ETV Bharat / sukhibhava

ତ୍ବଚାରେ ନାଚୁରାଲ୍ ଗ୍ଲୋ ଆଣିବାକୁ ଚାହୁଁଛନ୍ତି କି ? ଲଗାନ୍ତୁ ଏହି ଫେସ୍‌ ପ୍ୟାକ୍

author img

By ETV Bharat Odisha Team

Published : Dec 4, 2023, 5:47 PM IST

ତ୍ବଚାରେ ନେଚୁରାଲ୍ ଗ୍ଲୋ ଆଣିବାକୁ ଚାହୁଁଛନ୍ତି କି? ଲଗାନ୍ତୁ ଏହି ଫେସ ପ୍ୟାକ୍
ତ୍ବଚାରେ ନେଚୁରାଲ୍ ଗ୍ଲୋ ଆଣିବାକୁ ଚାହୁଁଛନ୍ତି କି? ଲଗାନ୍ତୁ ଏହି ଫେସ ପ୍ୟାକ୍

Skin Care Tips: ଶୀତଦିନେ ତ୍ବଚା ଶୁଷ୍କ ହୋଇଯାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ମିଠା ଏବଂ ଖଟା ସ୍ୱାଦରେ ପରିପୂର୍ଣ୍ଣ ସପୁରୀ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ମୁହଁରେ ଲଗାଇଲେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା କମିଯାଏ । ଏହାକୁ ସହଜରେ ଘରେ ଫେସ୍ ପ୍ୟାକ୍ ତିଆରି କରିପାରିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଶୀତଦିନେ ତ୍ବଚା ସମସ୍ୟା ଅନେକଙ୍କୁ ଅସୁବିଧାରେ ପକାଇଥାଏ । ଏଥିପାଇଁ ଅଧିକାଂଶ ଲୋକ କେମିକାଲ୍‌ଯୁକ୍ତ ପ୍ରଡକ୍ଟ ବ୍ୟବହାର ପାଇଁ ବାଧ୍ୟ ହୋଇଥାନ୍ତି । ତେବେ ପ୍ରକୃତିରୁ ଏକ ଏପରି ଉପାଦନ ମିଳିଥାଏ, ଯାହା ଚର୍ମ ସମସ୍ୟାକୁ ଦୂର କରିବା ସହ ଚମକାଇଥାଏ । ଏପରି ସମୟରେ ମିଠା ଏବଂ ଖଟା ସ୍ୱାଦରେ ପରିପୂର୍ଣ୍ଣ ସପୁରୀ ଚର୍ମ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ମୁହଁରେ ଲଗାଇଲେ ଶୁଷ୍କତା ହ୍ରାସ କରିବା ସହ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା କମିଯାଏ ।

ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଭିଟାମିନ୍ Cରେ ଭରପୁର ଥିବା ସପୁରୀ ଆମ ଚେହେରାକୁ ଗ୍ଲୋ' କରିଥାଏ । ମିଠା ଏବଂ ଖଟା ସ୍ୱାଦରେ ପରିପୂର୍ଣ୍ଣ ଏହି ଫଳ କେବଳ ଖାଇବା ସ୍ୱାଦିଷ୍ଟ ନୁହେଁ ବରଂ ଏହା ଆମ ଚର୍ମକୁ ମଧ୍ୟ ପୁଷ୍ଟିକର କରିଥାଏ । ଏହାକୁ ବ୍ୟବହାର କରି ଅନେକ ପ୍ରକାରର ଫେସ୍ ମାସ୍କ ତିଆରି କରିପାରିବେ । ଯାହା କେବଳ ଚର୍ମକୁ ହାଇଡ୍ରେଟ୍ କରେ ନାହିଁ ବରଂ ଏହାକୁ ଆର୍ଦ୍ର ମଧ୍ୟ କରିଥାଏ । ସପୁରୀ ଫେସ୍ ପ୍ୟାକ୍ ଲଗାଇଲେ ଚର୍ମର ଶୁଷ୍କତା କମିଯାଏ ।

ସପୁରୀରୁ କିପରି ଫେସ୍ ପ୍ୟାକ୍ ତିଆରି କରାଯାଏ? ଜାଣନ୍ତୁ,

  • ଅମୃତଭଣ୍ଡା ଏବଂ ସପୁରୀ

ଅମୃତଭଣ୍ଡାର ପେଷ୍ଟ୍‌ ଏବଂ ସପୁରୀ ପେଷ୍ଟକୁ ଏକାଠି ମିଶାନ୍ତୁ । ଏଥିରେ ଟିକିଏ ଜୋଜୋବା ତେଲ ମିଶାନ୍ତୁ, ତା’ପରେ ଏହାକୁ ଭଲ ଭାବରେ ମୁହଁରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଏହାକୁ ସାଧାରଣ ପାଣିରେ ଧୋଇ କିଛି ମଶ୍ଚରାଇଜିଂ ଲୋସନ ଲଗାନ୍ତୁ । ଅମୃତଭଣ୍ଡାରେ ଥିବା ଭିଟାମିନ୍-E ଏବଂ ଆଣ୍ଟିଅକ୍ସିଡାଣ୍ଟ ମୁହଁକୁ ପୁଷ୍ଟିକର କରିଥାଏ, ଯାହା ଚର୍ମରେ ଚମକ ଆଣିଥାଏ ଏବଂ ଜୋଜୋବା ତେଲ ଚେହେରାକୁ ମଶ୍ଚରାଇଜ୍ କରିଥାଏ ।

  • ବେସନ, ଗୋଲାପ ଜଳ ଏବଂ ସପୁରୀ

ଦୁଇ ଚାମଚ ଗୋଲାପ ଜଳ ଏବଂ 4 ଚାମଚ ସପୁରୀ ପେଷ୍ଟକୁ ଦୁଇରୁ ତିନି ଚାମଚ ବେସନରେ ମିଶାନ୍ତୁ, ତା’ପରେ ଏହାକୁ ଭଲ ଭାବରେ ମିଶାଇ ଆପଣଙ୍କ ମୁହଁରେ ଲଗାନ୍ତୁ । ଶୁଖିବା ପରେ ଏହାକୁ ବିଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ । ବେସନ ମୁହଁରୁ ଜମା ହୋଇଥିବା ମଇଳାକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଗୋଲାପ ଜଳ, ସପୁରୀ ଏହାକୁ ଭିତରୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ ।

  • ମହୁ, ଗ୍ରୀନ ଟି' ଏବଂ ସପୁରୀ

ସପୁରୀ ପେଷ୍ଟ ପ୍ରସ୍ତୁତ କରନ୍ତୁ, ସେଥିରେ ଗୋଟିଏ ଚାମଚ ଗ୍ରୀନ୍ ଟି' ପାଉଡର ଏବଂ ଦୁଇ ଚାମଚ ମହୁ ମିଶାନ୍ତୁ ଏବଂ ବର୍ତ୍ତମାନ ଏହି ଫେସ୍ ମାସ୍କକୁ ମୁହଁରେ ଲଗାନ୍ତୁ ଏବଂ ଶୁଖିଯିବା ପରେ ଏହାକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ । ଗ୍ରୀନ୍ ଟି' ଏବଂ ସପୁରୀ ମୁହଁକୁ ହାଇଡ୍ରେଟ୍ ଏବଂ ପୋଷଣ ଯୋଗାଇଥିବା ବେଳେ ମହୁ ଚେହେରାର ପ୍ରାକୃତିକ ଚମକ ଆଣିବା ସହ ମଶ୍ଚରାଇଜ୍ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଚମକୁଥିବା ତ୍ବଚା ଚାହୁଁଛନ୍ତି କି? ଲଗାନ୍ତୁ ଏହି ଫେସ୍‌ ପ୍ୟାକ୍‌

  • ମୁଲତାନି ମିଟି, କ୍ଷୀର ଏବଂ ସପୁରୀ

କ୍ଷୀରରେ ଭିଜାଯାଇଥିବା ଦୁଇ ଚାମଚ ମୁଲତାନି ମାଟିରେ ଚାରି ଚାମଚ ସପୁରୀ ପେଷ୍ଟ ଏବଂ ମହୁ ମିଶାଇ ଏକ ଫେସ୍ ମାସ୍କ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ । ଶୁଖିବା ପରେ ଏହାକୁ ଧୋଇ ଦିଅନ୍ତୁ । କ୍ଷୀରରେ ଥିବା ଲାକ୍ଟିକ୍ ଏସିଡ୍ ଚେହେରାର କଳା ଦାଗକୁ ହ୍ରାସ କରିଥାଏ ଏବଂ ସପୁରୀ ଓ ମହୁ ଚେହେରାରେ ଚମକ ଆଣିବା ପାଇଁ ସମୃଦ୍ଧ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଏହାକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ ।

ବିଦ୍ର: ଦିଆଯାଇଥିବା ପଦ୍ଧତି କେବଳ ସାଧାରଣ ସୂଚନା ଉପରେ ଆଧାରିତ। ଯଦି ଆପଣଙ୍କର କୌଣସି ପଦାର୍ଥରେ ଆଲର୍ଜି ରହିଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.