ETV Bharat / sukhibhava

ଅଧିକ ସମୟ ମାସ୍କ ପିନ୍ଧିବା ଶ୍ବାସ ରୋଗୀଙ୍କ ପାଇଁ ହାନିକାରକ, ନିଅନ୍ତୁ ମାସ୍କ-ବ୍ରେକ୍‌

author img

By

Published : Jan 22, 2022, 4:16 PM IST

ଅଧିକ ସମୟ ମାସ୍କ ପିନ୍ଧିବା ଶ୍ବାସ ରୋଗୀଙ୍କ ପାଇଁ ହାନିକାରକ, ନିଅନ୍ତୁ ମାସ୍କ-ବ୍ରେକ୍‌
ଅଧିକ ସମୟ ମାସ୍କ ପିନ୍ଧିବା ଶ୍ବାସ ରୋଗୀଙ୍କ ପାଇଁ ହାନିକାରକ, ନିଅନ୍ତୁ ମାସ୍କ-ବ୍ରେକ୍‌

ଶ୍ବାସ ରୋଗୀମାନେ ଅଧିକ ସମୟ ମାସ୍କ ପିନ୍ଧିବା ଫଳରେ ସେମାନଙ୍କ ନିକଟରେ କିଛି ସମସ୍ୟା ଦେଖାଦେଉଛି । କିଛି ଶ୍ବାସ ରୋଗୀ ମାସ୍କ ପିନ୍ଧିବା ପରେ ସେମାନେ ଅଧିକ ଗୁରୁତର ହେଉଥିବା ସର୍ଭେରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଲିନଏସ୍ ଚିକାଗୋ ବିଶ୍ବବିଦ୍ୟାଳୟ(Illinois Chicago University)ର ଗବେଷକ ମହାମାରୀ ସମୟରେ ମାସ୍କ ବ୍ୟବହାର ପରେ ଶ୍ବାସ ରୋଗୀଙ୍କ ସମସ୍ୟାକୁ ନେଇ ଏକ ସର୍ଭେ କରିଥିଲେ । ଏଥିରେ 501 ଶ୍ବାସ ରୋଗୀ ଏକ ଅନଲାଇନ୍ ସର୍ଭେରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରଙ୍କ ମଧ୍ୟରୁ ପ୍ରାୟ 84 ପ୍ରତିଶତ ମାସ୍କ ପିନ୍ଧିବାକୁ ଅସନ୍ତୋଷ ପ୍ରକାଶ କରୁଥିବାବେଳେ 75 ପ୍ରତିଶତ ମାସ୍କ ପିନ୍ଧିବା ସମୟରେ ଶ୍ବାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯେଉଁ ଶ୍ବାସ ରୋଗୀ ଅଧିକ ସମୟ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ନିକଟରେ ଅଧିକ ଲକ୍ଷଣ ଦେଖାଯାଉଥିବା ଗବେଷଣାରୁ ଜଣାପଡ଼ିଛି ।

ଯୁବ ଶ୍ବାସ ରୋଗୀ ଅଧିକ ସମୟ ମାସ୍କ ପିନ୍ଧିବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ଉପରେ ଏହି ଗବେଷଣା କରାଯାଇଥିଲା । ଗୁରୁତର ଶ୍ବାସ ରୋଗୀଙ୍କ ପକ୍ଷେ ଅଧିକ ସମୟ ମାସ୍କ ପିନ୍ଧିବା କଷ୍ଟକର ହେଉଛି । ସେମାନେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି । ଏହି ସର୍ଭେ ଅଂଶଗ୍ରହଣକାରୀଙ୍କୁ ମାସ୍କ ପିନ୍ଧିବା ପରେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ଉପରେ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ଶ୍ବାସକ୍ରିୟା ସହିତ କଫ ବାହାରୁଥିବା କାଶ ହେଉଥିବା କହିଥିଲେ । ସେପଟେ ୩୯ ପ୍ରତିଶତ ଶ୍ବାସ ରୋଗୀ କହିଥିଲେ ଯେ ସେମାନେ ମାସ୍କ ପିନ୍ଧିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ସେପରି କୌଣସି ପ୍ରଭାବ ପଡୁନାହିଁ ।

ସେହପରି ୫ ପ୍ରତିଶତ ଶ୍ବାସ ରୋଗୀ ସର୍ବଦା ମାସ୍କ ପିନ୍ଧୁନଥିବା କହିଥିବାବେଳେ ୨ ପ୍ରତିଶତ ରୋଗୀଙ୍କ ଅବସ୍ଥା ମାସ୍କ ପିନ୍ଧିବା ପରେ ଅଧିକ ଗୁରୁତର ହେଉଥିବା କହିଥିଲେ । ଏପରିକି ସେମାନଙ୍କ ଶରୀରରେ Asthmaର ଅଧିକ ଲକ୍ଷଣ ଦେଖାଦେଉଛି । କିନ୍ତୁ ଅଧିକାଂଶ ଅଂଶଗ୍ରହଣକାରୀ ମହାମାରୀ ସମୟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ସେପଟେ ଅନ୍ୟ କିଛି ଅଂଶଗ୍ରହଣକାରୀ ନିମ୍ନଲିଖିତ ଭିନ୍ନ ଭିନ୍ନ ମତ ଦେଇଥିଲେ ।

  • ମୁହଁକୁ ଭଲ ଭାବେ ଫିଟ୍‌ ହେଉଥିବା ମାସ୍କ ବ୍ୟବହାର କରନ୍ତୁ । କପଡାଯୁକ୍ତ ମାସ୍କ ପିନ୍ଧନ୍ତୁ, କାରଣ ଏଗୁଡିକର ଓଜନ କମ ରହିଥାଏ । ସର୍ଜିକାଲ ମାସ୍କ ମଧ୍ୟ ପିନ୍ଧିବାକୁ ଆରାମ ଦେଇଥାଏ । କପଡ଼ା ମାସ୍କ ଅପେକ୍ଷା ଏଥିରେ ଭଲ ଭାବେ ଶ୍ବାସକ୍ରିୟା ହୋଇ ପାରିଥାଏ ।
  • ଆପଣଙ୍କ ସହିତ ଏକ ଇନହେଲର୍‌ ରଖନ୍ତୁ ଏବ‌ଂ ଏହାକୁ ବ୍ୟାଗ୍‌ର ଉପରି ଭାଗରେ ରଖନ୍ତୁ ।
  • ମାସ୍କ ପିନ୍ଧିବା ସମୟରେ ବେଳେ ବେଳେ ଏହାକୁ ଖୋଲି ଦୀର୍ଘ ନିଶ୍ବାସ ନିଅନ୍ତୁ ।

ମାସ୍କ-ବ୍ରେକ ନେବା ନିହାତି ଆବଶ୍ୟକ । ଏହାଦ୍ବାରା ଶ୍ବାସ ରୋଗୀ ଜଣକ ଏକ ଦୀର୍ଘ ନିଶ୍ବାସ ନେଇଥାନ୍ତି । ଯାହାଦ୍ବାରା ସେମାନଙ୍କ ଫୁସଫୁସର ପ୍ରତିଟି କୋଠରୀ ମଧ୍ୟକୁ ଅମ୍ଳଜାନ ଯାଇଥାଏ । ଆଉ କିଛି ଅଂଶଗ୍ରହଣକାରୀ କହିଛନ୍ତି ଯେ ଆପଣଙ୍କ ସହିତ ଏକ pulse oximeter ରଖନ୍ତୁ । ଏହାଦ୍ବାରା ଆପଣ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଶରୀର ମଧ୍ୟକୁ ନେଉଛନ୍ତି କି ନାହିଁ ମଝିରେ ମଝିରେ ଯାଞ୍ଚ କରନ୍ତୁ । ଗବେଷକମାନେ କହିଛନ୍ତି ଯେ ଶ୍ବାସ ରୋଗୀ ମାସ୍କ ପିନ୍ଧିବା ଆବଶ୍ୟକ, ତେବେ କିପରି ମାସ୍କକୁ ବ୍ୟବହାର କରିବେ ସେ ସମ୍ପର୍କରେ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.