ETV Bharat / sukhibhava

Cold-Pressed Virgin ନଡିଆ ତେଲର ଉପକାରିତା

author img

By

Published : Feb 10, 2022, 5:56 PM IST

Cold-Pressed Virgin ନଡିଆ ତେଲର ଉପକାରିତା
Cold-Pressed Virgin ନଡିଆ ତେଲର ଉପକାରିତା

ଆମ ରୋଷେଇ ଘରୁ ମିଳୁଥିବା ଅନେକ ସାମଗ୍ରୀ ରହିଛି, ଯାହା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ । ସେଥିମଧ୍ୟରୁ cold-pressed coconut oil ବା ପ୍ରାକୃତିକ ଉପାୟରେ ଉତ୍ପାଦିତ ହୋଇଥିବା ନଡିଆ ତେଲ । ଜାଣନ୍ତୁ ଏହି ନଡିଆ ତେଲରେ ରହିଛି କି କି ଉପକାରିତା

ହାଇଦ୍ରାବାଦ: ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଜୀବନଶୈଳୀକୁ ଦ୍ରୁତଗତିରେ ଆଗେଇ ନେଇଥାନ୍ତି, ଯାହାଦ୍ବାରା ଅଧିକ ସ୍ବାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଉଛି । ସମୟର ଗତି ସହିତ, ଅଧିକାଂଶ ଲୋକେ ଦୈନନ୍ଦିନ କର୍ମରୁ ନିବୃତ୍ତ ରହି ଫିଟନେସ୍ ଆଡକୁ ମୁହାଁଉଛନ୍ତି । ସୁସ୍ଥ ଦ୍ରବ୍ୟର ଉପଲବ୍ଧତାରେ ଏକ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଉଛି, ଯାହା ପରବର୍ତ୍ତୀ ସମୟରେ ସାମଗ୍ରିକ ସୁସ୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ତେବେ ରୋଷେଇ ଘରୁ ମିଳୁଥିବା ବିଭିନ୍ନ ଦ୍ରବ୍ୟ ମଧ୍ୟ ସୁସ୍ଥ ଶରୀର ପାଇଁ ଅନେକ ଲାଭଦାୟକ, ଯାହା ପ୍ରକୃତି ଯାତ ।

Cold-Pressed Virgin ନଡିଆ ତେଲର ଉପକାରିତା
Cold-Pressed Virgin ନଡିଆ ତେଲର ଉପକାରିତା

ରୋଷେଇ ଘରୁ ମିଳୁଥିବା ଜିନିଷଗୁଡ଼ିକ ମଧ୍ୟରୁ ରନ୍ଧନ ତେଲ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଏହି ତେଲ ପାଇଁ ପ୍ରସ୍ତୁତ ହେଉଥିବା ଶୈଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ମଧ୍ୟରୁ cold-pressed coconut oil ବା ପ୍ରାକୃତିକ ଉପାୟରେ ଉତ୍ପାଦିତ ହୋଇଥିବା ନଡିଆ ତେଲ, ଲୋକପ୍ରିୟତା ହାସଲ କରୁଛି । କାରଣ ଏହାର ପ୍ରସ୍ତୁତି ପ୍ରଣାଳୀ ନିଶ୍ଚିତ କରେ ଯେ, ଏଥିରେ ଆଣ୍ଟିଅକ୍ସିଡାଣ୍ଟ କଣ୍ଟେଣ୍ଟ, ସ୍ୱାଦ ଏବଂ ପୁଷ୍ଟିକର ମୂଲ୍ୟ ସଂରକ୍ଷିତ ରହିଛି ।

ଅପରପକ୍ଷେ, ବିଶୋଧିତ ତେଲରୁ କ୍ଷାର, ବ୍ଲିଚିଂ ଏଜେଣ୍ଟ ଏବଂ ଏସିଡ୍ ବ୍ୟବହାର କରି ଚିକିତ୍ସା କରାଯାଏ, ଯାହା ଅନ୍ତିମ ଦ୍ରବ୍ୟକୁ ସ୍ଥିର ସାନ୍ଦ୍ରତା ପ୍ରଦାନ କରିଥାଏ । ସ୍ବାସ୍ଥ୍ୟକର ତେଲ ହେଉଛି cold-pressed virgin coconut oil ବା କୌଣସି ପ୍ରାକୃତିକ ଗୁଣ ହ୍ରାସ ହୋଇନଥିବା ତାଜା ନଡିଆ ତେଲ, ଯାହା ଶକ୍ତି ବୃଦ୍ଧି ଏବଂ HDL (Good) କୋଲେଷ୍ଟ୍ରଲକୁ ବୃଦ୍ଧି କରେ । ନଡ଼ିଆ ତେଲରେ MCTs (Medium Chain Triglycerides) ପ୍ରଚୁର ପରିମାଣରେ ଥାଏ, ଯାହା ଓଜନ ପରିଚାଳନାରେ ସାହାଯ୍ୟ କରିଥାଏ ।

ଭାରତର ଏକ ସ୍ୱାସ୍ଥ୍ୟ ଏବଂ ସୁସ୍ଥକର ବ୍ରାଣ୍ଡର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡଲି କୁମାର cold-pressed coconut oil ବ୍ୟବହାର ଦ୍ବାରା କି କି ଲାଭ ମିଳିଥାଏ, ତା' ଉପରେ ଆଲୋଚନା କରି ଉପକାରିତା ବାବଦରେ କହିଛନ୍ତି...

ମେଦ ବହୁଳତା ହ୍ରାସ: Medium-chain triglycerides (MCTs), ନଡିଆ ତେଲରେ ପ୍ରଚୁର ପରିମାଣରେ ଥାଏ, MCTs କ୍ୟାଲୋରୀ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୁଏ, ଫଳସ୍ୱରୂପ, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଆଣ୍ଟିମାଇକ୍ରୋବାୟଲ୍ ଗୁଣ: ନଡିଆ ତେଲରୁ ଲୌରିକ ଏସିଡ ବା ଫ୍ୟାଟି ଏସିଡ ମିଳିଥାଏ, ଯାହା MCT ର ପ୍ରାୟ ଅଧା ଅଟେ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ରୋଗ ସୃଷ୍ଟି କରୁଥିବା ଜୀବାଣୁ ବିରୁଦ୍ଧରେ କାମ କରିଥାଏ । ଏହିପରି, ଲୌରିକ୍ ଏସିଡ୍ ଏକ ପ୍ରଭାବଶାଳୀ ବ୍ୟାକ୍ଟେରିଆସାଇଡ୍ ଏଜେଣ୍ଟ ଭାବେ ଜୀବାଣୁକୁ ପ୍ରଭାବଶାଳୀ ଭାବରେ ନଷ୍ଟ କରିପାରେ । ଏହି cold-pressed coconut oil ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ବିଶିଷ୍ଟ ।

ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ: ବଜାରରେ ଅନେକ ଏନର୍ଜି ଡ୍ରିଙ୍କ୍ସ ମିଳୁଛି, କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ପ୍ରାକୃତିକ ଭାବରେ cold-pressed coconut oil ଭାବେ ଶକ୍ତି ଯୋଗାଇ ପାରିବ ନାହିଁ । ଏହି ନଡିଆ ତେଲରୁ ମିଳୁଥିବା MCT ସିଧା ଆମ ଲିଭରକୁ ସ୍ଥାନାନ୍ତରିତ ହୁଏ ଏବଂ କାର୍ବସ୍ ଭାବରେ କାର୍ଯ୍ୟ କରେ, ଏକ ବିସ୍ତାରିତ ଏବଂ ପ୍ରସ୍ତୁତ ଶକ୍ତି ଯୋଗାଣ । କ୍ରୀଡା ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ MCT ଗୁଡିକ ବହୁଳ ଭାବରେ ବ୍ୟବହୃତ ହୋଇଛି ଏବଂ ପୃଥିବୀର ଅନେକ ଆଥଲେଟ୍ ଏହାକୁ ନେଇଥାନ୍ତି ।

ସ୍କିନ୍ କେୟାର ଏକ୍ସପର୍ଟ: cold-pressed coconut oil ଆପଣଙ୍କ ତ୍ୱଚା ପାଇଁ ଅଧିକ କୃତ୍ରିମ ଉପାଦାନ ବ୍ୟବହାର କରୁଥିବା କୌଣସି ମଶ୍ଚରାଇଜର ଅପେକ୍ଷା ଅଧିକ ଫଳପ୍ରଦ । ସମସ୍ତ ପୁଷ୍ଟିକର ଗୁଣର ସଂରକ୍ଷଣ ହେତୁ ଏହି ନଡିଆ ତେଲ ଚର୍ମ ପାଇଁ ଏକ ଥେରାପିଟିଭ୍ ଥେରାପି(ରୋଗକୁ ରୋକିବା ଏବଂ ମୁକାବିଲା କରିବା, ଯନ୍ତ୍ରଣା କିମ୍ବା ଆଘାତକୁ ଦୂର କରିବା ଉଦ୍ଦେଶ୍ୟରେ କରାଯାଉଥିବା ଚିକିତ୍ସା ପଦ୍ଧତି) ଯୋଗାଇଥାଏ, ଯାହା ଆଟୋପିକ୍ ଡର୍ମାଟାଇଟିସ୍(ଚର୍ମ କୁଞ୍ଚିତ ବା ଲାଲ୍ ପଡିବା) ଭଳି ଚର୍ମ ରୋଗର ଉପଶମ କରିବାରେ ସାହାଯ୍ୟ କରିଥାଏ ।

ସ୍ୱାସ୍ଥ୍ୟରେ ସୁଧାର ଆଣେ: ଷ୍ଟ୍ରେପଟୋକୋକସ୍ ମ୍ୟୁଟାନ୍ସ ହେଉଛି ଏକ ଗୋଲାକାର ବ୍ୟାକ୍ଟେରିଆ ଯାହା ପାଟିର ରହିଥାଏ । cold-pressed coconut oil କୁ ପାଟିରେ କୁଳକୁଲ କରିବା ଦ୍ବାରା ଏହା ଦୂର ହୋଇଥାଏ । ଏଥିରେ ନିୟମିତ ପାଟି ଧୋଇବା ଦ୍ବାରା ଆମ ପାଟିରୁ ଷ୍ଟ୍ରେପଟୋକୋକସ୍ ମ୍ୟୁଟାନ୍ସ ବ୍ୟାକ୍ଟେରିଆକୁ ପ୍ରଭାବଶାଳୀ ଭାବରେ ଦୂର କରିବାରେ ସହାୟକ ହୋଇଥାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.