ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, କ୍ୟାନ୍ସର ଔଷଧରେ ଦୂର ହେବ HIV !

author img

By ETV Bharat Odisha Team

Published : Sep 26, 2023, 2:02 PM IST

Updated : Sep 26, 2023, 2:11 PM IST

HIV
HIV

ରିସର୍ଚ୍ଚରେ ଖୁଲାସା । କ୍ୟାନ୍ସର ଔଷଧରେ ଦୂର ହେବ HIV । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ବିଶେଷକରି ଅସୁରକ୍ଷିତ ଏବଂ ଅଧିକ ଲୋକଙ୍କ ସହିତ ଯୌନ ସମ୍ପର୍କ କାରଣରୁ ଏଚଆଇଭି ଏଡସ୍‌ ହୋଇଥାଏ ବୋଲି ବିବେଚନା କରାଯାଏ । ଏଚ.ଆଇ.ଭି ଏଡସ୍(HIV AIDS) ହେଉଛି ଏପରି ଏକ ସଂକ୍ରମଣ, ଯାହା ଦୁନିଆର ସବୁଠାରୁ ଜଟିଳ ରୋଗ ବର୍ଗରେ ରହିଛି । ଏହା ବ୍ୟତୀତ ଜଣେ ଏଚ୍.ଆଇ.ଭି ସଂକ୍ରମିତ ପୁରୁଷ କିମ୍ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା, ସଂକ୍ରମିତ ବ୍ୟକ୍ତିଙ୍କଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ଛୁଞ୍ଚିକୁ ପୁନଃବ୍ୟବହାର କରିବା ଦ୍ବାରା ଏହା ସଂକ୍ରମିତ ହୋଇଥାଏ । ତେବେ ଏଭଳି ପରିସ୍ଥିତିରେ ସମସ୍ତଙ୍କର ମନରେ ଗୋଟିଏ ପ୍ରଶ୍ନ ଥାଏ ଏଡସର ଚିକିତ୍ସା ସମ୍ଭବ କି? ବର୍ତ୍ତମାନ ଉପଲବ୍ଧ ଔଷଧ ଦ୍ୱାରା ଏହା ଆରୋଗ୍ୟ ହୋଇପାରିବ କି ? ୱାଲ୍ଟର ଏବଂ ଏଲିଜା ହଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (WEHI) ଏବଂ ଅଷ୍ଟ୍ରେଲିଆର ଡୋହର୍ଟି ଇନଷ୍ଟିଚ୍ୟୁଟ୍‌ର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନର ଫଳାଫଳ ଏହା ସମ୍ଭବ ବୋଲି କୁହାଯାଇଛି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଭେନେଟୋକ୍ଲାକ୍ସ(ରକ୍ତ କର୍କଟ ଔଷଧ) HIVସେଲ୍‌କୁ ପ୍ରତିହତ କରିପାରେ ବୋଲି କୁହାଯାଇଛି । ସଂକ୍ରମଣର ପ୍ରତ୍ୟାବର୍ତ୍ତନକୁ ରୋକିପାରେ ବୋଲି କୁହାଯାଇଛି । HIV ମୁଖ୍ୟତଃ ଇମ୍ୟୁନ୍‌ ସେଲ୍‌ ଉପରେ ଆକ୍ରମଣ କରେ । କେତେକ ସେଲ୍‌ଗୁଡ଼ିକ ଅନ୍ତନଳୀରେ ସୁପ୍ତ ଭାବରେ ରହିଥାଆନ୍ତି । ଆଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା ଦ୍ବାରା ରକ୍ତରେ HIVର ସ୍ତର କମିବା ସହିତ କୋଷ ଗୁଡିକର ବୃଦ୍ଧି ମଧ୍ୟ କମ ହୋଇଯାଇଥାଏ । ତେବେ ଚିକିତ୍ସା ବନ୍ଦ ହେବା ଦ୍ବାରା ପୁନଃ କୋଷ ବୃଦ୍ଧିର ସମ୍ଭାବନା ରହିଥାଏ । ଏହି କାରଣରୁ HIVରେ ଆକ୍ରାନ୍ତ ହେବା ପରେ ସର୍ବଦା ଶରୀରରେ ରହିପାରେ ବୋଲି କୁହାଯାଇଛି । ତେଣୁ ଔଷଧ ଗ୍ରହଣ କରି ବିଶ୍ରାମ ନେବା ଆବଶ୍ୟକ ବୋଲି କୁହାଯାଇଛି । ବର୍ତ୍ତମାନ ବିଶ୍ବରେ 4 କୋଟିରୁ ଅଧିକ ଲୋକ ଏଚଆଇଭିରେ ସଂକ୍ରମିତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: World AIDS Day 2022: ଛୁଆଁ ରୋଗ ନୁହେଁ ଏଡସ୍, ରୋଗୀଙ୍କୁ କରନ୍ତୁନି ଅଣଦେଖା

ଆଣ୍ଟିରେଟ୍ରୋଭାଇରାଲ୍ ଥେରାପୀ ଦ୍ବାରା ଏଚଆଇଭିକୁ ମାତ ଦିଆଯାଇ ପାରିବ ବୋଲି କୁହାଯାଇଛି । ଏହାଦ୍ବାରା HIV ସେଲ୍‌ ଶରୀରରେ ରହିଲେ ମଧ୍ୟ କୌଣସି କୁପ୍ରଭାବ ପକାଇପାରିବେ ନାହିଁ ବୋଲି କୁହାଯାଇଛି । ତେବେ ଏହାରି ଭିତରେ ନୂଆ ଆଶା ଜାଗ୍ରତ କରିଛି ଭେନେଟୋକ୍ଲାକ୍ସ । HIV ଉପରେ ଭେନେଟୋକ୍ଲାକ୍ସ ପ୍ରଭାବ ପକାଇପାରେ ବୋଲି କୁହାଯାଇଛି । ତେବେ ଅଷ୍ଟ୍ରେଲିଆ ଏବଂ ଡେନମାର୍କରେ ଏହାର ପରୀକ୍ଷଣ ଆରମ୍ଭ ହୋଇସାରିଛି । ଆଗାମୀ ଦିନରେ ଭେନେଟୋକ୍ଲାକ୍ସ HIVକୁ ଦୂର କରିବାରେ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 26, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.