ETV Bharat / sukhibhava

Diet Tips: ଓଜନ ହ୍ରାସ ପାଇଁ ଉପବାସ ଅପେକ୍ଷା କ୍ୟାଲୋରୀ ହ୍ରାସ ଗୁରୁତ୍ବପୂର୍ଣ୍ଣ

author img

By

Published : Jan 20, 2023, 7:44 AM IST

diet
diet

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଓଜନ ହ୍ରାସ ପାାଇଁ ଉପବାସ ରହିବା ଅପେକ୍ଷା ଖାଦ୍ୟରେ କ୍ୟାଲୋରୀ ହ୍ରାସ ଅଧିକ ପ୍ରଭାବଶାଳୀ ହୋଇପାରେ । ଅଧିକ ପଢନ୍ତୁ

ୱାଶିଂଟନ: ଆଜିକାଲି ଶରୀରର ଓଜନକୁ ନେଇ ସମସ୍ତେ ଚିନ୍ତିତ । ଓଜନ ସ୍ଥିର ରଖିବାକୁ କିଏ ଜିମ ଯାଉଛନ୍ତି ତ ଆଉ କିଏ ଡାଏଟକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଆଉ ଡାଏଟ ବି ଅନେକ ସମୟରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଜାଣନ୍ତିକି ଓଜନ ହ୍ରାସ ପାାଇଁ ଉପବାସ ରହିବା ଅପେକ୍ଷା ଖାଦ୍ୟରେ କ୍ୟାଲୋରୀ ହ୍ରାସ ଅଧିକ ପ୍ରଭାବଶାଳୀ ହୋଇପାରେ ।

ଭୋଜନ ମଧ୍ୟରେ ବ୍ୟବଧାନ ତୁଳନାରେ କେତେ ଥର ଭୋଜନ ଗ୍ରହଣ କରୁଛନ୍ତି ଏହାର ମାତ୍ରା, ଓଜନ ବୃଦ୍ଧି ଓ ହ୍ରାସ ପାଇଁ ଅଧିକ ମହତ୍ବପୂର୍ଣ୍ଣ । ଏନେଇ ଆମେରିକାନ ହାର୍ଟ ଆସୋସିଏସନର ଏକ ଜର୍ଣ୍ଣାଲରେ ପ୍ରକାଶିତ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି । ଅନୁସନ୍ଧାନର ବରିଷ୍ଠ ଲେଖକ ତଥା ପ୍ରଫେସର ଓ୍ବେଣ୍ଡି ଏଲ ବେନେଟଙ୍କ ଅନୁଯାୟୀ, ଯଦିଓ ସମୟ ପ୍ରତିବନ୍ଧିତ ଖାଦ୍ୟ ପ୍ୟାଟର୍ଣ୍ଣ, ଡାଏଟ ବା ସ୍ବଳ୍ପ ସମୟ ଅବଧି ଉପବାସ ରୂପେ ଜଣାଯାଏ, ତଥାପି ଏହାକୁ ନେଇ କରାଯାଇଥିବା ଅଧ୍ୟୟନରେ ଦିନରେ ମୋଟ ଖାଦ୍ୟ ଗ୍ରହଣର ଅବଧିକୁ ସୀମିତ କରିବା ଦ୍ବାରା ଓଜନ ନିୟନ୍ତ୍ରିତ ହୁଏ, କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

ଏହି ଅଧ୍ୟୟନରେ ଓଜନ ପରିବର୍ତ୍ତନ ସହିତ ପ୍ରଥମ ଭୋଜନରୁ ଶେଷ ଭୋଜନ ମଧ୍ୟରେ ସମ୍ପର୍କର ମୂଲ୍ୟାଙ୍କନ କରାଯାଇଛି । ମେରିଲ୍ୟାଣ୍ଡ ଓ ପେନସିଲଭାନିଆରେ ପାଖାପାଖି 550 ଜଣ 18 ବର୍ଷରୁ ଅଧିକ ବ୍ୟକ୍ତିଙ୍କଠାରେ ସ୍ଥାସ୍ୟକୁ ନେଇ ଏହି ଅଧ୍ୟୟନ କରାଯାଇଛି । ସମସ୍ତଙ୍କର ବଡି଼ ମାସ୍ ଇଣ୍ଡେକ୍ସ 30.8 ରହିଥିଲା, ଯାହା ମୋଟାପଣକୁ ସୂଚାଇଥିଲା ।

ଅନୁସନ୍ଧାନକାରୀ ଟିମ ଏକ ମୋବାଇଲ୍ ଆପ୍ଲିକେସନ୍ ପ୍ରସ୍ତୁତ କରିଥିଲେ । ଅଂଶଗ୍ରହଣକାରୀଙ୍କ ପାଇଁ ଶୋଇବା, ଖାଇବା ପାଇଁ ଏକ 24 ଘଣ୍ଟିଆ ଓ୍ବିଣ୍ଡୋ ଖୋଲାଯାଇଥିଲା । ମୋବାଇଲ୍ ଆପରେ ରେକର୍ଡ ହୋଇଥିବା ପ୍ରତ୍ୟେକ ଦିନ ଶୋଇବା ଏବଂ ଖାଇବା ସମୟ ଉପରେ ଆଧାର କରି ଅନୁସନ୍ଧାନକାରୀମାନେ ଓଜନ ମାପରେ ସକ୍ଷମ ହୋଇଥିଲେ । ଏଥିରେ ପ୍ରତ୍ୟେକ ଦିନ ପ୍ରଥମ ଭୋଜନରୁ ନେଇ ଶେଷ ଭୋଜନ ଯାଏଁ ସମୟ, ନିଦରୁ ଉଠିବାଠାରୁ ନେଇ ପ୍ରଥମ ଭୋଜନ ପର୍ଯ୍ୟନ୍ତ ସମୟ, ଅନ୍ତିମ ଭୋଜନରୁ ନେଇ ଶୋଇବା ପର୍ଯ୍ୟନ୍ତ ସମୟ ଉପରେ ଅନୁଧ୍ୟାନ କରାଯାଇଥିଲା ।

ଛଅ ବର୍ଷର ଅବଧି ମଧ୍ୟରେ ଭୋଜନ ସମୟ ଓଜନ ପରିବର୍ତ୍ତନ ସହିତ ଜଡିତ ନଥିଲା । ପ୍ରଥମରୁ ଶେଷ ଭୋଜନ ପର୍ଯ୍ୟନ୍ତ, ସକାଳେ ନିଦରୁ ଉଠିବା ଠାରୁ ଆରମ୍ଭ କରି ପ୍ରଥମ ଭୋଜନ ପର୍ଯ୍ୟନ୍ତ, ଶେଷ ଭୋଜନଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଏବଂ ସମୁଦାୟ ନିଦ୍ରାର ଅବଧି ମଧ୍ୟରେ ଏହା ଅନ୍ତର୍ଭୁକ୍ତ । ସମୁଦାୟ ଦୈନିକ ମୁଖ୍ୟ ଭୋଜନ ଆନୁମାନିକ 1000 କ୍ୟାଲୋରୀରୁ ଅଧିକ ଏବଂ ମଧ୍ୟମ ଭୋଜନ ଆନୁମାନିକ 500-1,000 କ୍ୟାଲୋରୀ ଛଅ ବର୍ଷରରେ ବୃଦ୍ଧି ହୋଇଥିବା ଓଜନ ସହିତ ଜଡିତ ଥିବାବେଳେ ସ୍ବଳ୍ପ ଭୋଜନ ଆନୁମାନିକ 500 କ୍ୟାଲୋରୀରୁ କମ୍ ଓଜନ ହ୍ରାସ ସହିତ ଜଡିତ ଥିଲା ।

ପ୍ରଥମରୁ ଶେଷ ଭୋଜନର ହାରାହାରି ସମୟ ଥିଲା 11.5 ଘଣ୍ଟା । ନିଦରୁ ଉଠିବା ଠାରୁ ପ୍ରଥମ ଭୋଜନ ପର୍ଯ୍ୟନ୍ତ ହାରାହାରି ସମୟ 1.6 ଘଣ୍ଟା, ଶେଷ ଭୋଜନରୁ ଶୋଇବା ପର୍ଯ୍ୟନ୍ତ ହାରାହାରି ସମୟ 4 ଘଣ୍ଟା ଥିଲା, ଏବଂ ହାରାହାରି ଶୋଇବା ସମୟ 7.5 ଘଣ୍ଟାରେ ଗଣନା କରାଯାଇଥିଲା ।

ବେନେଟଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ, ଯଦିଓ ପୂର୍ବ ଅଧ୍ୟୟନଗୁଡିକରେ ମଧ୍ୟବର୍ତ୍ତୀ ଉପବାସ ଶରୀରର ବୃଦ୍ଧିରେ ଉନ୍ନତ ଆଣିପାରେ ଏବଂ ମେଟାବୋଲିଜିମ୍ ନିୟନ୍ତ୍ରଣ କରିପାରେ ତଥାପି ଶରୀରର ଓଜନ ନିୟନ୍ତ୍ରଣରେ ଏହାର ଭୂମିକା ନାହିଁ । ଦୀର୍ଘକାଳୀନ ଓଜନ ପରିବର୍ତ୍ତନ ଉପରେ ମଧ୍ୟବର୍ତ୍ତୀ ଉପବାସର କ୍ଲିନିକାଲ୍ ପରୀକ୍ଷା କରିବା ଅତ୍ୟନ୍ତ କଷ୍ଟକର । ତଥାପି, ଭବିଷ୍ୟତର ସୁପାରିଶ ଗୁଡିକୁ ମାର୍ଗଦର୍ଶନ କରିବାରେ ସ୍ୱଳ୍ପ ମିଆଦି ଅଧ୍ୟୟନ ମଧ୍ୟ ମୂଲ୍ୟବାନ ହୋଇପାରେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.