ETV Bharat / sukhibhava

Nicotine: ଧୂମପାନ ଛାଡିବା ପାଇଁ ଫଳପ୍ରଦ ନିକୋଟିନ ରିପ୍ଲେସମେଣ୍ଟ ଥେରାପୀ

author img

By ETV Bharat Odisha Team

Published : Oct 7, 2023, 4:52 PM IST

Nicotine
Nicotine

ଧୂମପାନ ଛାଡିବା ପାଇଁ ଫଳପ୍ରଦ ନିକୋଟିନ ରିପ୍ଲେସମେଣ୍ଟ ଥେରାପୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଧୂମପାନ ଏବଂ ତମାଖୁ ସେବନ ଶରୀରକୁ କ୍ଷତି ପହଞ୍ଚାଏ ବୋଲି ସମସ୍ତେ ଜାଣନ୍ତି । ତେଣୁ ସର୍ବଦା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ତମାଖୁ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥାଆନ୍ତି । ତମାଖୁ କିମ୍ବା ଧୂମପାନ କରିବାର ଅଭ୍ୟାସ ଫୁସଫୁସ, ରକ୍ତବାହୀ ଏବଂ ହୃଦୟ ସହିତ ଜଡିତ ସମସ୍ୟାକୁ ବୃଦ୍ଧି କରିଥାଏ । ଏହା ଜାଣିବା ସତ୍ତ୍ବେ ମଧ୍ୟ ଅନେକ ଲୋକ ତମାଖୁ ନିଶାଦ୍ରବ୍ୟ ସେବନ କରିଥାଆନ୍ତି । ତେବେ ଏହି ସବୁ କାର୍ଯ୍ୟରୁ ଲୋକଙ୍କୁ ଦୂରେଇବା ପାଇଁ ନିକୋଟିନ ଥେରାପୀକୁ ଚିକିତ୍ସା ଭାବେ ଆପଣାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।

କେତେକ ରିପୋର୍ଟ ଅନୁଯାୟୀ, ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପୀକୁ ପ୍ରେସକ୍ରିପସନ୍ ଔଷଧ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ । ତେବେ ଏନେଇ ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଧୂମପାନଠୁ ଦୂରେଇବା ପାଇଁ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି ନିରାପଦ । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ପ୍ରେସକ୍ରିପସନ୍ ଔଷଧ ଭାବରେ ଶ୍ରେଣୀଭୁକ୍ତ କରିବା ପାଇଁ ପ୍ରସ୍ତାବ: ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଅଧୀନରେ ଥିବା ଡ୍ରଗ୍ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡ (DTAB) ନିକଟରେ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପୀକୁ ଔଷଧ ଭାବେ ଶ୍ରେଣୀଭୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲା । ଯାହା କି ଭବିଷ୍ୟତରେ ଏହା କେବଳ ପ୍ରାଧିକୃତ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ହୋଇପାରିବ। ସୂଚନାଯୋଗ୍ୟ ଯେ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପୀ(NRT) ପାଇଁ ମୁଖ୍ୟତଃ ନିକୋଟିନ ପୋଲାକ୍ରିଲେକ୍ସ ଗମ୍, ଲୋଞ୍ଜେଜ ଏବଂ ଟ୍ରାନ୍ସଡର୍ମାଲ୍ ପ୍ୟାଚର ଉପଯୋଗ କରାଯାଇଥାଏ ।

ବିଶେଷଜ୍ଞମାନେ କହିଛନ୍ତି ଯେ NRT ସାହାଯ୍ୟରେ ଧୂମପାନ ଛାଡିବାର ସମ୍ଭାବନା 50 ପ୍ରତିଶତ ଅଧିକ ହୋଇପାରେ ଏବଂ ଏହା ବିନା ନିରାପଦରେ ଏବଂ ବିନା ପ୍ରେସକ୍ରିପସନରେ ଉପଲବ୍ଧ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, "ତମାଖୁ ସେବନ ଏକ ବଡ ବିପଦ ଭାବରେ ଉଭା ହେଉଛି, ବହୁ ସଂଖ୍ୟକ ବୟସ୍କ ଏହାର ଶିକାର ହେଉଛନ୍ତି । ବିଭିନ୍ନ ତୀବ୍ର ଏବଂ କ୍ରନିକ୍ ରୋଗ ପାଇଁ ତମାଖୁ ଏବଂ ଧୂମପାନକୁ ମୁଖ୍ୟ ବିପଦ କାରଣ ବୋଲି କୁହାଯାଇଛି।"

ଏହା ମଧ୍ୟ ପଢନ୍ତୁ: କୋରୋନା ଯୋଦ୍ଧାଙ୍କ ପାଇଁ ନିକୋଟିନ ଥେରାପି !

ଡାକ୍ତରମାନେ କହିଛନ୍ତି ଯେ, ଭାରତରେ ତମାଖୁ ସେବନ ହ୍ରାସ କରିବାକୁ ଉଦ୍ୟମ କରାଯାଇଛି । ଦେଶର ପ୍ରାୟ 28.6 ପ୍ରତିଶତ ବୟସ୍କ ଏହା ଦ୍ୱାରା ପ୍ରଭାବିତ ହୋଇଥାଆନ୍ତି । 42 ପ୍ରତିଶତ ପୁରୁଷ ଏବଂ 14.2 ପ୍ରତିଶତ ମହିଳା ନିଶା ସେବନ କରନ୍ତି । NRT ହେଉଛି ଏକ ପଦ୍ଧତି ଯାହା ଲୋକଙ୍କୁ ତମାଖୁ ଛାଡିବାରେ ସାହାଯ୍ୟ କରିପାରିବ । ବିନା ପ୍ରେସକ୍ରିପସନରେ NRT ଦ୍ବାରା ଧୂମପାନ ଛାଡିବାରେ ସାହାଯ୍ୟ କରିବ ।

କେମିତି କାମ କରିଥାଏ ଏହି ଥେରାପୀ: NRT ରକ୍ତରେ ନିକୋଟିନ୍ ସ୍ତରରେ କ୍ରମିକ ଏବଂ କମ୍ ବୃଦ୍ଧି କରିଥାଏ । ଯାହା ଦ୍ୱାରା ତମାଖୁ ଏବଂ ଏହାର ଉତ୍ପାଦ ଉପରେ ଲୋକଙ୍କ ନିର୍ଭରଶୀଳତା କମିଯାଏ । ନିକୋଟିନ୍ ଡେଲିଭରୀ ପ୍ରଣାଳୀ ସାହାଯ୍ୟରେ ଲୋକଙ୍କୁ ନିଶା ଛାଡିବା ପାଇଁ ସାହାଯ୍ୟକାରୀ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.