ETV Bharat / sukhibhava

ଫୁସ୍‌ଫୁସ୍‌ କର୍କଟକୁ ମାତ୍ ଦେବା ପାଇଁ ଅସ୍ତ୍ର ଭାବେ କାମ କରୁଛି ସ୍କ୍ରିନିଂ !

author img

By

Published : Nov 23, 2022, 12:41 PM IST

ଫୁସ୍‌ଫୁସ୍‌ କର୍କଟକୁ ମାତ୍ ଦେବା ପାଇଁ ଅସ୍ତ୍ର ଭାବେ କାମ କରୁଛି ସ୍କ୍ରିନିଂ !
ଫୁସ୍‌ଫୁସ୍‌ କର୍କଟକୁ ମାତ୍ ଦେବା ପାଇଁ ଅସ୍ତ୍ର ଭାବେ କାମ କରୁଛି ସ୍କ୍ରିନିଂ !

ନୂତନ ଅନୁସନ୍ଧାନ ଅନୁସାରେ ସ୍କ୍ରିନିଂ ଦ୍ବାରା ଲଙ୍ଗ୍ କ୍ୟାନ୍ସର ସର୍ଭାଇଭାଲ୍ ରେଟ୍ ବୃଦ୍ଧି ପାଇଛି(Lung cancer screening helps to increase survival rate of cancer patients) । ପ୍ରାଥମିକ ଲକ୍ଷଣ ଥିଲେ ଆଦୌ ଅବହେଳା ନ କରିବାକୁ ବିଶେଷଜ୍ଞଙ୍କ ଆହ୍ବାନ । ଅଧିକ ପଢନ୍ତୁ

ନ୍ୟୁୟର୍କ: ବିଗତ 20 ବର୍ଷ ମଧ୍ୟରେ ଲଙ୍ଗ୍ କ୍ୟାନ୍ସର ରୋଗୀଙ୍କ ବଞ୍ଚିବାର ହାର(survival rate) ବୃଦ୍ଧି ପାଇଛି । ଲୋ-ଡୋଜ୍ କମ୍ପ୍ୟୁଟେଡ୍ ଟୋମୋଗ୍ରାଫି (Computed Tomography, CT) ସ୍କ୍ରିନିଂ ଦ୍ବାରା ରୋଗର ପ୍ରାଥମିକ ଷ୍ଟେଜ୍ ଚିହ୍ନଟ ହେବା ପର ଠାରୁ ଏହି ସଫଳତା ମିଳିଥିବା ଉତ୍ତର ଆମେରିକାର ରେଡିଓଲୋଜିକାଲ୍ ସୋସାଇଟିର ବାର୍ଷିକ ବୈଠକରେ ସାଇନା ମାଉଣ୍ଟ ଅନୁସନ୍ଧାନକାରୀ କହିଛନ୍ତି । ସେମାନେ କହିଛନ୍ତି ଯେ, ସ୍କ୍ରିନିଂ ଦ୍ବାରା ଲଙ୍ଗ୍ କ୍ୟାନ୍ସର ସର୍ଭାଇଭାଲ୍ ରେଟ୍ ବୃଦ୍ଧି ପାଇଛି(Lung cancer screening helps to increase survival rate of cancer patients) ।

ଅନୁସନ୍ଧାନକାରୀ କହିଛନ୍ତି ଯେ, CT ସ୍କ୍ରିନିଂ ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଫୁସଫୁସ କର୍କଟ ରୋଗର ଲକ୍ଷଣ ଚିହ୍ନଟ ହେବା ପରଠାରୁ ଗତ 20 ବର୍ଷ ମଧ୍ୟରେ ସର୍ଭାଇଭାଲ୍ ରେଟ୍ 80 ପ୍ରତିଶତ ରହିଛି । ସମସ୍ତ ଫୁସଫୁସ କର୍କଟ ରୋଗୀଙ୍କ ପାଇଁ ହାରାହାରି ପାଞ୍ଚ ବର୍ଷ ବଞ୍ଚିବାର ହାର 18.6 ପ୍ରତିଶତ, କାରଣ ଫୁସଫୁସ କର୍କଟର ମାତ୍ର 16 ପ୍ରତିଶତ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ରୋଗ ନିର୍ଣ୍ଣୟ ହେବାର ଗୋଟିଏ ବର୍ଷ ମଧ୍ୟରେ ପ୍ରାଣ ହରାନ୍ତି ।

ଲକ୍ଷଣ ଦେଖାଯିବା ବେଳକୁ ପ୍ରାୟତଃ ବିଳମ୍ବ ହୋଇଯାଇଥାଏ । ଫଳରେ ରୋଗୀଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡେ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ କର୍କଟ ଚିହ୍ନଟ କରିବାରେ, ସ୍କ୍ରିନିଂ ବେଶ୍ ପ୍ରଭାବୀ ବୋଲି ଅନୁସନ୍ଧାନକାରୀ କହିଛନ୍ତି । ମାତ୍ର ଦୁର୍ଭାଗ୍ୟବଶତଃ ଏହି ସୁବିଧା ମାତ୍ର 6 ପ୍ରତିଶତରୁ କମ୍ ଲୋକଙ୍କ ପାଖରେ ପହଞ୍ଚିଥାଏ ।

ଅଧ୍ୟୟନର ମୁଖ୍ୟ ଲେଖକ କ୍ଲାଉଡି ହେନ୍ସକେ କହିଛନ୍ତି ଯେ, ସ୍କ୍ରିନିଂ କର୍କଟକୁ ମାତ୍ ଦେଇନଥାଏ, କିନ୍ତୁ ଏହା ଫୁସଫୁସ କର୍କଟକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ । ଯଦି ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ ହୋଇପାରେ ତେବେ ନିଶ୍ଚିତ ରୂପେ ଏହାକୁ ମାତ୍ ଦେଇ ହେବ । ତେଣୁ ସତର୍କ ରହିବା ସହ ସାମାନ୍ୟ ଲକ୍ଷଣ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବାକୁ କ୍ଲାଉଡି ଆହ୍ବାନ କରିଛନ୍ତି ।

ତେବେ ଫୁସଫୁସ କର୍କଟ ରୋଗର ପ୍ରାରମ୍ଭିକ ଅବସ୍ଥାରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଇପାରେ(Lung cancer Symptoms)

  • ସ୍ଥାୟୀ କାଶ
  • ନିଶ୍ୱାସ ନେବାରେ ଅସୁବିଧା
  • କଣ୍ଠସ୍ବର ବସିଯିବା
  • ଛାତି ଏବଂ ପେଟ ଯନ୍ତ୍ରଣା
  • କାଶରେ ରକ୍ତ
  • ଓଜନ ହ୍ରାସ
  • ହାଡ ଯନ୍ତ୍ରଣା
  • ମୁଣ୍ଡବିନ୍ଧା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.