ETV Bharat / sukhibhava

ମଧୁମେହ ରୋଗୀଙ୍କୁ ଏହି କ୍ୟାନ୍ସରର ଆଶଙ୍କା ଅଧିକ, ରିସର୍ଚ୍ଚରେ ଖୁଲାସା

author img

By ETV Bharat Odisha Team

Published : Nov 18, 2023, 4:36 PM IST

Colon Cancer
Colon Cancer

Diabetes and Colon Cancer: ଜୀବନଶୈଳୀରେ ପରିବର୍ତ୍ତନ ବ୍ୟକ୍ତିଙ୍କୁ ବିପଦ ଆଡକୁ ଠେଲି ଦେଉଛି । ତେବେ ଏହାରି ଭିତରେ ଡାଇବେଟିସକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ମଧୁମେହ ରୋଗୀଙ୍କୁ ଏହି କ୍ୟାନ୍ସରର ଆଶଙ୍କା ଅଧିକ ବୋଲି ଜଣାପଡିଛି ।

ହାଇଦ୍ରାବାଦ: ବିଶ୍ୱରେ ମଧୁମେହ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ପ୍ରତିବର୍ଷ ମଧୁମେହ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଏହାର ଶିକାର ହୋଇପାରନ୍ତି । ତେବେ ପରବର୍ତ୍ତୀ ସମୟରେ ଏହା ମହାମାରୀର ରୂପ ନେଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ତେବେ ମଧୁମେହ ଏପରି ଏକ ରୋଗ ଯାହା ଅନ୍ୟ କେତେକ ରୋଗର ମଧ୍ୟ କାରଣ ସାଜିଥାଏ ।

ଏକ ରିପୋର୍ଟ ଅନୁସାରେ, ମଧୁମେହ ରୋଗୀଙ୍କୁ ଆଖି, କିଡନୀ, ଯକୃତ ଏବଂ ହୃଦରୋଗର ଆଶଙ୍କା ଅଧିକ ଦେଖାଯାଏ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମଧୁମେହ ରୋଗୀଙ୍କୁ କୋଲୋନ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।

ଜାମା ପତ୍ରିକାରେ ପ୍ରକାଶିତ ନିକଟରେ ହୋଇଥିବା ଏକ ଅଧ୍ୟୟନର ଫଳାଫଳ ଅନୁଯାୟୀ, ମଧୁମେହ ରୋଗୀଙ୍କୁ ସାଧାରଣ ଲୋକଙ୍କ ଅପେକ୍ଷା କଲୋରେକ୍ଟାଲ୍ (କୋଲନ୍) କର୍କଟ ହେବାର ଆଶଙ୍କା 47 ପ୍ରତିଶତ ଅଧିକ ହୋଇପାରେ । ଏହି କର୍କଟ ବୃହତ ଅନ୍ତନଳୀରେ କୋଷ ଗୁଡିକର ଅନିୟନ୍ତ୍ରିତ ବୃଦ୍ଧି ହେତୁ ହୋଇଥାଏ । ଏହି କର୍କଟ କାରଣରୁ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଥାଆନ୍ତି।

ମଧୁମେହ ରୋଗୀଙ୍କ କ୍ଷେତ୍ରରେ କୋଲୋନ କର୍କଟର ଆଶଙ୍କା ଅଧିକା: ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତିମାନେ ଗତ 5ବର୍ଷ ମଧ୍ୟରେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କର କୋଲୋରେକ୍ଟାଲ୍ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁ ବ୍ୟକ୍ତିମାନେ ଦୀର୍ଘ ବର୍ଷ ଧରି ମଧୁମେହରେ ଆକ୍ରାନ୍ତ ହୋଇଛନ୍ତି ସେମାନେ କର୍କଟ ରୋଗର ସ୍କ୍ରିନିଂ କରିବା ଜରୁରୀ ଅଟେ । ଏହା ଦ୍ବାରା ବିପଦକୁ ହ୍ରାସ କରାଯାଇ ପାରିବ । ଅର୍ଥାତ ମଧୁମେହ ରୋଗୀଙ୍କ ପାଇଁ କଲୋନୋସ୍କୋପି ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ଅଧ୍ୟୟନରେ ଏହା ଖୁଲାସା କରାଯାଇଛି: ନିକଟରେ କରାଯାଇଥିବା ଅଧ୍ୟୟନରେ 54,597 ଜଣଙ୍କ ତଥ୍ୟକୁ ନେଇ ବିଶ୍ଲଷଣ କରାଯାଇଥିଲା। ତେବେ ଟାଇପ-2 ଡାଇବେଟିସ ରୋଗୀଙ୍କୁ ଅଧ୍ୟୟନରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା। ତେବେ ଅଧ୍ୟୟନ ଅନୁସାରେ ମଧୁମେହ ଏବଂ କୋଲୋନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବିଶ୍ବରେ ବୃଦ୍ଧି ପାଇବାରେ ଲାଗିଛି। ମଧୁମେହରେ ପୀଡିତ ଲୋକମାନଙ୍କ ମଧ୍ୟରେ ଥିବା ଅନ୍ୟ ବିପଦଗୁଡିକ ଚିହ୍ନଟ କରିବା ଏବଂ ସେମାନଙ୍କୁ ଠିକ୍ ସମୟରେ ଚିକିତ୍ସା କରିବା ପାଇଁ ଏହି ଅଧ୍ୟୟନଗୁଡ଼ିକ ଆବଶ୍ୟକ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହିପରି ରୋଗୀଙ୍କ କୋଲୋନୋସ୍କୋପି କରାଯିବା ଆବଶ୍ୟକ।

ଏହା ମଧ୍ୟ ପଢନ୍ତୁ: ବଢୁଛି କୋଲୋନ କର୍କଟ ବିପଦ, ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କୋଲୋନୋସ୍କୋପି କଣ: କଲୋନୋସ୍କୋପି ହେଉଛି ଏକ ପ୍ରକ୍ରିୟା ଯାହା ବ୍ୟକ୍ତିର ସମଗ୍ର କୋଲନ୍ (ବୃହତ ଅନ୍ତନଳୀ) ର ଯାଞ୍ଚ କରିବାରେ ସାହାଯ୍ୟ କରିଥାଏ । କଲୋନୋସ୍କୋପ୍ ନାମକ ଏକ ଲମ୍ବା, ନମନୀୟ ଟ୍ୟୁବ୍ ବ୍ୟବହାର କରି ଏହି ପଦ୍ଧତି କରାଯାଇଥାଏ। ଟ୍ୟୁବର ଗୋଟିଏ ମୁଣ୍ଡରେ ହାଲୁକା ଏବଂ ଏକ ଛୋଟ କ୍ୟାମେରାକୁ ଖଞ୍ଜା ଯାଇଥାଏ । ଯାହା ବଢୁଥିବା କୋଷିକାକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ପରୀକ୍ଷା ନିୟମିତ ବ୍ୟବଧାନରେ କରାଯିବା ଉଚିତ୍‌ । ଯାହା ଦ୍ବାରା ଠିକ ସମୟରେ କର୍କଟ ରୋଗକୁ ଚିହ୍ନଟ କରାଯାଇପାରିବ ।

ଖରାପ ଖାଦ୍ୟ ଶୈଳୀ କୋଲୋନ୍ କର୍କଟ ରୋଗର ସବୁଠାରୁ ବଡ କାରଣ ଭାବରେ ବିବେଚନା କରାଯାଇପାରେ । ଏହା ସାଧାରଣତଃ ବୃହତ୍ତ ଅନ୍ତନଳୀର ଭିତର ସ୍ତରରେ ଦେଖାଯାଏ । ଲଗାତାର ଭାବରେ 3ରୁ 4 ମାସ ପର୍ଯ୍ୟନ୍ତ ମଳତ୍ୟାଗ ରୁଟିନ୍‌ରେ ପରିବର୍ତ୍ତନ ଯନ୍ତ୍ରଣା ଅନୁଭବ କରିବା କୋଲୋନ୍ କ୍ୟାନ୍ସରର ଏକ ବିଶେଷ ଲକ୍ଷଣ ଭାବରେ ବିବେଚନା କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.