ETV Bharat / sukhibhava

Meditation Tips: କାହିଁକି ଶରୀର ପାଇଁ ଉପଯୋଗୀ ଯୋଗ, ପଢନ୍ତୁ ୭ ଟିପ୍ସ

author img

By

Published : May 5, 2022, 5:30 PM IST

କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । ଆଜିକାଲି ଲୋକେ କର୍ମବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଉଛନ୍ତି । ତେବେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯୋଗ ଦ୍ବାରା ଶରୀରରେ ବୃଦ୍ଧି ପାଉଥିବା ରୋଗ ପ୍ରତିରୋଧକ ଶକ୍ତିର ୭ ଟିପ୍ସ । ଅଧିକ ପଢନ୍ତୁ

ଯୋଗର ୭ ଉପକାରିତା, ଶରୀର ବୃଦ୍ଧି ହୋଇଥାଏ ଆଣ୍ଟିବଡି
ଯୋଗର ୭ ଉପକାରିତା, ଶରୀର ବୃଦ୍ଧି ହୋଇଥାଏ ଆଣ୍ଟିବଡି

ନୂଆଦିଲ୍ଲୀ: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ନିଜ ଦେହର ଯତ୍ନ ନେବାକୁ ସମସ୍ତେ ଭୁଲି ଯାଉଛନ୍ତି । ଫଳରେ ମଣିଷ ଦେହରେ ନାନା ପ୍ରକାରର ରୋଗ ହେଉଥିବା ସହ ବିଭିନ୍ନ ସମସ୍ୟା ଦେଖାଦେଉଛି । ତେବେ ଏହି ରୋଗ ପ୍ରତିହିତ କରିବା ସହ ମାନସିକ ସ୍ତରରେ ଖୁସି ରହିବା ପାଇଁ ଯୋଗ ଓ ବ୍ୟାୟାମର ଏକ ପ୍ରକାର ଆବଶ୍ୟକତା ରହିଛି ।

ସେହିପରି ସେଲିବ୍ରିଟିଙ୍କୁ ଯୋଗ ଓ ପ୍ରାଣାୟାମ ଟିପ୍ସ ଦେଉଥିବା ବିଶେଷଜ୍ଞ ସମୀକ୍ଷା ସେଟ୍ଟି ୭ଟି ତଥ୍ୟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଯୋଗ ଓ ଧ୍ଯାନ କ'ଣ ପାଇଁ କରିବା ଏବଂ ମଣିଷ ଜୀବନରେ ଯୋଗର ମୂଲ୍ୟ ସମ୍ପର୍କରେ ସମୀକ୍ଷା ତଥ୍ୟ ପ୍ରଦାନ କରିଛନ୍ତି । ସେପଟେ ସମୀକ୍ଷାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ଧ୍ୟାନ ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ସେ ପାଇଥିବା ସାଧାରଣ ପ୍ରତିକ୍ରିୟାଗୁଡ଼ିକ ବିଷୟରେ ଆଗ ଭାବିଥାନ୍ତି ବୋଲି କହିଛନ୍ତି ।

୧. ଯୋଗ ଦ୍ବାରା ନକାରାତ୍ମକ ଭାବନାକୁ ହ୍ରାସ କରିଥାଏ:
ଧ୍ୟାନ ଏକ ଉପହାର ଯାହାକୁ ପ୍ରତ୍ୟେକ ମଣିଷ ପ୍ରତିଦିନ ନିଜକୁ ଏଥିରେ ଉତ୍ସର୍ଗ କରିବା ଆବଶ୍ୟକ । ଧ୍ୟାନ ସମୟରେ ସାଧାରଣ ଲୋକଟିଏ ଚିନ୍ତା ଓ ଚାପ ମୁକ୍ତ ହୋଇଥାଏ । ଏଥିସହ ଚାପ, ଚିନ୍ତା, ଏବଂ ନକାରାତ୍ମକ ଭାବନା ଅପ୍ରତ୍ୟାଶିତ ଭାବେ ଆସି ନଥାଏ । ଧ୍ୟାନ ମାଧ୍ୟମରେ ନକାରାତ୍ମକ ଭାବନାକୁ ନିୟନ୍ତ୍ରଣ କରିପାରିବେ ।

୨. ଧ୍ୟାନ, ସୃଜନଶୀଳତା ଏବଂ ଉତ୍ପାଦକତା ବୃଦ୍ଧି କରିବାରେ ସାହାଯ୍ୟ କରେ ଯୋଗ:
କାର୍ଯ୍ୟରେ ଅଧିକ ସୃଜନଶୀଳ ଏବଂ ଉତ୍ପାଦକ ଅନୁଭବ କରିବାକୁ ଚାହୁଁଛନ୍ତି କି? ବର୍ତ୍ତମାନ ଧ୍ୟାନ କରିବା ଆରମ୍ଭ କର । ଧ୍ୟାନ ସୃଜନଶୀଳ ଚିନ୍ତାଧାରା ଏବଂ ସମସ୍ୟା ସମାଧାନକୁ ଉତ୍ସାହିତ କରିଥାଏ । ଧ୍ୟାନ ମଧ୍ୟ ଆମ କାର୍ଯ୍ୟରୁ ଆମର ଭାବନାକୁ ଅଲଗା କରିବାରେ ସାହାଯ୍ୟ କରିଥାଏ । ଯାହା ଆମକୁ ଅଧିକ ସ୍ପଷ୍ଟ ଭାବରେ ଚିନ୍ତା କରିବାକୁ ଏବଂ ନୂଆ ଚିନ୍ତା ସହ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ଦିନ ଧ୍ୟାନ ଲୋକର କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥାଏ । ଧ୍ୟାନ ଦକ୍ଷତା ବଢାଇବାରେ ସାହାଯ୍ୟ କରିବା ସହ ମଣିଷକୁ ବହୁକାର୍ଯ୍ୟମୁଖୀ କରିବାରେ ସଫଳ କରିଥାଏ ।

୩.ଭାବପ୍ରବଣ ବୁଦ୍ଧି ବୃଦ୍ଧି:

ନିଜ ନିଜର ଚିନ୍ତାଧାରାକୁ ମାପିବା ଚେଷ୍ଟା କରିବା ଅନୁଚିତ୍‌ । ତେବେ ମନ କ’ଣ କହୁଛି, ତାହା ବୁଝିବାକୁ ଚେଷ୍ଟା କର । ଧ୍ୟାନ ମଣିଷକୁ ଭାବନା ବିଷୟରେ ଅଧିକ ସଚେତନ ହେବାକୁ ଶିଖାଇଥାଏ । ଏହାକୁ ଉନ୍ନତ ପ୍ରକ୍ରିୟାରେ ସାହାଯ୍ୟ କରିବାରେ ସହଯୋଗ କରିଥାଏ ।

୪.ନିଦ୍ରାରେ ସାହାଯ୍ୟ କରିଥାଏ:
ଧ୍ୟାନ ଯୋଗୁଁ ଆରାମ ଏବଂ ଦୁଶ୍ଚିନ୍ତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ହୋଇଥାଏ । ଏହା ମଣିଷର ଶୋଇବାରେ ସହଯୋଗ କରିବା ସହ ସୁଖ ନିଦ୍ରା ସୃଷ୍ଟି କରିବାରେ ପଥ ପରିଷ୍କାର କରିଥାଏ । ଏଥିସହ ଶୋଇବା ପାଇଁ ଆବଶ୍ୟକ କରୁଥିବା ସମୟକୁ ଛୋଟ କରିବା ସହ ନିଦ୍ରାର ମାନ ବୃଦ୍ଧି କରିଥାଏ ।

୫.ମାନସିକତା ବୃଦ୍ଧି କରେ:
ଧ୍ୟାନ ମାନସିକ ସଚେତନତା ବୃଦ୍ଧି କରିବା ସହ ଅବାଞ୍ଛିତ ଅନୁମତି ପାଇଁ ଟ୍ରିଗର ପରିଚାଳନା କରିବାରେ ସାହାଯ୍ୟ କରିଥାଏ । ଏହା ସାଧାରଣ ଲୋକଙ୍କୁ ନିଶା ଠାରୁ ଦୂରରେ ରଖିବା ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ ଅଭ୍ୟାସ ଏବଂ ଅନ୍ୟ ବଦଭ୍ୟାସକୁ ଉପରେ ରୋକ ଲଗାଇଥାଏ ।

୬. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ମଧ୍ୟ ହୋଇଥାଏ:
ନିୟମିତ ଧ୍ୟାନ କରିବା ଫଳରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ । ଫଳରେ ମସ୍ତିଷ୍କର ବାମ ପାର୍ଶ୍ୱରେ ସ୍ନାୟୁ କାର୍ଯ୍ୟକଳାପ ବଢାଇବାରେ ସାହାଯ୍ୟ କରିଥାଏ । ଏହା କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କାରଣରୁ ସମ୍ଭବ ହୋଇଥାଏ । ଏଥିସହ ଯେଉଁ ଲୋକ ପ୍ରତ୍ୟେକ ଦିନ ଧ୍ୟାନ ଓ ବ୍ୟାୟାମ କରିଥାଏ, ସେମାନଙ୍କ ରକ୍ତରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥାଏ ।


୭. ମାତ୍ରାଧିକ ବ୍ୟାୟାମ ଶରୀର ପାଇଁ ଭଲ ନୁହେଁ:

ବ୍ୟାୟାମବେଳେ ବିଶେଷତଃ HIIT ୱାର୍କଆଉଟ(ଉଚ୍ଚ-ତୀବ୍ରତା ବ୍ୟବଧାନ ପ୍ରଶିକ୍ଷଣ) ଏବଂ ଦୀର୍ଘ ଘଣ୍ଟା କାର୍ଡିଓ ୱାର୍କଆଉଟ ମାଂସପେଶୀ ଏବଂ କେନ୍ଦ୍ରୀୟ ସ୍ନାୟୁ(Central Nervous System) ପ୍ରଣାଳୀରେ କର୍ଟିସୋଲ ସହ ଅଜାଣତରେ ଶରୀରରେ ଏବଂ ମନ ଉପରେ ଚାପ ସୃଷ୍ଟି ପକାଇଥାଏ । ତେବେ ଉଚ୍ଚ ୱାର୍କଆଉଟ କରିବା ପରିବର୍ତ୍ତେ ଧ୍ୟାନ ମାଧ୍ୟମରେ ଶରୀର ଏବଂ ମନକୁ ବିଶ୍ରାମ ଦିଅନ୍ତୁ ।

(ସେଲିବ୍ରିଟିଙ୍କୁ ଯୋଗ ଓ ପ୍ରାଣାୟାମ ଟିପ୍ସ ଦେଉଥିବା ଯୋଗ ଓ ପ୍ରାଣାୟମକୁ ନେଇ ବିଶେଷଜ୍ଞ ସମୀକ୍ଷା ସେଟ୍ଟି ୭ଟି ତଥ୍ୟ ଉପସ୍ଥାପନ କରିଛନ୍ତି)

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.