ETV Bharat / sukhibhava

Type-2 ମଧୁମେହ କାରଣରୁ ଏହିସବୁ ଅଙ୍ଗ ହୋଇପାରେ ପ୍ରଭାବିତ, ରୁହନ୍ତୁ ସତର୍କ

author img

By

Published : Nov 28, 2022, 11:39 AM IST

Type-2 ମଧୁମେହ କାରଣରୁ ଏହିସବୁ ଅଙ୍ଗ ହୋଇପାରେ ପ୍ରଭାବିତ, ରୁହନ୍ତୁ ସତର୍କ
Type-2 ମଧୁମେହ କାରଣରୁ ଏହିସବୁ ଅଙ୍ଗ ହୋଇପାରେ ପ୍ରଭାବିତ, ରୁହନ୍ତୁ ସତର୍କ

ଦୁଇ ପ୍ରକାରର ମଧୁମେହରେ ଟାଇପ୍-2 ଏକ ଗମ୍ଭୀର ସମସ୍ୟା ବୋଲି ବିବେଚନା କରାଯାଏ । ଏହା ଶରୀରର ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ, ଜାଣନ୍ତୁ ଏହି ଅଙ୍ଗ ଗୁଡିକ ବାବଦରେ(Type-2 diabetes damages these parts of body) । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅଧିକାଂଶ ବ୍ୟକ୍ତି ମଧୁମେହରେ ପୀଡିତ । ସାଧାରଣତଃ ମଧୁମେହ ଦୁଇ ପ୍ରକାରର ବୋଲି ଆମେ ଜାଣିଛେ, ଟାଇପ୍-1 ଏବଂ ଟାଇପ୍-2 । ଏଥି ମଧ୍ୟରୁ ଟାଇପ୍-୨ ମଧୁମେହ ଏକ ବିପଜ୍ଜନକ ରୋଗ ବୋଲି ବିବେଚନା କରାଯାଏ । ଡାକ୍ତରମାନେ କହନ୍ତି ଯେ, ଯଦି ମଧୁମେହ ରୋଗରେ ରକ୍ତରେ ଶର୍କରା ନିୟନ୍ତ୍ରଣରେ ରଖାନଯାଏ, ତେବେ ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗମ୍ଭୀର ହୋଇଯାଏ । ଏହିକାରଣରୁ ରୋଗୀର ପ୍ରାଣ ମଧ୍ୟ ଯାଇପାରେ ! ତେବେ ଆଜି ଆମେ ଶରୀରର ଏହିପରି ପାଞ୍ଚଟି ଅଙ୍ଗ ବାବଦରେ ଆଲୋଚନା କରିବା, ଯେଉଁଥିରେ ଟାଇପ୍-୨ ମଧୁମେହ ଅଧିକ ଏବଂ ପ୍ରଥମେ ପ୍ରଭାବିତ ହୋଇଥାଏ(Type-2 diabetes damages these parts of body)...

ଟାଇପ୍-୨ ମଧୁମେହରେ କେଉଁ ଅଙ୍ଗ ପ୍ରଥମେ କ୍ଷତିଗ୍ରସ୍ତ ହୁଏ ?

  1. ସ୍ନାୟୁ ପ୍ରଣାଳୀ:-ଟାଇପ୍-୨ ମଧୁମେହ ପ୍ରଥମେ ଆମର ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । ଏଥିରେ ସ୍ନାୟୁର କ୍ଷତି ହେତୁ ମଧୁମେହ ସ୍ନାୟୁ ରୋଗ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହି କାରଣରୁ, ହାତ ଏବଂ ପାଦରେ କମ୍ପନ ଭଳି ଅନୁଭବ କରିବା ଆରମ୍ଭ ହୁଏ । ହାତ ଏବଂ ପାଦ ଅସ୍ଥିର ହେବା ଆରମ୍ଭ କରେ ଏବଂ ଝିମ୍‌ ଝିମ୍‌ ମଧ୍ୟ ଅନୁଭବ ହୁଏ ।
  2. ଆଖି:-ଟାଇପ୍-୨ ମଧୁମେହ ମଧ୍ୟ ଆମ ଆଖି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଟାଇପ୍-୨ ମଧୁମେହ ଆମ ଆଖିର କ୍ଷୁଦ୍ର ରକ୍ତବାହୀକୁ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ଧୀରେ ଧୀରେ ଦୃଷ୍ଟି ଶକ୍ତି ଅସ୍ପଷ୍ଟ ହେବାକୁ ଲାଗେ । ଜଣେ ବ୍ୟକ୍ତି ଯଦି ସମୟ ଥାଉ ଥାଉ ଧ୍ୟାନ ନ ଦିଅନ୍ତି ତେବେ ଦୃଷ୍ଟିଶକ୍ତି ହରାଇପାରନ୍ତି ।
  3. ହୃଦୟ:-ଟାଇପ୍-୨ ମଧୁମେହରେ, ଉଚ୍ଚ ରକ୍ତ ଶର୍କରା ମଧ୍ୟ ରକ୍ତବାହୀ ଏବଂ ସ୍ନାୟୁକୁ କ୍ଷତି ପହଞ୍ଚାଏ, ଯାହା ହୃଦୟକୁ ନିୟନ୍ତ୍ରଣ କରେ । ଏହି ରକ୍ତବାହୀ ଏବଂ ସ୍ନାୟୁ ଗୁଡ଼ିକର କ୍ଷତି ହେଲେ ହୃଦରୋଗ ହେବାର ଆଶଙ୍କା ବଢିଯାଏ । ଫଳରେ ଷ୍ଟ୍ରୋକ୍ ଭଳି ସମସ୍ୟାର ସମ୍ଭାବନା ମଧ୍ୟ ରହିପାରେ ।
  4. କିଡନୀ:-ଯଦି ଶରୀରରେ ଗ୍ଲୁକୋଜର ମାତ୍ରା ଅଧିକ ଥାଏ, ତେବେ ଆମର କିଡନୀର ରକ୍ତବାହୀ ମଧ୍ୟ ନଷ୍ଟ ହୋଇପାରେ । ଯେଉଁଥିପାଇଁ ଆମେ କିଡନୀ ସମ୍ବନ୍ଧୀୟ ରୋଗର ଶିକାର ହୋଇଥାନ୍ତି । ଡାକ୍ତରମାନେ କହନ୍ତି ଯେ, ମେଦବହୁଳତା, ଧୂମପାନ, ହୃଦ ରୋଗ, ଉଚ୍ଚ ରକ୍ତଚାପ ଏବଂ ଅନିୟନ୍ତ୍ରିତ ମଧୁମେହ ବ୍ୟକ୍ତିର କିଡନୀକୁ କ୍ଷତି ପହଞ୍ଚାଇପାରେ ।
  5. ପାଦ:-ଶରୀରର ରକ୍ତବାହୀ ଏବଂ ସ୍ନାୟୁ ପ୍ରଣାଳୀର କ୍ଷତି ହେତୁ ମଧୁମେହ ରୋଗୀଙ୍କ ପାଦରେ ଅଲସର ହେବାର ଆଶଙ୍କା ବଢିଯାଏ । ଏହି କାରଣରୁ, ଅନେକ କ୍ଷେତ୍ରରେ ରୋଗୀର ଗୋଡରେ ଆଘାତ ସହଜରେ ଭଲ ହୋଇନଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଜଟିଳ ରୋଗ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଗ୍ରହଣୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.