ETV Bharat / sukhibhava

UN ଜଳବାୟୁ ପରିବର୍ତ୍ତନ ଏବଂ ଜଳାଭାବ ରିପୋର୍ଟ ଉଦ୍‌ବେଗଜନକ, ନଚେତିଲେ ନିଶ୍ଚିହ୍ନ ହେବ ଜୀବନ !

author img

By

Published : Mar 21, 2023, 12:21 PM IST

Updated : Mar 21, 2023, 12:27 PM IST

climate
climate

ଜାତିସଂଘ ଜଳବାୟୁ ପରିବର୍ତ୍ତନ ଏବଂ ଜଳାଭାବକୁ ନେଇ ପ୍ରକାଶ କରିଥିବା ରିପୋର୍ଟ ଉଦ୍‌ବେଗଜନକ । ବିଶ୍ବରେ ଜଳବାୟୁ ପରିବର୍ତ୍ତନ ବିପଦ ସଙ୍କେତ ଅବସ୍ଥାରେ ଥିବାବେଳେ ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଜଳ ସମ୍ବନ୍ଧୀୟ ବିପଦ କାରଣରୁ ମୋଟ 78 ମିଲିୟନ୍ ଶିଶୁ ବିପଦରେ ଅଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏବଂ ଜଳ ଅଭାବକୁ ନେଇ ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ଉଦ୍‌ବେଗଜନକ । ଯଦି ବେଳ ଥାଉଥାଉ ବିପର୍ଯ୍ୟୟକୁ ରୋକାନଯାଏ, ତେବେ ମାନବ ସମାଜ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଚେତାଇଛି । ଜାତିସଂଘ ବେଜ୍ଞାନିକମାନଙ୍କର ଏକ ଶୀର୍ଷ କମିଟି ସୋମବାର(ମାର୍ଚ୍ଚ 20)ରେ ଏହି ରିପୋର୍ଟ ପ୍ରକାଶ କରିଛି । ଏହାକୁ ସେମାନେ ମାନବ ସମାଜ ପାଇଁ 'ସର୍‌ଭାଇଭାଲ୍ ଗାଇଡ୍' ବୋଲି ଦର୍ଶାଇଛନ୍ତି । ଜାତିସଂଘର ରିପୋର୍ଟ ଅନୁସାରେ, ଏବେ ବି ମାନବ ପାଖରେ ଗୋଟିଏ ସୁଯୋଗ ରହିଛି ।

ଯଦି ଶେଷ ସୁଯୋଗକୁ ହାତଛଡା କରାଯାଏ ତେବେ ଜଳବାୟୁ ପରିବର୍ତ୍ତନ କାରଣରୁ ଭବିଷ୍ୟତରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ରୋକିବା କଷ୍ଟକର ହୋଇପଡିବ । ଏପରିକି ମାନବ ସମାଜ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଜାତିସଂଘ କହିଛି । 2035 ସୁଦ୍ଧା ଅଙ୍ଗାରକ ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ପାଖାପାଖି ଦୁଇତୃତୀୟାଂଶ କମାଇବାକୁ ଜାତିସଂଘ ଆହ୍ବାନ କରିଛି । ସେହିପରି ଆଗାମୀ ଦଶନ୍ଧି ମଧ୍ୟରେ ସମସ୍ତ ଦେଶ ଶୂନ ଅଙ୍ଗାରକ ନିର୍ଗମନ ପନ୍ଥା ଆପଣାଇବା ଆବଶ୍ୟକ । ଏହାବ୍ୟତୀତ ଧନୀ ରାଷ୍ଟ୍ରଗୁଡିକ କୋଇଲା, ତେଲ ଏବଂ ଗ୍ୟାସ୍‌ର ଉପଯୋଗ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ।

ଅନ୍ୟପଟେ ଜାତିସଂଘ ଜଳର ଅଭାବ ଏବଂ ସ୍ବଚ୍ଛତାକୁ ନେଇ ମଧ୍ୟ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ, ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଜଳ ସମ୍ବନ୍ଧୀୟ ବିପଦ କାରଣରୁ ମୋଟ 7 କୋଟି 8 ଲକ୍ଷ ଶିଶୁ ସବୁଠୁ ଅଧିକ ବିପଦରେ ଅଛନ୍ତି । ଜଳ, ପରିମଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଶୀଘ୍ର ବୃଦ୍ଧି କରିବାକୁ ସରକାରଙ୍କୁ ଆହ୍ବାନ ଦେଇ ୟୁନିସେଫ୍ ନାଇଜେରିଆର WASH(Water, Sanitation, and Hygiene) ମୁଖ୍ୟ ଜେନ ବେଭାନ୍ କହିଛନ୍ତି ଯେ, ଅସୁରକ୍ଷିତ ପିଲାମାନଙ୍କ ମଧ୍ୟରେ ପ୍ରତିରୋଧକ ରୋଗ ହ୍ରାସ କରିବାର ଜରୁରୀ ଆବଶ୍ୟକତା ରହିଛି ।

ଜାତିସଂଘ ଏଜେନ୍ସି ପର୍ଯ୍ୟାପ୍ତ ଜଳ, ପରିମଳ ଏବଂ ସ୍ୱଚ୍ଛତା, ଆନୁଷଙ୍ଗିକ ରୋଗ ତଥା ଜଳବାୟୁ ବିପଦର ତାଲିକାଭୂକ୍ତ କରିଛି ଏବଂ କହିଛି ଯେ, ଏକ ତୃତୀୟାଂଶ ପିଲା ଘରେ ଅତି କମରେ ମୌଳିକ ଜଳ ପାଇପାରୁ ନାହାଁନ୍ତି ଏବଂ ଦୁଇ ତୃତୀୟାଂଶ ଲୋକଙ୍କର ମୌଳିକ ସୁବିଧା ନାହିଁ । ସେମାନେ ପରିମଳ ସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଜାତିସଂଘ ଏକ ବିବୃତ୍ତିରେ କହିଛି ଯେ, ହାତର ସ୍ୱଚ୍ଛତା ମଧ୍ୟ ସୀମିତ, ତିନି ଚତୁର୍ଥାଂଶ ପିଲା ଘରେ ପାଣି ଓ ସାବୁନ ଅଭାବରୁ ହାତ ଧୋଇ ପାରୁନାହାନ୍ତି ।

ଫଳସ୍ୱରୂପ, ନାଇଜେରିଆ ହେଉଛି 10 ଟି ଦେଶ ମଧ୍ୟରୁ ଗୋଟିଏ, ଯେଉଁଠାରେ ଡାଇରିଆ(ଝାଡା-ବାନ୍ତି) ରୋଗ କାରଣରୁ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୂତଳ ଜଳ ସ୍ତର ମଧ୍ୟ ହ୍ରାସ ପାଉଛି । ଏଥିପାଇଁ ସ୍ଥାୟୀ ସୁବିଧାର ଆବଶ୍ୟକତା ରହିଛି ବୋଲି ଜାତିସଂଙ୍ଘ ଚେତାଇ ଦେଇଛି ।

Last Updated :Mar 21, 2023, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.