ETV Bharat / sukhibhava

ଗର୍ଭାବସ୍ଥା ସମୟରେ ମାତ୍ରାଧିକ କୀଟନାଶକ ବ୍ୟବହାର କରୁଛନ୍ତି କି ? ସାବଧାନ !

author img

By

Published : Apr 6, 2022, 7:00 AM IST

ଗର୍ଭାବସ୍ଥା ସମୟରେ ମାତ୍ରାଧିକ କୀଟନାଶକ ବ୍ୟବହାର ପିଲାମାନଙ୍କ ଉପରେ ପକାଇପାରେ ପ୍ରଭାବ
ଗର୍ଭାବସ୍ଥା ସମୟରେ ମାତ୍ରାଧିକ କୀଟନାଶକ ବ୍ୟବହାର ପିଲାମାନଙ୍କ ଉପରେ ପକାଇପାରେ ପ୍ରଭାବ

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗର୍ଭବତୀ ମହିଳାଙ୍କ ଦ୍ବାରା ବ୍ୟବହାର ହୋଇଥିବା କୀଟନାଶକ ସେମାନଙ୍କ ପିଲାମାନଙ୍କଠାରେ ଆଜ୍‌ମା ଏବଂ ଏକ୍‌ଜିମା ପାଇଁ ଏକ ବିପଦ ସଙ୍କେତ ହୋଇପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ରଗୁଡିକରେ Disinfectants(କୀଟାଣୁନାଶକ) ଅଧିକ ବ୍ୟବହାର କରାଯାଇଥାଏ । ବିଶେଷ କରି କୋଭିଡ-19 ମହାମାରୀ ମହାମାରୀ ସମୟରେ ଡାକ୍ତରଖାନାରେ ଡାକ୍ତରଖାନାରେ ମାତ୍ରାଧିକ କୀଟନାଶକ ବ୍ୟବହାର କରାଯାଇଛି । କେତେକ ଷ୍ଟଡି(ଅଧ୍ୟୟନ)ରୁ ଜଣାପଡିଛି ଯେ, ଗର୍ଭଧାରଣ(pregnancy) ସମୟରେ ଅଧିକ କୀଟନାଶକ ବ୍ୟବହାର ଜନ୍ମିତ ପିଲାମାନଙ୍କ ଠାରେ ଏଲର୍ଜି ହେବାର ସମ୍ଭାବନା ରହିଛି ।

78ଜଣ ମାଆ ଏବଂ 915 ଜଣ ଶିଶୁଙ୍କୁ ନେଇ ଜାପାନ ପରିବେଶ ଏବଂ ଶିଶୁ ଅଧ୍ୟୟନରେ ପରୀକ୍ଷଣ କରାଯାଇଥିଲା ଯେ, ଯେଉଁ ମାଆମାନେ କୀଟନାଶକ ବ୍ୟବହାର କରିଥିବେ ସେମାନଙ୍କ ପିଲା ୩ ବର୍ଷ ପର୍ଯ୍ୟନ୍ତ ଆଲର୍ଜି ଏବଂ ଆଜମାରେ ସଂକ୍ରମିତ ହେଉଛନ୍ତି କି ନାହିଁ । ଆଜ୍‌ମା କିମ୍ବା ଏକଜିମା ଥିବା ପିଲାମାନଙ୍କର ସମ୍ଭାବନା ଯଥେଷ୍ଟ ଅଧିକ ଥିଲା, ଯଦି ସେମାନେ ସପ୍ତାହରେ ୬ ଥର କୀଟନାଶକ ବ୍ୟବହାର କରିଥିବେ ।

ପିଲାମାନଙ୍କ ଆଲର୍ଜି ବୃଦ୍ଧିର କାରଣ ସର୍ବଦା କୀଟନାଶକ ହିଁ ହୋଇଥାଏ । ଯେଉଁମାନେ କେବେବି କୀଟନାଶକ ବ୍ୟବହାର କରିନଥିଲେ ସେହି ପିଲା ଏବଂ ମାଆମାନଙ୍କ ଠାରେ ଆଜମାରୁ ନିରାକରଣ ପାଇଁ ୨୬ ପ୍ରତିଶତ ଅଧିକା ସମ୍ଭାବନା ଥିବାବେଳେ ଏକ୍‌ଜିମାରୁ ନିରାକରଣ ପାଇଁ ୨୯ ପ୍ରତିଶତ ଅଧିକ ସୁଯୋଗ ଥିଲା । କୀଟନାଶକ ବ୍ୟବହାର ଏବଂ ଖାଦ୍ୟ ମଧ୍ୟରେ କୌଣସି ତାଳମେଳ ନଥିଲା ।

ଏହା ଏକ ପର୍ଯ୍ୟବେକ୍ଷଣଶୀଳ ଅଧ୍ୟୟନ, ଏହିପରି ଅଧ୍ୟୟନ ମୋଧ୍ୟ କୌଣସି ରୋଗର ଯେ ମୁଖ୍ୟ କାରଣ ତାହା କହିବା କଷ୍ଟକର । ଗର୍ଭାବସ୍ଥା ସମୟରେ ମାଆମାନେ ନେଇଥିବା କୀଟନାଶକ ପାଇଁ ପିଲାମାନଙ୍କ ଠାରେ ଦେଖାଦେଇଥିବା ରୋଗକୁ ନିର୍ଦ୍ଦେଷ୍ଟ କାରଣ ବୋଲି ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ପିଲାମାନଙ୍କ ଠାରେ ଆଲର୍ଜି ରୋଗର ନିରାକରଣ ମଧ୍ୟ ମାନଙ୍କ ଦ୍ବାରା ରିପୋର୍ଟ କରାଯାଇଥିଲା । ତଥାପି, ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, "ଆମର ଅନୁସନ୍ଧାନ ସୂଚିତ କରେ ଯେ ଗର୍ଭାବସ୍ଥାରେ ଏକ୍ସପୋଜର(କୀଟନାଶକ) ପିଲାମାନଙ୍କ ଆଲର୍ଜି ଉପରେ ପ୍ରଭାବ । "

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ବ୍ୟବହାର ହୋଇଥିବା ବହୁଳ କୀଟନାଶକ ପ୍ରସବକାଳୀନ ରୋଗ ବୃଦ୍ଧିର କାରଣ କି ନୁହେଁ ତାହା ମଧ୍ୟ ତର୍ଜମା କରିବା ଗୁରୁତ୍ବପୂର୍ଣ୍ଣ ଅଟେ । ଅନୁସନ୍ଧାନକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗର୍ଭାବସ୍ଥା ସମୟରେ କେତେକ ଯନ୍ତ୍ରକୌଶଳ ବ୍ୟବହାର ମଧ୍ୟ ପିଲାଙ୍କ ଉପରେ ପ୍ରଭାବ ପକାଇପାରେ ।

ସେଥି ମଧ୍ୟରୁ ମାଇକ୍ରୋବାୟୋମ-ମେଡିଏଟେଡ (କୀଟନାଶକ ମାଆର ଅନ୍ତଃସ୍ଥଳୀ ଏବଂ ସ୍କିନ୍ ମାଇକ୍ରୋଫ୍ଲୋରା ଉପରେ ପ୍ରଭାବ ପକାଇଥାଏ), immune-mediated(ଗର୍ଭାବସ୍ଥାରେ କେତେକ ରାସାୟନିକ ଯୌଗିକର ସଂସ୍ପର୍ଶରେ ଆସିବା ଗର୍ଭସ୍ଥ ଶିଶୁର ଇମ୍ୟୁନୋ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ), ପ୍ରସବକାଳୀନ ଏକ୍ସପୋଜର(ମାଆମାନଙ୍କ ଚର୍ମରେ ଲଗା ଯାଇଥିବା କୀଟନାଶକ ପିଲାମାନଙ୍କ ମୋଲେକୁଲକୁ ଛୁଇଁଥାଏ) କିମ୍ବା bias(ଯେଉଁ ମେଡିକାଲ୍ କୀଟନାଶକଗୁଡିକ ବାରମ୍ବାର ବ୍ୟବହାର କରିଥାନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ) ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.