ETV Bharat / sukhibhava

Prostate Cancer: ପୁରୁଷମାନଙ୍କଠାରେ ବୃଦ୍ଧି ପାଉଛି ପ୍ରୋଷ୍ଟେଟ କ୍ୟାନ୍ସର, ଜାଣନ୍ତୁ ଲକ୍ଷଣ

author img

By

Published : Jul 10, 2023, 10:04 AM IST

ପୁରୁଷମାନଙ୍କଠାରେ ବୃଦ୍ଧି ପାଉଛି ପ୍ରୋଷ୍ଟେଟ କ୍ୟାନ୍ସର । ଜାଣନ୍ତୁ କଣ ଏହି ପ୍ରୋଷ୍ଟଟ କ୍ୟାନ୍ସର । ଅଧିକ ପଢ଼ନ୍ତୁ

Prostate Cancer
Prostate Cancer

ହାଇଦ୍ରାବାଦ: ପୁରୁଷମାନଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ କ୍ୟାନ୍ସର ଏକ ଗମ୍ଭୀର ସମସ୍ୟା । ଯେଉଁଥିପାଇଁ ପ୍ରତିବର୍ଷ ହଜାର ହଜାର ପୁରୁଷ ଏହି କ୍ୟାନ୍ସରରେ ଆକ୍ରାନ୍ତ ହୋଇଥାଆନ୍ତି । ତେବେ ବୟସ ବଢିଲେ ଏହି କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରାୟ 60 ପ୍ରତିଶତ ମାମଲା 65 ବର୍ଷରୁ ଅଧିକ ପୁରୁଷଙ୍କଠାରେ ହୋଇଥାଏ । ଏଥି ସହିତ WHO ରିପୋର୍ଟ ଅନୁଯାୟୀ, 2020 ମସିହାରେ କେବଳ ପ୍ରୋଷ୍ଟେଟ କ୍ୟାନ୍ସର କାରଣରୁ 10 ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଥିଲା । ତେବେ ଜାଣନ୍ତୁ ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ କଣ ଏବଂ କେଉଁ ଲୋକମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ

ପ୍ରୋଷ୍ଟେଟ କ୍ୟାନ୍ସର କଣ?: ଏହା ଏକ ଗମ୍ଭୀର ପ୍ରକାରର କର୍କଟ ରୋଗ। ପୁରୁଷମାନଙ୍କର ପେଲଭିସରେ ରହିଥିବା ବାଦାମ ଆକୃତିର ପ୍ରୋଷ୍ଟେଟ୍ ଗ୍ରନ୍ଥିରେ ଏହା ହୋଇଥାଏ । ଏହା ଲିଙ୍ଗ ଓ ବ୍ଲାଡର ମଧ୍ୟରେ ଅବସ୍ଥିତ ଏବଂ ମୂତ୍ରାଶୟକୁ ଘେରି ରହିଥାଏ । ଏକ ମୋଟା ଧଳା ତରଳ ପଦାର୍ଥ ଉତ୍ପାଦନ କରିବା, ଯାହା ଟେଷ୍ଟିକାଲ୍ସ(ସ୍ପର୍ମ ସୃଷ୍ଟିକାରୀ) ଦ୍ବାରା ଉତ୍ପାଦିତ ଶୁକ୍ରାଣୁ ସହ ମିଶ୍ରିତ ହୋଇ ସିମେନ ଉତ୍ପନ୍ନ କରିବା ହେଉଛି ପ୍ରୋଷ୍ଟେଟର ମୁଖ୍ୟ କାର୍ଯ୍ୟ । ପ୍ରୋଷ୍ଟେଟ କ୍ୟାନ୍ସର ସାଧାରଣତଃ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ପ୍ରୋଷ୍ଟେଟ ଗ୍ରନ୍ଥିରେ ଥିବା କୋଷଗୁଡ଼ିକ ନିୟନ୍ତ୍ରଣରୁ ବାହାରେ ରହିଥାଆନ୍ତି । ଏହି କାରଣରୁ, ନପୁଂଶକତା କିମ୍ବା ଇରେକ୍ଟାଇଲ୍ ଡିସ୍‌ଫଙ୍କ୍‌ସନ୍‌ ମଧ୍ୟ ହୋଇପାରେ । ତେବେ ପ୍ରୋଷ୍ଟେଟ୍‌ କ୍ୟାନ୍ସର ହେଉଛି ବିଶ୍ବର ଚତୁର୍ଥ ସର୍ବାଧିକ ଡାଇଗ୍ନୋସିସ୍‌ ହୋଇଥିବା କ୍ୟାନ୍ସର । ଯେତେବେଳେ ଏହି କ୍ୟାନ୍ସର ଅତି ଶୀଘ୍ର ବଢେ ଏହାକୁ ଆଗ୍ରେସିଭ କୁହାଯାଏ । ଅନ୍ୟ ପଟେ, ଯେତେବେଳେ ଏହା ଧୀରେଧୀରେ ବଢ଼େ ଏହାକୁ ନନ୍‌ ଆଗ୍ରେସିଭ୍‌ ପ୍ରୋଷ୍ଟେଟ୍ କ୍ୟାନ୍ସର କୁହାଯାଏ । ପ୍ରୋଷ୍ଟେଟର କୋଷଗୁଡ଼ିକ ଯେତେବେଳେ DNAରେ ପରିବର୍ତ୍ତନ ହେବାକୁ ଆରମ୍ଭ କରେ ସେତେବେଳେ ପ୍ରୋଷ୍ଟେଟ କ୍ୟାନ୍ସର ହୁଏ ।

ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ:

  • ବାରମ୍ବାର ପରିସ୍ରା ଲାଗିବା
  • ପରିସ୍ରାରେ ରକ୍ତ ପଡିବା
  • ତଳ ପେଟରେ ଯନ୍ତ୍ରଣା ହେବା
  • ସମୟ ସମୟ ବ୍ୟବଧାନରେ ପରିସ୍ରା ଆସିବା
  • ପରିସ୍ରା କରିବା ସମୟରେ ଯନ୍ତ୍ରଣା ହେବା
  • ପରିସ୍ରାରେ ଅନିୟନ୍ତ୍ରତା
  • ରାତିରେ ବାରମ୍ବାର ପରିସ୍ରା ଲାଗିବା

ଅନ୍ୟପକ୍ଷରେ, ଯେତେବେଳେ ପ୍ରୋଷ୍ଟେଟ କର୍କଟ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ, ସେତେବେଳେ ଏହା ହାଡ଼ ଯନ୍ତ୍ରଣା, ଅତ୍ୟଧିକ ଥକାପଣ, ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଏ । ଏହା ହାଡ଼, ଅନ୍ତନଳୀ, ଯକୃତ ଏବଂ ଫୁସଫୁସକୁ ବ୍ୟାପିପାରେ । ଯଦି ଆପଣ ଏହି ଲକ୍ଷଣଗୁଡିକ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ: ଏଣିକି Ultrasound ମାଧ୍ୟମରେ ଚିହ୍ନଟ ହୋଇପାରିବ ପ୍ରୋଷ୍ଟେଟ୍ କ୍ୟାନ୍ସର

ପ୍ରୋଷ୍ଟେଟ କ୍ୟାନ୍ସରରୁ କିଭଳି ବର୍ତ୍ତିବେ:

  • ପ୍ରୋଷ୍ଟେଟ କ୍ୟାନ୍ସରରୁ ବର୍ତ୍ତିବା ପାଇବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଆବଶ୍ୟକ
  • ଖାଦ୍ୟରେ ଓମେଗା ଫ୍ୟାଟି ଏସିଡ୍ ଭରପୂର ମାଛ ଏବଂ ବାଦାମକୁ ଅନ୍ତର୍ଭୁକ୍ତ କରନ୍ତୁ
  • ଶସ୍ୟଜାତିୟ ଖାଦ୍ୟ ଏବଂ ସୋୟାବିନ୍ ପ୍ରୋଷ୍ଟେଟ କ୍ୟାନସର ହେବାର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ।
  • ବ୍ୟାୟାମ ଦ୍ବାରା ଶରୀର ସୁସ୍ଥ ରହିଥାଏ, ବ୍ୟାୟାମ କରୁଥିବା ଲୋକଙ୍କ ଠାରେ ଏହି ଆଶଙ୍କା କମ୍‌ ରହିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.