ETV Bharat / sukhibhava

Hair Care Tips: ଜାଣନ୍ତୁ କେଶ ପାଇଁ ତେଲର ଉପକାରିତା ଓ ଅପକାରିତା

author img

By

Published : Apr 3, 2023, 2:30 PM IST

Etv Bharat
Etv Bharat

ତେଲ ଲଗାଇବା କେଶ ପାଇଁ ଲାଭଦାୟକ । ହେଲେ ଭୁଲ୍ ଶୈଳୀରେ ତେଲ ଲଗାଇଲେ କେଶ ଉପରେ ଅଧିକ କୁପ୍ରଭାବ ପଡିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେଶ ଆମ ବ୍ୟକ୍ତିତ୍ୱ(ପର୍ସନାଲିଟି)ର ଆଉ ଏକ ପରିଚୟ । ଅନେକ ଲୋକ କେଶର ବହୁ ଯତ୍ନ ନେଇଥାନ୍ତି । ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ କାରଣ ହେଉ ଅବା ଅନ୍ୟାନ୍ୟ ସମସ୍ୟା ସମସ୍ତଙ୍କର କେଶ ଝଡିବା ସମସ୍ୟା ଦେଖାଯାଉଛି । କେଶ ମଧ୍ୟ ବୃଦ୍ଧି ହେବା ପାଇଁ ଖାଦ୍ୟ ଆବଶ୍ୟକ କରେ । ତେଲ କେଶ ପାଇଁ ଖାଦ୍ୟ ଭାବରେ କାମ କରେ । ଠିକ୍ ସମୟରେ କେଶରେ ତେଲ ନ ଲଗାଇଲେ କେଶ ଦୁର୍ବଳ ହୋଇଯାଏ ଏବଂ ଝଡିବାକୁ ଲାଗେ । ସେଥିପାଇଁ ଦୈନିକ କିମ୍ବା ସପ୍ତାହରେ ଦୁଇ କିମ୍ବା ତିନି ଦିନ ତେଲ ସହିତ କେଶକୁ ମାଲିସ୍ କରିବା ଆବଶ୍ୟକ । ଏହା ଦ୍ବାରା କେଶ ଝଡିବା ବନ୍ଦ ହୋଇପାରେ ।

ଅନେକ ଲୋକ ଭାବନ୍ତି ଯେ, ଦୀର୍ଘ ସମୟ ଧରି କେଶରେ ତେଲ ଲଗାଇଲେ କେଶରେ ଅନେକ ପୁଷ୍ଟିକର ଖାଦ୍ୟ ମିଳିଥାଏ । କିଛି ଲୋକ ତେଲ ଲଗାଇବାକୁ ପସନ୍ଦ କରନ୍ତିନି । କେବଳ ସାମ୍ପୁ କରିବା ସମୟରେ ତେଲ ବ୍ୟବହାର କରନ୍ତି । ଅଧିକାଂଶ ଲୋକେ ରାତିରେ ତେଲ ଲଗାଇ ସକାଳେ ଧୋଇଦିଅନ୍ତି । ତେବେ ଏହି ସବୁ ଅଭ୍ୟାସ କେଶ ପାଇଁ କେତେ ଉପକାରୀ, ଜାଣନ୍ତୁ

କେଶରେ ତେଲ ଲଗାଇବା ଆବଶ୍ୟକ । କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଲଗାଇ ରଖିବା ହାନିକାରକ । ଏପରି କରିବା ଦ୍ବାରା କେଶରେ ଅମ୍ଳଜାନ ପହଞ୍ଚିପାରେ ନାହିଁ । କେଶରେ ତେଲ ଦୀର୍ଘ ସମୟ ଧରି ରଖିବା ଦ୍ୱାରା କେଶ ନଷ୍ଟ ହୋଇପାରେ । ତ୍ୱଚାରେ ଦାଗ, ବ୍ରଣ ହୋଇପାରେ । ଯେଉଁଥିପାଇଁ କେଶ ଝଡ଼ିବା ଆରମ୍ଭ କରେ ।

ଏହା ମଧ୍ୟ ପଢନ୍ତୁ:- ଗ୍ରୀଷ୍ମଋତୁରେ କେମିତି ନେବେ ତ୍ବଚା ଓ କେଶର ଯତ୍ନ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ତଥାପି, ଅନେକ ବିଶେଷଜ୍ଞ କହନ୍ତି, ରାତିରେ ତେଲ ଲଗାଇବା ଦ୍ୱାରା କେଶକୁ ପୋଷଣ ମିଳିଥାଏ । ମାତ୍ର ଯେଉଁମାନଙ୍କର ଚର୍ମ ସମସ୍ୟା ଥିବ କିମ୍ବା ହିଟ୍ ୱେଭ୍ ସମସ୍ୟା ଥିବ, ସେମାନେ ରାତିରେ ତେଲ ଲଗାଇ ଶୋଇବା ଦ୍ବାରା ଜ୍ବଳନର ଶିକାର ହୋଇପାରନ୍ତି । ତେଣୁ ଏହି ଅଭ୍ୟାସ ପୂର୍ବରୁ ଚର୍ମ ବିଶେଷଜ୍ଞଙ୍କ ସହ ଆଲୋଚନା କରନ୍ତୁ ।

ଏହା ବ୍ୟତୀତ, ସେହି ଲୋକମାନଙ୍କ ପାଇଁ ତେଲ ପ୍ରୟୋଗ କରାଯିବା ଉଚିତ୍ ନୁହେଁ, ଯେଉଁମାନଙ୍କର ରୂପି ସମସ୍ୟା ଥିବ । କାରଣ ରୂପୀ ସମୟରେ ତେଲ ଲଗାଇଲେ କେଶ ଅଧିକ ଖରାପ ହୋଇଯାଏ ଏବଂ ଝଡିବାକୁ ଲାଗେ । ଏହି ପରିସ୍ଥିତିରେ, ତେଲକୁ ଦୀର୍ଘ ସମୟ ଧରି ରଖିବା ଦ୍ୱାରା ଧୂଳି ଏବଂ ଜୀବାଣୁ ତ୍ୱଚାରେ ଲାଗି ରହିଥାଏ । ଏହା ପରିବର୍ତ୍ତେ, ଓଦା କେଶରେ ତେଲ ଲଗାଇବା ଠାରୁ ଦୂରେଇ ରହିବା ଉଚିତ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.