ETV Bharat / sukhibhava

କେଶ ଝଡିବା ସମସ୍ୟା

author img

By

Published : Mar 16, 2021, 9:48 AM IST

କେଶ ଝଡିବା ସମସ୍ୟା
କେଶ ଝଡିବା ସମସ୍ୟା

କୋଭିଡ ପରବର୍ତ୍ତୀ ରୋଗୀଙ୍କଠାରେ କେଶ ହାନି ବା କେଶ ଝଡିବା ସମସ୍ୟା ବହୁଳ ଭାବେ ଦେଖାଦେବା ସାମନାକୁ ଆସିଛି । ବିଭିନ୍ନ ସେଲିବ୍ରିଟିମାନେ ସେମାନଙ୍କ ସ୍ଥିତି ନେଇ ଟ୍ୱିଟ୍ କରିବା ପରେ ଏହି ସମସ୍ୟା ଚର୍ଚ୍ଚାକୁ ଆସିଛି । ଅଧିକ ପଢନ୍ତୁ...

କେଶ ଝଡିବା ସମସ୍ୟା ଲୋକଙ୍କର ବ୍ୟକ୍ତିଗତ ଓ ପେଷାଦାର ଜୀବନରେ ଗମ୍ଭୀର ପରିଣାମ ଆଣିପାରେ । ଏହି ସମସ୍ୟା ଲୋକଙ୍କ ମଧ୍ୟରେ ମନସ୍ୱାତ୍ତିକ ଓ ଶାରୀରିକ ଭାବେ ଏକ ପ୍ରକାର ହୀନମନ୍ୟତା ସୃଷ୍ଟି କରେ। ସେମାନେ ଲଜ୍ଜିତ ମନେ କରନ୍ତି । ଅବସାଦର ଶୀକାର ହୁଅନ୍ତି । କୋଭିଡ ପରବର୍ତ୍ତୀ ରୋଗୀଙ୍କଠାରେ କେଶ ହାନି ବା କେଶ ଝଡିବା ସମସ୍ୟା ବହୁଳ ଭାବେ ଦେଖାଦେବା ସାମନାକୁ ଆସିଛି । ବିଭିନ୍ନ ସେଲିବ୍ରିଟିମାନେ ସେମାନଙ୍କ ସ୍ଥିତି ନେଇ ଟ୍ୱିଟ୍ କରିବା ପରେ ଏହି ସମସ୍ୟା ଚର୍ଚ୍ଚାକୁ ଆସିଛି ।

ଏହି ସମସ୍ୟା ସଂପର୍କରେ ଡକ୍ଟର ବାତ୍ରାସ୍ ଗ୍ରୁପ୍ ଅଫ କଂପାନିଜ୍‌ର ଉପାଧ୍ୟକ୍ଷ ଓ ପରଚାଳନା ନିର୍ଦ୍ଦେଶକ ଡକ୍ଟର ଅକ୍ଷୟ ବାତ୍ରାଙ୍କ ସହ ଆଲୋଚନା କରିଥିଲା ଇଟିଭି ଭାରତ ସୁଖିଭବଃ ଟିମ୍ । କେଶ ହାନି ସମସ୍ୟା ସଂପର୍କରେ ଏକ ସର୍ଭେ କରିଥିଲେ ଡକ୍ଟର ବାତ୍ରା । ସେହି ସର୍ଭେର ଫଳାଫଳ ହେଲା

- ୭୫ ପ୍ରତିଶତରୁ ଅଧିକ ମହିଳା ଚନ୍ଦା ଲୋକଙ୍କୁ କମ୍ ଆକର୍ଷଣୀୟ ମନେ କରନ୍ତି

- ୮୦ ପ୍ରତିଶତ ପୁରୁଶ ଲମ୍ବା ବାଳ ଥିବା ମହିଳାଙ୍କୁ ପସନ୍ଦ କରନ୍ତି

- କେଶ ଝଡିବା ରୋକିବା ପାଇଁ ୮୧ ପ୍ରତିଶତ ଲୋକ ପାରମ୍ପରିକ ଅପେକ୍ଷା ବିକଳ୍ପ ଚିକିତ୍ସାକୁ ପସନ୍ଦ କରନ୍ତି

- ୮୮ ପ୍ରତିଶତ ଲୋକଙ୍କ ମତରେ କେଶ ହେଉଛି ପ୍ରମୁଖ ଶାରୀରିକ ସୌନ୍ଦର୍ଯ୍ୟ

କେଶଝଡିବାର କାରଣ

୧. ସାଇଜ ଜିରୋ ସିଂଡ୍ରୋମ ଦ୍ୱାରା ପ୍ରଭାବିତ ହୋଇ ଲୋକଙ୍କ କ୍ରାଏ ଡାଏଟ ଅଭ୍ୟାସ

୨. ଅବସାଦମୟ ପରିସ୍ଥିତି

୩. ମେଡିକେସନ, ଅପରେସନ,ଟାଇଫଏଡ, ମ୍ୟାଲେରିଆର ପ୍ରଭାବ

୪. ପ୍ରସବ ଓ ମେନୋପଜ ପରବର୍ତ୍ତୀ ସ୍ଥିତିରେ କେଶହାନି ସାଧାରଣ ସମସ୍ୟା । ହରମୋନାଲ ପରିବର୍ତ୍ତନ ଯୋଗୁଁ ଏପରି ହୋଇଥାଏ । ଏଷ୍ଟ୍ରୋଜେନ ଦ୍ୱାରା କେଶ ବଢେ । ପ୍ରୋଜେ ଷ୍ଟେରୋନ ଦ୍ୱାରା କେଶ ହାନି ହୋଇଥାଏ । ପ୍ରସବ ଓ ମେନୋପଜ ପରବର୍ତ୍ତୀ ସ୍ଥିତିରେ କେଶ ହାନି ସ୍ୱାଭାବିକ । ଏଭଳି ସ୍ଥଳେ କେଶ ପୁଣି ଉଠିବା ପାଇଁ ତିନି ମାସ ଅପେକ୍ଷା କରିବାକୁ ହେବ ।

୫. ମୋଟା ପାଣି ବା ହଠାତ ସ୍ଥାନ ପରିବର୍ତ୍ତନ କଲେ ସେଠାକାର ପାଣି ଦ୍ୱାରା ବି କେଶ ଝଡେ । ସାଧାରଣତଃ ଆମର କେଶ ବଢେ, ବିଶ୍ରାମ ନିଏ, ଝଡେ ଓ ପୁଣି ବଢେ । ଏହି ଧାରାରେ ଯଦି ଅସନ୍ତୁଳନ ରହିଲା, ତାହା ହେଲେ କେଶ ଝଡିଲା ବୋଲି ଆମେ ଧରିନେଉ । ଏହାଛଡା ଚନ୍ଦାପଣ ନେଇ ବି ଆମେ ଚିନ୍ତା କରୁ । କେଶ ବୃଦ୍ଧିର ସାଧାରଣ ଅବସ୍ଥାରେ ଯଦି ଚାପ ପଡେ , ତାହା ହେଲେ କେଶ ଝଡିଥାଏ । କେଶ ଝଡିବା ପର୍ଯ୍ୟାୟ ଆରମ୍ଭ ହେଲେ ୬ ସପ୍ତାହରୁ ୩ ମାସ ମଧ୍ୟରେ କେଶ ଝଡେ । ଏହାର ଅର୍ଥ ହେଲା ଯେ, ୬ ସପ୍ତାହ ବା ୩ ମାସ ପୂୂର୍ବରୁ ହିଁ ଆପଣ କୌଣସି ଷ୍ଟ୍ରେସରର ସମ୍ମୁଖୀନ ହୋଇଥିବେ ।

କୌଣସି ସକ୍ ପରେ କାହିଁକି କେଶ ଝଡେ ?

ଶରୀରରେ କେଶ ହେଉଛି ଦ୍ରୁତ ଅଭିବୃଦ୍ଧି କରୁଥିବା କୋଷ । ହେୟାର ସେଲଗୁଡିକ ଦ୍ରୁତ ଗତିରେ ବହୁଗୁଣିତ ହୋଇଥାଏ । ତେଣୁ ଅଧିକ ପୋଷଣର ଆବଶ୍ୟକ ହୁଏ । କିଛି କ୍ଷେତ୍ରରେ ହେୟାର ରୁଟ୍ ଯଦି ପ୍ରଭାବିତ ହୋଇ ନ ଥାଏ, ତାହା ହେଲ ଝଡିବା ପରେ ମଧ୍ୟ କେଶ ୧୦୦ ପ୍ରତିଶତ ପୁଣି ବଢିଥାଏ । ଏ ପ୍ରକାର କେଶ ହାନି ଅସ୍ଥାୟୀ । ଆଉ ଏକ ସ୍ଥିତି ଅଛି,ଯାହାକୁ ଆଂଡ୍ରୋଜେନିକ ଆଲୋପେସିଆ କୁହାଯାଏ । ଏହି ସ୍ଥିତିରେ ହେୟାର ଫଲିକ୍ଲ ସଂକୋଚନ ହେବା ଯୋଗୁଁ ବାଳ ଝଡିଲେ ବି ପୁଣି ଥରେ ଉଠିବା କଷ୍ଟ ହୋଇଥାଏ । କେଶହାନିର ଚିକିତ୍ସା ପ୍ରଥମେ କେଶହାନିର ପ୍ରକୃତ କାରଣ ଚିହ୍ନଟ କରିସାରିବା ପରେ ଏହାର ଚିକିତ୍ସା ଆରମ୍ଭ କରାଯିବା ଉଚିତ । ଭିନ୍ନ ଭିନ୍ନ ଧରଣର କେଶ ହାନି ପାଇଁ ଭିନ୍ନ ଭିନ୍ନ ଧରଣର ଚିକିତ୍ସା ରହିଛି । ଲୌହସାରର ଅଭାବ, ଥାଇରଏଡ, ପିସିଓଡି ଓ ହରମୋନ ମେଡିକାଲ କାରଣୁ କେଶ ଝଡୁଥିଲେ , ତାହାର ଚିକିତ୍ସା କରିବା ସହଜ । ହୋମିଓପ୍ୟାଥି ସହ ନ୍ୟୁଟ୍ରିସନାଲ ଅଭାବ ପାଇଁ ସୁପାରିଶ କରାଯାଇଥିବା ସପ୍ଲିମେଂଟ୍ ନେଲେ ସମସ୍ୟାର ସମାଧାନ ହୋଇପାରିବ ।

ହୋମିଓପ୍ୟାଥି ସହ ଡକ୍ଟର ବାତ୍ରା ଏସଟିଏମ ସେଲ ବା ଏଚଭିଟି ଟ୍ରିଟମେଂଟର ସହାୟତା ନିଆଯାଇପାରିବ । ଗମ୍ଭୀର ସ୍ଥିତିରେ କେଶ ପ୍ରତିରୋପଣ, ପରଚୂଳ, ଇନଷ୍ଟାଂଟ୍ ହେୟାର ସ୍ପ୍ରେ ଭଳି ଉପାୟ ସୁପାରିଶ କରାଯାଇପାରେ । ଜଣକର ବୟସ, କେଶଝଡାର ପର୍ଯ୍ୟାୟସ କାରଣ ଉପରେ ବି ଚିକିତ୍ସା ନିର୍ଭର କରେ । କେଶ କାହିଁତି ଝଡେ,ତାହାର କାରଣ ବୁଝିପାରିଲେ, ଆପଣ ନିଜେ ତାହାର ଚିକିତ୍ସା କରିବେ ନାହିଁ । ମୂଳ କାରଣ ନ ଜାଣିଲେ ଆପଣ କେଶ ହାନିକୁ ଟପିକାଲ ବା କସମେଟିକ ଚିକିତ୍ସା ଦ୍ୱାରା ରୋକିପାରିବେ ନାହିଁ । ଏଭଳି ଚିକିତ୍ସା ଫଳପ୍ରଦ ହୋଇ ନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.