ETV Bharat / sukhibhava

ଡିମେନ୍ସିଆ ରୋଗୀଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିପାରେ Talk Therapy

author img

By

Published : Oct 17, 2022, 7:20 PM IST

Talk Therapy ଡିମେନ୍ସିଆ ରୋଗୀଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିପାରେ
Talk Therapy ଡିମେନ୍ସିଆ ରୋଗୀଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିପାରେ

ନିକଟରେ ହୋଇଥିବା ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଡିମେନ୍ସିଆ ରୋଗୀଙ୍କ ସହ କଥାବାର୍ତ୍ତା କଲେ ସେମାନଙ୍କ ମାନସିକ ସ୍ବାସ୍ଥ୍ୟର ଉନ୍ନତି ଆସିପାରେ । ଅଧିକ ପଢନ୍ତୁ

ଲଣ୍ଡନ: ଡିମେନ୍ସିଆରେ ପୀଡିତ ହୋଇ ଚିନ୍ତା କିମ୍ବା ଅବସାଦର ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କଲେ ସେମାନେ ଏଥିରୁ ନିରୋଗ ହୋଇପାରିବେ । ନିକଟରେ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଏପରି ଜଣାପଡିଛି । ଅଧ୍ୟୟନ ଅନୁଯାୟୀ, ଡିମେନ୍ସିଆ ରୋଗୀଙ୍କ ସହ କଥାବାର୍ତ୍ତା କଲେ(Talk therapy) ସେମାନଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆସିପାରେ । ତେବେ ଡିମେନ୍ସିଆ ହେଉଛି ଏକ ରୋଗ, ଯେଉଁ କାରଣରୁ ସ୍ମୃତି, ଚିନ୍ତା ଏବଂ ସାମାଜିକ ଦକ୍ଷତା ପ୍ରଭାବିତ ହୋଇଥାଏ ।

ଡିମେନ୍ସିଆ ରୋଗୀଙ୍କ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବ୍ୟାପକ ଭାବରେ ବ୍ୟାପିଥାଏ ଏବଂ ପୂର୍ବ ଅଧ୍ୟୟନରୁ ଜଣାପଡିଛି ଯେ, ସାମାନ୍ୟ ଡିମେନ୍ସିଆ ରୋଗୀଙ୍କ ମଧ୍ୟରୁ ୩୮% ଲୋକ ଏହି ଅବସ୍ଥା ଦ୍ୱାରା ପ୍ରଭାବିତ ହୁଅନ୍ତି । eClinicalMedicineରେ ପ୍ରକାଶିତ ନୂତନ ଅଧ୍ୟୟନ ଅନୁଯାୟୀ, ଜଣେ ଡିମେନ୍ସିଆ ରୋଗୀଙ୍କ ସହ କଥାବାର୍ତ୍ତା କରିବା ଦ୍ବାରା ଏହି ଆଶଙ୍କକାକୁ ହ୍ରାସ କରାଯାଇ ପାରିବ କି ନାହିଁ ସେ' ଉପରେ ଅଧ୍ୟୟନ କରାଯାଇଥିଲା । ଡିମେନ୍ସିଆ ରୋଗୀଙ୍କ ମଧ୍ୟରେ ଚିନ୍ତା ଏବଂ ଉଦାସୀନତା ଅତି ସାଧାରଣ । ସେମାନେ ଅତ୍ୟଧିକ ଦୁର୍ବଳ ଏବଂ ଉଭୟ ଡିମେନ୍ସିଆ ରୋଗୀ ଏବଂ ସେମାନଙ୍କ ଯତ୍ନକାରୀଙ୍କ ପାଇଁ ଖରାପ ଫଳାଫଳ ସହିତ ଜଡିତ ବୋଲି ଲଣ୍ଡନ ୟୁନିଭରସିଟି କଲେଜର ମୁଖ୍ୟ ଲେଖକ ଜର୍ଜିଆ ବେଲ୍ କହିଛନ୍ତି ।

ଅଧ୍ୟୟନ ପାଇଁ, ଏହି ଟିମ୍ ୨,୫୧୫,୪୦୨ ଜଣଙ୍କ ତଥ୍ୟ ଯାଞ୍ଚ କରିଥିଲେ, ଯେଉଁମାନଙ୍କର ଚିକିତ୍ସାଳୟରେ ଗୁରୁତ୍ବପୂର୍ଣ୍ଣ ଚିନ୍ତା କିମ୍ବା ଉଦାସୀନତା ରହିଥିଲା ​​ଏବଂ ୨୦୧୨ ରୁ ୨୦୧୯ ମଧ୍ୟରେ ଇଂଲଣ୍ଡରେ ଜାତୀୟ Improving Access to Psychological Therapies (IAPT) ସେବା ମାଧ୍ୟମରେ ଚିକିତ୍ସା ପ୍ରକ୍ରିୟା ଶେଷ ହୋଇଥିଲା । IAPT ଏକ ମାଗଣା NHS ସେବା, ଏହା ଚିନ୍ତା ଏବଂ ଉଦାସୀନତାର ଚିକିତ୍ସା ପାଇଁ ପ୍ରମାଣ-ଆଧାରିତ ଚିକିତ୍ସା ପ୍ରଦାନ କରେ ।

ଅଧ୍ୟୟନରେ ଅଂଶଗ୍ରହଣକାରୀମାନଙ୍କୁ ନେଇ ଆକଳନ କରାଯାଇଥିବା ତଥ୍ୟ ଅନୁସାରେ, ଡିମେନ୍ସିଆ ରୋଗୀଙ୍କର ଶୋଇବା ସମସ୍ୟା ଏବଂ ନିମ୍ନ ମନୋବଳ ଭାବନା ଥିବା ବିବେଚନା କରାଯାଇଥିଲା । ଡିମେନ୍ସିଆର କ୍ଲିନିକାଲ୍ ସ୍ତର ଏକ ମାନକ ମାପ ଉପରେ ଆଧାରିତ, ଯାହା ରୋଗୀଙ୍କୁ ସେମାନେ କେତେ ଚିନ୍ତା କରନ୍ତି କିମ୍ବା ଆରାମ କରିବାରେ ଅସୁବିଧା ବିଷୟରେ ପ୍ରଶ୍ନ ପଚାରିଥାନ୍ତି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଡିମେନ୍ସିଆ ରୋଗୀଙ୍କ ସହ କଥାବାର୍ତ୍ତା ଥେରାପି(Talk Therapy) ଚିକିତ୍ସା ପାଇଁ ଲାଭଦାୟକ ପ୍ରମାଣିତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୬୩ ପ୍ରତିଶତ IAPT ପରେ ଉଦାସୀନତା ଏବଂ ଚିନ୍ତାର ଲକ୍ଷଣ ହ୍ରାସ ପାଇଥଲେ । ଏହି ଚିକିତ୍ସାରେ ମଧ୍ୟ ପ୍ରାୟ ୪୦ ପ୍ରତିଶତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ତୁଳନାତ୍ମକ ଭାବରେ, ନିୟନ୍ତ୍ରଣ ଗୋଷ୍ଠୀରେ, ୭୦ ପ୍ରତିଶତ ଅଂଶଗ୍ରହଣକାରୀ ଲକ୍ଷଣରେ ଉନ୍ନତି ଆସିଥିଲା ଏବଂ ୪୭ ପ୍ରତିଶତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.