।

ସ୍ମରଣଶକ୍ତି: ଏହି ଥେରାପି କେବଳ ବୟସ୍କଙ୍କ ପାଇଁ ନୁହେଁ ବରଂ ଛୁଆମାନଙ୍କ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଛୁଆଙ୍କ କ୍ଷେତ୍ରରେ ସ୍ମରଣଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: National Bone and Joint Day 2023: ମହିଳାଙ୍କ କ୍ଷେତ୍ରରେ ଶୀଘ୍ର କମିଥାଏ ହାଡର ଘନତ୍ବ, ଜାଣନ୍ତୁ ଲକ୍ଷଣ

ପିଠି ଯନ୍ତ୍ରଣା: ଖରାପ ଜୀବନଶୈଳୀ କାରଣରୁ ବର୍ତ୍ତମାନ ସମୟରେ ପିଠି ଓ ଅଣ୍ଟା ଯନ୍ତ୍ରଣା ହେଉଥିବା ନେଇ ଅନେକ ଲୋକ ଅଭିଯୋଗ କରନ୍ତି । ଲିଗାମେଣ୍ଟରେ କୌଣସି ପ୍ରକାରର ଷ୍ଟ୍ରେନ୍, ଦ୍ୱିତୀୟରେ ହାଡ଼ରେ କୌଣସି ପ୍ରକାରର ସଂକ୍ରମଣ, ତୃତୀୟଟି କୌଣସି ପ୍ରକାରର ଟ୍ୟୁମର ସୃଷ୍ଟି, ଚତୁର୍ଥ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା, ପଞ୍ଚମ ସ୍ପାଇନାଲ୍‌କର୍ଡରେ କୌଣସି ପ୍ରକାରର ସମସ୍ୟା ହେତୁ ପିଠି ଯନ୍ତ୍ରଣା ହୋଇଥାଏ । ତେବେ ଯେଉଁମାନେ ପିଠି ଯନ୍ତ୍ରଣାରେ ସମ୍ମୁଖୀନ ହେଉଛନ୍ତି ସେମାନେ ଏହି ଥେରାପିକୁ ଆପଣାଇ ମୁକ୍ତି ପାଇପାରିବେ। ହାଡ଼ ଯନ୍ତ୍ରଣା ମଧ୍ୟ କମିଥାଏ ।

କେମିତି କରିବେ: ପ୍ରଥମେ ପଦ୍ମାସନ ବା ବଜ୍ରାସନରେ ବସନ୍ତୁ । ଏହାପରେ ଦୁଇଟି ହାତକୁ ଷ୍ଚ୍ରେଟ୍‌ କରି ସମାନ୍ତରାଳ ଭାବେ ତାଳି ମାରନ୍ତୁ । ପ୍ରତିଦିନ ସକାଳୁ ଏବଂ ସନ୍ଧ୍ୟାରେ 20 ମିନିଟ କରିବା ଦ୍ବାରା ସୁଫଳ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.