ETV Bharat / sukhibhava

Covid Side Effect: ମହାମାରୀ ସମୟରେ ଅଧିକ ଡିପ୍ରେସନରେ ଥିଲେ ଆସ୍ଥମା ରୋଗୀ

author img

By

Published : Jan 21, 2023, 12:58 PM IST

Older adults in depresion
Older adults in depresion

ଏକ ନୂତନ ଅନୁସନ୍ଧାନ ଅନୁସାରେ, ମହାମାରୀ ସମୟରେ ଆସ୍ଥମା ରୋଗୀ ଅଧିକ ଡିପ୍ରେସନ ବା ଅବସାଦରେ ରହିଥିଲେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋଭିଡ ମହାମାରୀର ପାଦୁର୍ଭାବ ହ୍ରାସ ପାଇଛି ସତ, ବିଭିନ୍ନ ସ୍ଥାନରେ ପୂର୍ବ ଭଳି ଲୋକେ ଜୀବନ ଜୀଇଁବା ଆରମ୍ଭ କରିଛନ୍ତି ସତ, ହେଲେ ମହାମାରୀକୁ ନେଇ ଅନୁସନ୍ଧାନରେ ପୂର୍ଣ୍ଣଚ୍ଛେଦ ପକାଇନାହାନ୍ତି ବୈଜ୍ଞାନିକ । ଏ ରୋଗ ଆଗକୁ କି କି ବିପଦ ସୃଷ୍ଟି କରିପାରେ, କେଉଁ ସମସ୍ୟାରେ ଲୋକଙ୍କୁ ପକାଇଛି ସେ ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି ଅନୁସନ୍ଧାନକାରୀ । ଏହାରି ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଅନୁସନ୍ଧାନ ଅନୁସାରେ, ଯେଉଁ ବୟସ୍କମାନେ ଆସ୍ଥମା ରୋଗରେ ପୀଡିତ ଥିଲେ ସେମାନେ ମହାମାରୀ ସମୟରେ ଅଧିକ ଡିପ୍ରେସନ ବା ଅବସାଦରେ ରହୁଥିଲେ ।

ଅର୍ଥାତ୍ ଶ୍ବାସକ୍ରିୟା ଜନିତ ସମସ୍ୟାରେ ପୀଡିତ ଥିବା ଲୋକେ, କୋଭିଡ ପାଣ୍ଡାମିକ ସମୟରେ ସେମାନେ ମାନସିକ ସ୍ତରରେ ଅଧିକ ପ୍ରଭାବିତ ହେଉଥିଲେ । ରେସ୍ପିରାଟୋରୀ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, 2020 ମସିହା ଶରତ ଋତୁ ସମୟରେ ଅଧିକାଂଶ ବୟସ୍କ, ଯେଉଁମାନଙ୍କର ଆସ୍ଥମା ଥିଲା, ସେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଡିପ୍ରେସନ ବା ଅବସାଦରେ ରହୁଥିଲେ । ଅଧ୍ୟୟନରୁ ଏହା ମଧ୍ୟ ଜଣାଗଲେ ଯେ, ଯେଉଁମାନେ ଏକାକୀ ରହୁଥିଲେ, ସେମାନଙ୍କ ଅବସାଦର ହାର ଯଥେଷ୍ଟ ବୃଦ୍ଧି ପାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ଖାଦ୍ୟ ଗ୍ରହଣରେ ନିୟମିତତା ରକ୍ଷା କରନ୍ତୁ, ହେବନି ଜଟିଳ ରୋଗ ସମସ୍ୟା

ଦ୍ରାଘିମା(ଲଙ୍ଗିଚ୍ୟୁଡିନାଲ) ତଥ୍ୟ ବ୍ୟବହାର କରି ଏହି ଅଧ୍ୟୟନ କରାଯାଇଥିଲା । ଏଥିରେ 2,017 ଉତ୍ତରଦାତା ଭାଗ ନେଇଥିଲେ, ଯେଉଁଥିରେ ମହାମାରୀ ପୂର୍ବରୁ ଆସ୍ଥମା ସହ ଡିପ୍ରେସନରେ ପୀଡିତ ଥିଲେ ଏବଂ ଯେଉଁମାନେ ଏହା ପୂର୍ବରୁ କେବେ ଅବସାଦ ଅନୁଭବ କରି ନ ଥିଲେ ସେମାନଙ୍କୁ ସାମିଲ କରାଯାଇଥିଲା । ଏଥିରୁ ଜଣାଗଲା ଯେ, ପୂର୍ବରୁ ଉଦାସୀନତାରେ ଥିବା ଉତ୍ତରଦାତାମାନଙ୍କ ମଧ୍ୟରେ ସର୍ବାଧିକ ବିପଦ ଥିବାବେଳେ, ଡିପ୍ରେସନର ନଥିବା ପ୍ରତି 7 ଜଣଙ୍କ ମଧ୍ୟରୁ ଜଣେ 2020 ଶରତ ସମୟ ବେଳକୁ ଅବସାଦଗ୍ରସ୍ତ ହୋଇଥିଲେ । ଏଥିରୁ ଜଣାଗଲା ଯେ, ପୂର୍ବରୁ ଡିପ୍ରେସନରେ ନଥିବା ଆସ୍ଥମା ରୋଗୀ ମହାମାରୀ ସମୟରେ ହିଁ ଅବସାଦର ସମ୍ମୁଖୀନ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ଗୋଟିଏ ପାର୍ଶ୍ବ ସ୍ତନ କର୍କଟ ହୋଇଥିଲେ ବଢିପାରେ ବିପରୀତ ପାର୍ଶ୍ବର ବିପଦ

କାନାଡାର ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ତଥା ଏହି ଅଧ୍ୟୟନର ସହ-ଲେଖକ ଗ୍ରେସ୍ ଲି କୁହନ୍ତି, ମହାମାରୀ ବୟସ୍କଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପରିଣାମ ସୃଷ୍ଟି କରିଛି । ଅଧିକନ୍ତୁ, ଆସ୍ଥମା ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ମହାମାରୀ ସମୟରେ ପାରିବାରିକ କଳହର ବୃଦ୍ଧି ଅନୁଭବ କରିଥିଲେ । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ, ମହାମାରୀ ସମୟରେ ଆୟର କ୍ଷତି ହେବା କିମ୍ବା ଆବଶ୍ୟକ ସାମଗ୍ରୀ କିମ୍ବା ଖାଦ୍ୟ ପାଇବାରେ ଅସମର୍ଥ ଥିବା ଆସ୍ଥମା ରୋଗୀଙ୍କ ଅବସାଦ ବୃଦ୍ଧି ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.