ETV Bharat / sukhibhava

Dengue: ଡେଙ୍ଗୁଠୁ ଛୁଆକୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି କି, ଆପଣାନ୍ତୁ ଏହ ଟିପ୍ସ

author img

By

Published : Aug 3, 2023, 1:58 PM IST

ଡେଙ୍ଗୁକୁ ନେଇ ଚିନ୍ତିତ ରହିଛନ୍ତି କି ? ଡେଙ୍ଗୁ ଠାରୁ ଛୁଆକୁ ଦୂରେଇ ରଖିବା ପାଇଁ ଚାହୁଁଥିଲେ ଏହି ଟିପ୍ସ ଆପଣାନ୍ତୁ

dengue Prevention
dengue Prevention

ହାଇଦ୍ରାବାଦ: ବର୍ଷା ଋତୁରେ ମଶାଙ୍କର ଅଧିକ ବଂଶବୃଦ୍ଧି ହୋଇଥାଏ । ଚଳିତ ବର୍ଷ ମୌସୁମୀ ଆସି ସାରିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଡେଙ୍ଗୁ ମଶା କାମୁଡିବା ଦ୍ବାରା ହେଉଥିବା ବେଳେ ଏହା ଏକ ସାଂଘାତିକ ରୋଗ ଅଟେ । ଚଳିତ ବର୍ଷ ଭାରତରେ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ଷା ଯୋଗୁଁ ରାସ୍ତା ଘାଟରେ ପାଣି ଥମୁଥିବା କାରଣରୁ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି ରୋଗରେ ଆକ୍ରାନ୍ତ ହେଲା ପରେ ଶରୀରର ପ୍ଲେଟଲେଟ୍ ଖୁବଶୀଘ୍ର କମିବା ଆରମ୍ଭ ହୋଇଥାଏ । ଏଭଳି ପରିସ୍ଥିତିରେ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଛୁଆଙ୍କ କ୍ଷେତ୍ରରେ ଏହା ସାଂଘାତିକ ହୋଇପାରେ । ତେବେ ଜାଣନ୍ତୁ ଡେଙ୍ଗୁ ହେବାରୁ ଛୁଆଙ୍କୁ କିପରି ରକ୍ଷା କରିବେ ।

Remove mosquito breeding sites
Remove mosquito breeding sites

ମଶା ପ୍ରଜନନ ସ୍ଥାନକୁ ସଫା କରନ୍ତୁ: ମଶାମାନେ ଦୂଷିତ ପାଣିରେ ପ୍ରଜନନ କରନ୍ତି । ଘରେ ପାଖରେ ଜମି ରହିଥିବା ବେଳେ ପାଣିରେ ମଶାମାନେ ବଂଶବୃଦ୍ଧି କରିଥାଆନ୍ତି । ତେଣୁ ଫୁଲ ହାଣ୍ଡି, ବାଲ୍ଟି, ପୁରୁଣା ଟାୟାର ଏବଂ ଅନ୍ୟାନ୍ୟ ବସ୍ତୁ ପରି ନିୟମିତ ଜଳ ପାତ୍ର ଗୁଡିକର ଜଳକୁ ଖାଲି କରନ୍ତୁ ନଚେତ ପ୍ରତ୍ୟେକ ଦିନ ପାଣିକୁ ଖାଲି କରି ପୁଣି ପାଣି ଭର୍ତ୍ତି କରନ୍ତୁ । ମଶାମାନେ ଆବର୍ଜନା ଏବଂ ମଇଳା ପ୍ରତି ଆକର୍ଷିତ ହୁଅନ୍ତି, ବାସସ୍ଥାନକୁ ସଫା ରଖନ୍ତୁ ।

Use mosquito repellent
Use mosquito repellent

ମଶା ଘଉଡାଇବା ପାଇଁ କ୍ରିମ ବ୍ୟବହାର କରନ୍ତୁ: ଆଜିକାଲି ବଜାରରେ ମଶା ଘଉଡାଇବା ପାଇଁ କ୍ରିମ ମିଳୁଛି । ଖୋଲା ଚର୍ମ ଏବଂ ପୋଷାକ ଉପରେ ଏହି କ୍ରିମକୁ ବ୍ୟବହାର କରନ୍ତୁ । ବୟସ ଅନୁସାରେ ଏହି କ୍ରିମ ଲଗାନ୍ତୁ । କ୍ରିମକୁ ବ୍ୟବହାର କରିବା ପୂର୍ବରୁ ଡବା ଉପରେ ଲେଖାଯାଇଥିବା ବିବରଣୀକୁ ଭଲଭାବେ ପଢନ୍ତୁ ।

Dengue awareness
Dengue awareness

ଡେଙ୍ଗୁକୁ ନେଇ ସଚେତନତା: ଡେଙ୍ଗୁର କାରଣ ଏବଂ ଭୟାଭୟତା ବିଷୟରେ ସଚେତନ ରହିବା ଆବଶ୍ୟକ । ଏନେଇ ଅନେକ ସଚେତନମୂଳକ କାର୍ଯ୍ୟକ୍ରମର ମଧ୍ୟ ଆବଶ୍ୟକତା ରହିଛି । ନିୟମିତ ବର୍ଜ୍ୟବସ୍ତୁ ସଂଗ୍ରହର ଆୟୋଜନ ଏବଂ ସର୍ବସାଧାରଣ ସ୍ଥାନ ଗୁଡିକ ସଫା ରଖିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ପରାମର୍ଶ ଦେବା ଆବଶ୍ୟକ । ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଡେଙ୍ଗୁ ଜ୍ୱରର କାରଣ ଜାଣନ୍ତୁ । ଏହାରୁ ପ୍ରତିରୋଧ କରିବାର ଉପାୟ ମଧ୍ୟ ଜାଣନ୍ତୁ ।

Mosquito nets
Mosquito nets

ମଶାରୀ: ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରିବା ଉଚିତ । ଶୋଇବା ସମୟରେ ବିଛଣା ଚାରିପଟେ ମଶାରି ଦେଇ ଶୁଅନ୍ତୁ । ଏହାସହ ଘରର କବାଟ ଏବଂ ଝରକାରେ ମଧ୍ୟ ଜାଲି ବ୍ୟବହାର କରନ୍ତୁ ।

Clothing for protection
Clothing for protection

ମଶା ପାଇଁ ବସ୍ତ୍ର: ଯେତେବେଳେ ଛୁଆମାନେ ବାହାରକୁ ଯାଆନ୍ତି ସେତେବେଳେ ହାତ ଗୋଡ ଘୋଡେଇ ହେଲା ଭଳି ବସ୍ତ୍ର ଦିଅନ୍ତୁ । ଏହାସହ ମୋଜା ଏବଂ ଜୋତା ପିନ୍ଧିବାକୁ କୁହନ୍ତୁ । ରାତିରେ ମଶାଙ୍କ ପ୍ରାଦୁର୍ଭାବ ଅଧିକ କାରଣରୁ ରାତିରେ ମଧ୍ୟ ଶରୀରକୁ ଘୋଡାଇ ଶୁଅନ୍ତୁ ।

  1. ଏହା ମଧ୍ୟ ପଢନ୍ତୁ: Dengue Prevention Tips: କାୟା ବିସ୍ତାର କରୁଛି ଡେଙ୍ଗୁ, ଜାଣନ୍ତୁ ବର୍ତ୍ତିବାର ଉପାୟ
  2. ଏହା ମଧ୍ୟ ପଢନ୍ତୁ: ଡେଙ୍ଗୁ ପାଇଁ ପ୍ଲେଟଲେଟ କମିଯାଉଛି କି, ଏହି ଖାଦ୍ୟ ରାମବାଣ ପରି କାମ କରିବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.