ETV Bharat / sukhibhava

ଯୁୁବପିଢିଙ୍କ ଗହଣରେ ଆଦୃତ ହେଉଛି ସିଟ୍ ମାସ୍କ, ଜାଣନ୍ତୁ କଣ ରହିଛି ଉପକାରିତା

author img

By

Published : Apr 14, 2023, 3:30 PM IST

Etv Bharat
Etv Bharat

ବୃଦ୍ଧି ପାଉଛି ସିଟ୍‌ ମାସ୍କର ବ୍ୟବହାର । ତ୍ବଚାକୁ ଆକର୍ଷଣୀୟ କରିବାରେ ଏହାର ଭୂମିକା କଣ, ଜାଣନ୍ତୁ...

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ସିଟ୍ ମାସ୍କର ବହୁଳ ବ୍ୟବହାର ହେଉଛି । କେବଳ ମହିଳା ନୁହଁନ୍ତି, ପୁରୁଷମାନେ ବିଶେଷ କରି ଯୁବକମାନେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି । ସିଟ୍ ମାସ୍କ ପ୍ରକୃତରେ ଏପରି ଏକ ବିୟୁଟି କେୟାର୍ ପ୍ରଡକ୍ଟ(ସୌନ୍ଦର୍ଯ୍ୟ ଯତ୍ନ ଉତ୍ପାଦ) ଯାହା ଇନ୍‌ଷ୍ଟାଣ୍ଟ୍(ତତ୍‌କ୍ଷଣାତ୍) ଗ୍ଲୋ(ଚମକ) ଦେଇଥାଏ । ଏଥିସହ ଏହାର ବ୍ୟବହାର ମଧ୍ୟ ଅତ୍ୟନ୍ତ ସହଜ, କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ, ଚର୍ମକୁ ଆବଶ୍ୟକ ଆର୍ଦ୍ରତା ଯୋଗାଇଥାଏ, ଡ୍ରାଏନେସ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ସିଟ୍ ମାସ୍କ କଣ ?

ଏମ୍ ଅର୍ଗାନିକ୍, ବାୟୋ ବିୟୁଟି ପ୍ରଡକ୍ଟ ଏକ୍ସପର୍ଟ ତଥା ବିୟୁଟି ଏକ୍ସପର୍ଟ ସିଇଓ ନନ୍ଦିତା କହିଛନ୍ତି ଯେ, ଚର୍ମର ଯତ୍ନ ସର୍ବଦା ପ୍ରଗତିଶୀଳ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଆଜିର ଜଗତୀକରଣ ଯୁଗରେ ଚର୍ମରୋଗର ପରିସର ଜାତୀୟରୁ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ ଅନ୍ୟ ଦେଶ ଅର୍ଥାତ୍ ଯେଉଁ ବିୟୁଟି ପ୍ରଡକ୍ଟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ହୁଏ ତାହା ଏବେ ସମଗ୍ର ବିଶ୍ବକୁ ବ୍ୟାପି ପାରୁଛି । ଏଥି ମଧ୍ୟରେ ସିଟ୍ ମାସ୍କ ଅନ୍ୟତମ । ଏହାକୁ କୋରିଆ-ଜାପାନରେ ସୌନ୍ଦର୍ଯ୍ୟ ଚିକିତ୍ସାର ଏକ ବିଶେଷ ଅଂଶ ଭାବରେ ବିବେଚନା କରାଯାଏ । ଆଜି ଏହି ପ୍ରଡକ୍ଟ ସାରା ବିଶ୍ୱରେ ଲୋକପ୍ରିୟ ହେଉଛି ।

ସିଟ୍ ମାସ୍କଗୁଡିକ ପ୍ରକୃତରେ ଏକ ସ୍ୱତନ୍ତ୍ର ପ୍ରକାରର ଫାଇବର କିମ୍ବା ଜେଲରେ ନିର୍ମିତ କାଗଜରେ ତିଆରି, ଯାହା ସେରମ୍‌ରେ ଭିଜାଥାଏ । ଏହା ଠିକ୍ ଚେହେରାର ଆକୃତିର ପ୍ରସ୍ତୁତ ହୋଇଥାଏ । ଏହି ସେରମ୍ ଚର୍ମ ପାଇଁ ଉପକାରୀ ଏବଂ ଅତ୍ୟାବଶ୍ୟକ ଭିଟାମିନ୍, ପ୍ରାକୃତିକ ତେଲ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱରୁ ପ୍ରସ୍ତୁତ । ଯାହା ଚର୍ମକୁ ଆର୍ଦ୍ରତା ଏବଂ ପୁଷ୍ଟିକର କରିଥାଏ । ଏହି ମାସ୍କଗୁଡ଼ିକ ଏକକ ବ୍ୟବହାର(ସିଙ୍ଗଲ୍), ଅର୍ଥାତ୍ ସେଗୁଡିକ କେବଳ ଥରେ ବ୍ୟବହାର କରାଯାଇପାରିବ ଏବଂ ବ୍ୟବହାର ପରେ ଫୋପାଡି ଦିଆଯାଏ ।

ଏହି ପ୍ରକାରର ମାସ୍କ କିଛି ମିନିଟ୍(ସର୍ବନିମ୍ନ 15 ମିନିଟ୍) ପର୍ଯ୍ୟନ୍ତ ମୁହଁରେ ପ୍ରୟୋଗ କରାଯାଏ । ସିଟ୍ ମାସ୍କକୁ ମୁହଁରୁ କାଢିବା ପରେ ତ୍ବଚା ଧୋଇବା କଥା ନୁହେଁ । ମାସ୍କକୁ ବାହାର କରିବା ପରେ ଧୀରେଧୀରେ ତ୍ବଚାକୁ ମସାଜ୍ କରାଯାଏ । ଫଳରେ ସେଥିରେ ଥିବା ସେରମ୍ ଅଧିକ କାର୍ଯ୍ୟ କରିଥାଏ । ସମ୍ପ୍ରତି, ସମସ୍ତ ଚର୍ମ ପ୍ରକାର ପାଇଁ ବଜାରରେ ସିଟ୍ ମାସ୍କ ଉପଲବ୍ଧ ହେଉଛି ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି ? ମାଡି ବସିବ ଏସବୁ ରୋଗ

ସିଟ୍ ମାସ୍କର ଉପକାରିତା : ନନ୍ଦିତା କହିଛନ୍ତି ଯେ, ଏହାର ସବୁଠାରୁ ବଡ ଏବଂ ମୁଖ୍ୟ ସୁବିଧା ହେଉଛି ଏହା ଚର୍ମରେ ଆର୍ଦ୍ରତା ବଜାୟ ରଖେ । ବାସ୍ତବରେ, ଆମ ପରିବେଶରେ ପ୍ରଚଳିତ ଧୂଳି ମାଟି, ବିଶେଷତଃ ଗ୍ରୀଷ୍ମଋତୁରେ ଉତ୍ତାପ, ଶୁଖିଲା ପବନ, ଏସିର ଅତ୍ୟଧିକ ବ୍ୟବହାର ଏବଂ ଚର୍ମରେ ଅଧିକ ମେକଅପ୍ ବ୍ୟବହାର କରିବା ଦ୍ୱାରା ଚର୍ମରେ ପ୍ରାକୃତିକ ଆର୍ଦ୍ରତା କମିଯାଏ, ଯେଉଁ କାରଣରୁ ଚର୍ମ ଦୁର୍ବଳ ହୋଇଯାଏ । ଡ୍ରାଏନେସ୍, ସ୍କିନ୍ ଦୁର୍ବଳ, ଚର୍ମ କୁଞ୍ଚନ ଆଦି ସମସ୍ୟାକୁ ଦୂର କରିଥାଏ । ଏହାସହ ଚର୍ମକୁ ଡିଟକ୍ସ କରିବା, ନରମ ଏବଂ ଗ୍ଲୋ କରିଥାଏ ।

ସିଟ୍ ମାସ୍କ ବ୍ୟବହାର ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ...

ସିଟ୍ ମାସ୍କ ବ୍ୟବହାର କରିବାବେଳେ କିଛି ଜିନିଷର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, ଏ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ସିଟ୍ ମାସ୍କ ଲଗାଇବା ପୂର୍ବରୁ ଚର୍ମକୁ ଫେସ୍ ୱାଶ୍ କିମ୍ବା କ୍ଲିଜର୍ ସହିତ ଭଲ ଭାବରେ ସଫା କରନ୍ତୁ ଏବଂ ଟୋନର ବ୍ୟବହାର କରନ୍ତୁ । କାରଣ ଏହା ଚର୍ମର pH ସ୍ତରକୁ ବଜାୟ ରଖିଥାଏ ।
  • କେବଳ ପରିଷ୍କାର ଚର୍ମରେ ମାସ୍କ ବ୍ୟବହାର କରନ୍ତୁ ।
  • ଚର୍ମର ପ୍ରକୃତି ଅନୁଯାୟୀ ସର୍ବଦା ଏକ ସିଟ୍ ମାସ୍କ ବାଛନ୍ତୁ ।
  • ସିଟ୍ ମାସ୍କକୁ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖନ୍ତୁ । ପ୍ୟାକେଟରେ ଥିବା ସେରମ୍ ବେକ ଏବଂ ହାତରେ ମସାଜ୍ କରିପାରିବେ ।
  • ମାସ୍କ କାଢିବା ପରେ, ମୁହଁକୁ ବୃତ୍ତାକାର ଗତିରେ ମାଲିସ୍ କରନ୍ତୁ, ଯାହାଫଳରେ ଚର୍ମରେ ଥିବା ଅବଶିଷ୍ଟ ସେରମ୍ ମଧ୍ୟ ଚର୍ମ ଦ୍ୱାରା ଶୋଷିତ ହୁଏ ।
  • ସିଟ୍ ମାସ୍କ ଲଗାଇ ଶୋଇଯାଆନ୍ତୁ ନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.