ETV Bharat / sukhibhava

ହାର୍ଟ ସମସ୍ୟାର କାରଣ ହୋଇପାରେ Monkeypox

author img

By

Published : Sep 3, 2022, 4:37 PM IST

Monkeypox ହୃଦୟ ମାଂସପେଶୀ ପ୍ରଦାହ ସୃଷ୍ଟି କରିପାରେ !
Monkeypox ହୃଦୟ ମାଂସପେଶୀ ପ୍ରଦାହ ସୃଷ୍ଟି କରିପାରେ !

ମଙ୍କିପକ୍ସ ସଂକ୍ରମଣ କରିପାରେ ହୃଦ ସମସ୍ୟା (Monkeypox may cause heart muscle inflammation) । ପ୍ରଥମ ଥର ଜଣେ ବୟସ୍କ ପୁରୁଷଙ୍କ ଠାରେ myocarditis (ହୃଦୟ ମାଂସପେଶୀର ପ୍ରଦାହ) ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମଙ୍କିପକ୍ସ (Monkeypox)ରେ ସଂକ୍ରମିତ ଜଣେ 31 ବର୍ଷ ବୟସ୍କ ପୁରୁଷଙ୍କ ଠାରେ myocarditis (ହୃଦୟ ମାଂସପେଶୀର ପ୍ରଦାହ) ସମସ୍ୟା ଦେଖାଦେଇଛି । ମଙ୍କିପକ୍ସରେ ଆକ୍ରାନ୍ତ ହେବାର ଗୋଟିଏ ସପ୍ତାହ ପରେ ତାଙ୍କ ଠାରେ ଏହି ସମସ୍ୟା ଦେଖାଦେଇଥିବା ଅନୁସନ୍ଧାନକାରୀମାନେ କହିଛନ୍ତି । JACC: Case Reports ପତ୍ରିକାରେ ପ୍ରକାଶିତ ଏକ କେସ୍ ଷ୍ଟଡି ଅନୁଯାୟୀ, ସମ୍ପୃକ୍ତ ଯୁବକଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ଯେପରିକି ଅସୁସ୍ଥତା, ମାୟାଲଜିଆ (ମସଲ ଯନ୍ତ୍ରଣା), ଜ୍ୱର ଏବଂ ମୁହଁ, ହାତ ଓ ଯୌନାଙ୍ଗରେ ଏକାଧିକ ଫୁଲିଯିବା ପରି ଦେଖାଦେବାରୁ ସେ ପାଞ୍ଚ ଦିନ ପରେ କ୍ଲିନିକରେ ଦେଖାଇଥିଲେ ।

ଚର୍ମ କ୍ଷତର ଏକ PCR ସ୍ବାବ୍ ନମୁନା ପରୀକ୍ଷଣ ପରେ ତାଙ୍କୁ ମଙ୍କିପକ୍ସ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଥିଲା । ତିନି ଦିନ ପରେ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ମାୟୋକାର୍ଡାଇଟିସ୍ (Myocarditis) ପୂର୍ବରୁ ସ୍ମଲପକ୍ସ ସଂକ୍ରମଣ, ଅଧିକ ଆକ୍ରମଣାତ୍ମକ ଭୂତାଣୁ ସହ ଜଡିତ ଥିଲା । କେସ୍ ଷ୍ଟଡି ଲେଖକମାନେ କହିଛନ୍ତି ଯେ, ଏକ୍ସଟ୍ରାପୋଲେସନ୍ ଦ୍ବାରା ମଙ୍କିପକ୍ସ ଭୂତାଣୁ ମାୟୋକାର୍ଡିଆମ୍ ଟିସୁ ପାଇଁ ଟ୍ରପଜିମ୍ ହୋଇପାରେ କିମ୍ବା ହୃଦୟରେ immune-mediated କ୍ଷତ ସୃଷ୍ଟି କରିପାରେ ।

JACC: କେସ୍ ରିପୋର୍ଟର ମୁଖ୍ୟ ସମ୍ପାଦକ ଜୁଲିଆ ଗ୍ରାପ୍ସା(Julia Grapsa) କହିଛନ୍ତି, "ଏହି ଗୁରୁତ୍ୱପୂର୍ଣ୍ଣ କେସ୍ ଷ୍ଟଡି ମାଧ୍ୟମରେ ଆମେ ମଙ୍କିପକ୍ସ, ଭାଇରାଲ୍ ମାୟୋକାର୍ଡାଇଟିସ୍ ଏବଂ କିପରି ଏହି ରୋଗର ସଠିକ୍ ନିରାକରଣ ଏବଂ ପରିଚାଳନା କରାଯାଇପାରିବ ସେ ସମ୍ବନ୍ଧରେ ଏକ ଗଭୀର ବୁଝାମଣା ବିକାଶ କରୁଛୁ ।" ସେ ପୁଣି କହିଛନ୍ତି, "ଏହି ଅଧ୍ୟୟନର ଲେଖକମାନେ ମାୟୋକାର୍ଡାଇଟିସ୍ ରୋଗର ନିରାକରଣରେ ସାହାଯ୍ୟ କରିବା ପାଇଁ ସିଏମଆର ମ୍ୟାପିଙ୍ଗ୍ (CMR mapping) ଏବଂ ଏକ ବିସ୍ତୃତ ଇମେଜିଙ୍ଗ୍ ଟୁଲ୍ ବ୍ୟବହାର କରିଛନ୍ତି ।"

ରୋଗୀ ଉପରେ କରାଯାଇଥିବା କାର୍ଡିଆକ୍ ମ୍ୟାଗ୍ନେଟିକ୍ ରିଜୋନାନ୍ସ (CMR) ଅଧ୍ୟୟନର ଫଳାଫଳ ମାୟୋକାର୍ଡିଆଲ୍ ଇନଫ୍ଲାମେସନ ଏବଂ ତୀବ୍ର ମାୟୋକାର୍ଡାଇଟିସ୍ ରୋଗର ନିରାକରଣ ସହିତ ସମାନ ଥିଲା । ପର୍ତ୍ତୁଗାଲର ସାଓ ଜୋୟୋ ୟୁନିଭରସିଟି ହସପିଟାଲ୍ ସେଣ୍ଟରର ହୃଦ୍‌ରୋଗ ବିଭାଗର ଆନା ଇସାବେଲ୍ ପିନ୍‌ହୋ(Ana Isabel Pinho) କହିଛନ୍ତି ଯେ, ଏହି ମାମଲା ମଙ୍କିପକ୍ସ ସଂକ୍ରମଣ ସହିତ ଜଡିତ ଏକ ଜଟିଳତା ଭାବରେ ହୃଦ୍‌ରୋଗକୁ ଦର୍ଶାଉଛି ।

ପିନ୍‌ହୋ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବିଶ୍ବାସ କରୁ ଯେ, ଏହି ସମ୍ଭାବ୍ୟ କାରଣ ସମ୍ପର୍କ ବିଷୟରେ ରିପୋର୍ଟ କରିବା ବୈଜ୍ଞାନିକ ସମ୍ପ୍ରଦାୟ ତଥା ମାୟୋକାର୍ଡାଇଟିସ୍ ସ୍ବାସ୍ଥ୍ୟ ପାଇଁ ବୃତ୍ତିଗତଙ୍କ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିପାରିବ । ଲେଖକମାନେ କହିଛନ୍ତି ଯେ ମଙ୍କିପକ୍ସ, ହୃଦ ସମସ୍ୟା ସହ ଜଡିତ କି ନୁହେଁ ତାହା ଚିହ୍ନଟ କରିବା ପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ ।

ମଙ୍କିପକ୍ସ ଘା' ବା କ୍ଷତ, ଶରୀରର ତରଳ ପଦାର୍ଥ କିମ୍ବା Respiratory Droplets ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଏଥିସହ କୁଣ୍ଡିଆ, ଜ୍ୱର, ଥଣ୍ଡା, ଫୁଲିଯାଇଥିବା ଲିମ୍ଫ ନୋଡ, ଶ୍ୱାସକ୍ରିୟା ଲକ୍ଷଣ ଏବଂ ମାଂସପେଶୀ ଯନ୍ତ୍ରଣା ମଧ୍ୟ ହୋଇପାରେ । ଅଧିକାଂଶ ସଂକ୍ରମଣ ସାମାନ୍ୟ, ଏବଂ ଲକ୍ଷଣ ଦୁଇରୁ ଚାରି ସପ୍ତାହ ମଧ୍ୟରେ ରହିପାରେ । ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ 50,000 ରୁ ଅଧିକ ମଙ୍କିପକ୍ସ ମାମଲା ରେକର୍ଡ କରାଯାଇଛି ଏବଂ ଚଳିତ ବର୍ଷ 16 ଜଣଙ୍କର ମୃତ୍ୟୁ ଘଟିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.