ETV Bharat / sukhibhava

Navratri 2023: ଦାଣ୍ଡିଆ କରୁଛନ୍ତି କି ? ସ୍ବାସ୍ଥ୍ୟ ଉପରେ ପଡିବ ଏହି ପ୍ରଭାବ

author img

By ETV Bharat Odisha Team

Published : Oct 14, 2023, 4:33 PM IST

ଆସନ୍ତାକାଲି(ରବିବାର) ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ତେବେ ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ । ଜାଣନ୍ତୁ ସ୍ବାସ୍ଥ୍ୟ ଉପରେ କେଉଁ ପ୍ରଭାବ ପକାଏ ଦାଣ୍ଡିଆ

Navratri 2023
Navratri 2023

ହାଇଦ୍ରାବାଦ: ଭାରତରେ ଅନେକ ପରମ୍ପରା ରହିଛି । କୁହାଯାଏ ବାର ମାସରେ ତେର ପର୍ବ କରନ୍ତି ଭାରତୀୟ । ଭାରତରେ ପ୍ରତ୍ୟେକ ଦିନ ଖାସ ହୋଇଥାଏ । ପିତୃପକ୍ଷ ଶେଷ ହେବା ପରେ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ । 9 ଦିନ ଚାଲିବାକୁ ଥିବା ଏହି ପର୍ବରେ ଲୋକେ ମା' ଦୁର୍ଗାଙ୍କର 9 ରୂପକୁ ଆରଧନା କରିବେ । ବ୍ରତ ଉପବାସ କରିବେ ମା'ଙ୍କର ଆରଧନା କରିବେ । ସାରା ଦେଶରେ ଏହି 9 ଦିନ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୁଏ । ତେବେ ନବରାତ୍ରୀ ସାରା ଦେଶରେ ଧୁମଧାମରେ ପାଳନ କରାଯାଏ । କିନ୍ତୁ ଗୁଜୁରାଟରେ ଅଲଗା ମହତ୍ତ୍ବ ରହିଛି । ଏହି ସମୟ ମଧ୍ୟରେ ଦାଣ୍ଡିଆ ବିଶେଷ ଭାବରେ ପରିବେଷଣ କରାଯାଏ । ଦାଣ୍ଡିଆ ବିନା ଯେପରି ନବରାତ୍ରୀ ଅଧୁରା । ଦାଣ୍ଡିଆ ରାସ୍ ଏକ ପ୍ରକାର ଲୋକ ନୃତ୍ୟ, ଯାହାର ପରିବେଶଣ ପାଇଁ ସୁନ୍ଦର ଏବଂ ରଙ୍ଗୀନ ପାରମ୍ପାରିକ ପୋଷାକ ପିନ୍ଧନ୍ତି । ମଜାଳିଆ ଏବଂ ଉପଭୋଗ୍ୟ ବ୍ୟତୀତ ଏହି ନୃତ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଏହା ମଧ୍ୟ ପଢନ୍ତୁ: Benefits of Music: ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସଙ୍ଗୀତ, କମ ହୁଏ ଡିପ୍ରେସନ

ଶରୀର ଉପରେ କେଉଁ ପ୍ରଭାବ ପକାଏ ଦାଣ୍ଡିଆ:

  • ଓଜନ ନିୟନ୍ତ୍ରଣ: ଦାଣ୍ଡିଆ କରିବା ଦ୍ବାରା ସହଜରେ ଓଜନ ହ୍ରାସ ହୋଇଥାଏ ବୋଲି କୁହାଯାଇଛି । ଓଜନ ହ୍ରାସ କରିବା ପାଇଁ ଏହା ମୁଖ୍ୟ ବିକଳ୍ପ ବୋଲି କୁହାଯାଇଛି । ଦାଣ୍ଡିଆ କରିବା ଦ୍ବାରା କ୍ୟାଲୋରୀ ହ୍ରାସ ହୋଇଥାଏ । ପାର୍ବଣରେ ଫିଟ ରହିବା ପାଇଁ ଏହା ଏକ ଉତ୍ତମ ବିକଳ୍ପ ଅଟେ ।
  • ହୃଦୟକୁ ସୁସ୍ଥ ରଖେ: ଦାଣ୍ଡିଆ କେବଳ ମନକୁ ଖୁସି କରେ ନାହିଁ ବରଂ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ଦାଣ୍ଡିଆ ଏକ ଉତ୍ତମ ବ୍ୟାୟାମ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହା ଦ୍ବାରା ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ । ଏହାସହ କୋଷ ଗୁଡିକ ସଠିକ ସମୟରେ ଅମ୍ଳଜାନ ମିଳିଥାଏ । ଏହା ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
  • ଉତ୍ତମ ସମନ୍ୱୟ ଏବଂ ସନ୍ତୁଳନ: ଦାଣ୍ଡିଆ କେବଳ ଓଜନ ହ୍ରାସ କରିବାରେ କିମ୍ବା ହୃଦୟକୁ ସୁସ୍ଥ କରିବାରେ ସାହାଯ୍ୟ କରନ୍ତି ନାହିଁ ବରଂ ଏହା ଶରୀରରେ ସମନ୍ୱୟ ଏବଂ ସନ୍ତୁଳନକୁ ମଧ୍ୟ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଏହା ଉଭୟ ଶରୀର ଏବଂ ମନକୁ ଶକ୍ତିଶାଳୀ କରି ଶାରୀରିକ ଲାଭ ପ୍ରଦାନ କରିଥାଏ ।
  • ସ୍ଥିରତା: ଦାଣ୍ଡିଆ କରିବା କରିବା ଦ୍ବାରା ମାଂସପେଶୀ ଫ୍ଲେକ୍ସିବଲ ହୋଇଥାଏ । ଫଳରେ ମନରେ ସ୍ଥିରତା ଆସିଥାଏ । ଏହା ବ୍ୟତୀତ ଦାଣ୍ଡିଆ ମନବୋଳକୁ ଦୃଢ କରିବା ସହିତ ଶକ୍ତିଶାଳୀ କରାଇବାରେ ସାହାଯ୍ୟ କରିଥାଏ । ଫ୍ରେସ ଲାଗିବା ସହିତ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇଥାଏ ।
  • ମାନସିକ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ: ଶାରୀରିକ ସ୍ୱାସ୍ଥ୍ୟ ବ୍ୟତୀତ ଦାଣ୍ଡିଆ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ମନକୁ ଶାନ୍ତ ରଖିବା ସହିତ ମନୋବଳକୁ ଉନ୍ନତି କରିଥାଏ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.