ETV Bharat / sukhibhava

Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ? ପଢନ୍ତୁ ଏହି ରିପୋର୍ଟ

author img

By

Published : Sep 6, 2022, 6:14 PM IST

Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ? ପଢନ୍ତୁ ଏହି ରିପୋର୍ଟ
Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ? ପଢନ୍ତୁ ଏହି ରିପୋର୍ଟ

ସମସ୍ତ ରୋମାଣ୍ଟିକ୍ ରିଲେସନସିପ୍ ଉତ୍ଥାନ-ପତନ ଦେଇ ଗତି କରେ । ତେଣୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କିପରି ପାର୍ଟନରଙ୍କ ସହ କିପରି ଭଲ ସମ୍ପର୍କ ସ୍ଥାପନ କରିବେ ଏବଂ ରିଲେସନସିପରକୁ (Healthy Relationship Tips) ବଜାୟ ରଖିବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

ହାଇଦ୍ରାବାଦ: ସମସ୍ତ ରୋମାଣ୍ଟିକ୍ ରିଲେସନସିପ୍ ଉତ୍ଥାନ-ପତନ ଦେଇ ଗତି କରିଥାଏ । ସାଥୀ ବା ପାର୍ଟନରଙ୍କ ସହ ଖାପ ଖୁଆଇବା ପାଇଁ ସଭିଏଁ ଇଚ୍ଛା କରନ୍ତି । କିନ୍ତୁ ଆପଣଙ୍କର ସମ୍ପର୍କ ବର୍ତ୍ତମାନ ଆରମ୍ଭ ହେଉ କିମ୍ବା ବର୍ଷ ବର୍ଷ ଧରି ଏକାଠି ରହିଆସୁଛନ୍ତି, ଏକ ସୁସ୍ଥ ସମ୍ପର୍କ ପାଇଁ ଆପଣ କିଛି ଟିପ୍ସ୍ ନେଇପାରିବେ । ନିମ୍ନରେ ଏବାବଦରେ କେତେକ ଆଲୋଚନା କରାଯାଇଛି ।

Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ?
Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ?

Healthy Relationship Tips

ପ୍ରତ୍ୟେକ ସମ୍ପର୍କ ଅତୁଳନୀୟ ଏବଂ ଅନେକ ଭିନ୍ନ କାରଣ ପାଇଁ ଲୋକମାନେ ଏକାଠି ହୁଅନ୍ତି । ଏକ ସୁସ୍ଥ ସମ୍ପର୍କକୁ ପରିଭାଷିତ କରେ, ଆପଣ ପ୍ରକୃତରେ ସେହି ସମ୍ପର୍କରୁ କଣ ଆଶା କରନ୍ତି ଏବଂ ସମ୍ପର୍କକୁ କିଭଳି ବଜାୟ ରଖିବାକୁ ଚାହାଁନ୍ତି । ତେବେ ପାର୍ଟନର ବା ସାଥୀ ସହିତ ଗଭୀର ଏବଂ ସଚ୍ଚୋଟ ଭାବରେ କଥାବାର୍ତ୍ତା କରିବା ଦ୍ବାରା ଆପଣଙ୍କ ସମ୍ପର୍କ କେତେ ଦୃଢ ତାହା ଜାଣିପାରିବେ ।

ତଥାପି, କିଛି ବୈଶିଷ୍ଟ୍ୟ ମଧ୍ୟ ଅଛି ଯାହା ଅଧିକାଂଶ ସୁସ୍ଥ ସମ୍ପର୍କର ସାଧାରଣ ଅଟେ । ଏହି ମୌଳିକ ନୀତିଗୁଡିକ ଜାଣିବା ଦ୍ବାରା ସମ୍ପର୍କକୁ ଅର୍ଥପୂର୍ଣ୍ଣ ଏବଂ ରୋମାଞ୍ଚକର ରଖିବାରେ ସାହାଯ୍ୟ କରିପାରିବ ।

Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ?
Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ?

ପରସ୍ପର ସହିତ ଏକ ଅର୍ଥପୂର୍ଣ୍ଣ ଭାବପ୍ରବଣତା ବଜାୟ ରଖିପାରିବେ..

ପରସ୍ପରକୁ ଭଲ ପାଇବା ଏବଂ ଭାବପ୍ରବଣ ଭାବରେ ପୂର୍ଣ୍ଣ ଅନୁଭବ କରାଇପାରିବେ । ଭଲ ପାଇବା ଏବଂ ଭଲ ପାଇବା ଅନୁଭବ ମଧ୍ୟରେ ଏକ ପାର୍ଥକ୍ୟ ଅଛି । ଯେତେବେଳେ ଆପଣ ଭଲ ପାଇବାକୁ ଅନୁଭବ କରନ୍ତି, ଏହା ଆପଣଙ୍କ ଏବଂ ଆପଣଙ୍କ ପାର୍ଟନରଙ୍କ ଦ୍ବାରା ଗ୍ରହଣୀୟ ଏବଂ ମୂଲ୍ୟବାନ ପରି ମନେହେବା ଉଚିତ୍, ଯେମିତିକି କେହି ଜଣେ ଆପଣଙ୍କୁ ପ୍ରକୃତରେ ଚାହୁଁଛି, ସେହିପରି ମନେହେବା ଉଚିତ୍ ।

ବାହ୍ୟ ସମ୍ପର୍କ ଏବଂ ଆଗ୍ରହକୁ ଜୀବନ୍ତ ରଖନ୍ତୁ...

ବାସ୍ତବରେ, ଆପଣଙ୍କ ସାଥୀଙ୍କଠାରୁ ଅଧିକ ଆଶା କରିବା ଏକ ସମ୍ପର୍କ ଉପରେ ଅସ୍ୱାସ୍ଥ୍ୟକର ଚାପ ପକାଇପାରେ । ରୋମାଣ୍ଟିକ୍ ସମ୍ପର୍କକୁ ଉତ୍ସାହିତ କରିବା ଏବଂ ସମୃଦ୍ଧ କରିବା ପାଇଁ, ସମ୍ପର୍କ ବାହାରେ ନିଜର ପରିଚୟ ବଜାୟ ରଖିବା, ପରିବାର ଏବଂ ସାଙ୍ଗମାନଙ୍କ ସହିତ ସଂଯୋଗ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ ।

Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ?
Healthy Relationship Tips: କେମିତି ସମ୍ପର୍କକୁ ଦୃଢ ରଖିବେ ?

ଖୋଲା ଏବଂ ସଚ୍ଚୋଟ ଭାବରେ ଯୋଗାଯୋଗ କରନ୍ତୁ...

ଭଲ ଯୋଗାଯୋଗ ଯେକୌଣସି ସମ୍ପର୍କର ଏକ ପ୍ରମୁଖ ଅଂଶ । ଯେତେବେଳେ ଉଭୟ ଲୋକ ଜାଣନ୍ତି ଯେ, ସେମାନେ ସମ୍ପର୍କରୁ କ’ଣ ଚାହାଁନ୍ତି ଏବଂ ସେମାନଙ୍କର ଆବଶ୍ୟକତା, ଭୟ ଏବଂ ଇଚ୍ଛା ପ୍ରକାଶ କରିବାରେ ଆରାମଦାୟକ ଅନୁଭବ କରନ୍ତି, ଏହା ବିଶ୍ୱାସକୁ ବଢାଇପାରେ ଏବଂ ଆପଣଙ୍କ ମଧ୍ୟରେ ବନ୍ଧନକୁ ଦୃଢ କରିପାରେ ।

ନିୟମିତ ଭାବରେ ଏକାଠି କିଛି ଗୁଣାତ୍ମକ ସମୟ ବିତାନ୍ତୁ...

ଆପଣ ଯେତେ ବ୍ୟସ୍ତରେ ରହନ୍ତୁ ନା କାହିଁକି, ଅନ୍ୟାନ୍ୟ ସମସ୍ୟା ବାବଦରେ ବିଶେଷ ଚିନ୍ତା ନ କରି ପ୍ରତିଦିନ ପାର୍ଟନରଙ୍କ ସହ କିଛି ସମୟ ବିତାନ୍ତୁ ଏବଂ ବ୍ୟସ୍ତ ମଧ୍ୟରେ ମଧ୍ୟ କିଛିସମୟ ଯୋଗାଯୋଗ କରନ୍ତୁ ।ଏପରି କିଛି କରନ୍ତୁ ଯାହା ଉଭୟଙ୍କୁ ଖୁସି କରିବ, ଉଭୟଙ୍କ ହବି ଶେୟାର କରନ୍ତୁ, ଡାନ୍ସ କ୍ଲାସ, ଡେଲି ୱାକ୍ କିମ୍ବା ସକାଳେ କଫି ପିଇବାରେ ଏକାଠି ହୁଅନ୍ତୁ ।

ଏକତ୍ର କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ..

ଏକତ୍ର କିଛି ଜିନିଷ କରିବାର ପ୍ରୟାସ ଉଭୟଙ୍କୁ ଅଧିକ ଘନିଷ୍ଠ କରିପାରେ । ଏହା କୌଣସି ନୂଆ ରେଷ୍ଟୁରାଣ୍ଟ ଯିବା କିମ୍ବା ଏକ ସ୍ଥାନକୁ ଯାତ୍ରା କରିବା ଭଳି ସରଳ ଉପାୟ ହୋଇପାରେ, ଯାହା ଆପଣ ପୂର୍ବରୁ କରିନଥିବେ ।

ଏକାଠି ମଜା କରିବା ଉପରେ ଧ୍ୟାନ ଦିଅନ୍ତୁ..

ଏକ ସମ୍ପର୍କର ପ୍ରାରମ୍ଭିକ ପର୍ଯ୍ୟାୟରେ କପୁଲମାନେ ଅଧିକ ମଜାଳିଆ ହୋଇଥାନ୍ତି । ଅବଶ୍ୟ, ଏହି ମନୋଭାବ ଧିରେ ଧିରେ ଦୁର୍ବଳ ହୋଇଯାଏ, କାରଣ ଜୀବନରର ଚ୍ୟାଲେଞ୍ଜଗୁଡ଼ିକ ଆସିଥାଏ କିମ୍ବା ପୁରୁଣା କିଛି ଖରାପ ସମୟ ପୁନର୍ବାର ସମସ୍ୟା ସୃଷ୍ଟି କରେ । ତଥାପି ହାସ୍ୟରସ ଭାବ ରଖିବା ଉଚିତ୍ । କାରଣ ଏହା ଆପଣଙ୍କୁ କଠିନ ସମୟ ଦେଇ ଗତି କରିବାରେ, ଚାପ ହ୍ରାସ କରିବାରେ ଏବଂ ସମସ୍ୟାଗୁଡିକ ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ତେବେ ପାର୍ଟନରଙ୍କୁ ସରପ୍ରାଇଜ ଦିଅନ୍ତୁ କିମ୍ବା ସେମାନଙ୍କ ମନ ପସନ୍ଦର କାର୍ଯ୍ୟ କରନ୍ତୁ । ଏପରି କରିବା ଦ୍ବାରା ସମ୍ପର୍କ ଘନିଷ୍ଠ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.