ETV Bharat / sukhibhava

ରିସର୍ଚ୍ଚ: ସୋସିଆଲ ମିଡିଆରେ କମ ସମୟ ବିତାଇଲେ, ସୁସ୍ଥ ରହିବ ମାନସିକ ସ୍ବାସ୍ଥ୍ୟ

author img

By ETV Bharat Odisha Team

Published : Dec 18, 2023, 12:45 PM IST

Effect Of Social Media On Health: ସୋସିଆଲ ମିଡିଆରେ ଉପଯୋଗ କରୁଥିବା ସମୟରୁ ମାତ୍ର 30 ମିନିଟ କମ କରିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ଉପରେ ପଡିବ ସୁପ୍ରଭାବ। ଅଧିକ ପଢ଼ନ୍ତୁ

Social Media Study
Social Media Study

ହାଇଦ୍ରାବାଦ: ଆଜିକା ଡିଜିଟାଲ ଯୁଗରେ ବୃଦ୍ଧି ପାଉଛି ସୋସିଆଲ ମିଡିଆର ବ୍ୟବହାର । ବିଶେଷକରି ଯୁବପିଢ଼ି ଏବଂ ଛୁଆ ମଧ୍ୟ ଏବେ ସୋସିଆଲ ମିଡିଆ କବଳରେ । ତେବେ ଏହାରା ପ୍ରଭାବ ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଥିବା ନେଇ ଅଭିଭାବକଙ୍କ ପାଇଁ ଏକ ଚିନ୍ତାର ବିଷୟ ସାଜିଥିବା ବେଳେ ନିକଟରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶିତ ହୋଇଛି । ପ୍ରତିଦିନ ସୋସିଆଲ ମିଡିଆ ଉପଯୋଗ 30 ମିନିଟ କମ କରିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିବା ସହିତ ଚାକିରିରେ ସନ୍ତୁଷ୍ଟତା ବୃଦ୍ଧି ପାଇବ ବୋଲି ଏକ ଅଧ୍ୟୟନରେ କୁହାଯାଇଛି ।

ଆଜିକା ସମୟରେ ସୋସିଆଲ ମିଡିଆ ଅନେକ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯେତେବେଳେ ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ ନଥାନ୍ତି ସେତେବେଳେ ନେଟ୍‌ୱାର୍କ୍‌ରେ ଘଟୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ହରାଇବାର ଭୟ ରହିଥାଏ। ଏହାକୁ ଫିଅର ଅଫ୍ ମିସିଂ ଆଉଟ୍ (FOMO) ମଧ୍ୟ କୁହାଯାଏ ।

ଜର୍ମାନୀର ରୁହର ୟୁନିଭରସିଟି ବୋଚୁମର ସ୍ବାସ୍ଥ୍ୟ ଅନୁସନ୍ଧାନ ଏବଂ ଉପଚାର କେନ୍ଦ୍ରର ଆସୋସିଏଟ ପ୍ରଫେସର ଜୁଲି ବ୍ରଏଲୋଭସକିଆ କହିଛନ୍ତି, "ଆମେ ସନ୍ଦେହ କରୁଛି କି ଲୋକେ ସକରାତ୍ମକ ଭାବନା ଉତ୍ପନ କରିବା ପାଇଁ ସୋସିଆଲ ନେଟଓ୍ବାର୍କର ବ୍ୟବହାର କରିଥାଆନ୍ତି । ଯତେବେଳେ ଦୈନନ୍ଦିନ ଏବଂ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇଥାଏ, ସେତେବେଳେ ବ୍ୟକ୍ତି ସୋସିଆଲ ମିଡିଆର ଆବଶ୍ୟକତାକୁ ଖୋଜି ଥାଆନ୍ତି ।

ଅତିରିକ୍ତ ଭାବେ ଲିଙ୍କ୍‌ଡିନ୍‌ ପରି ପ୍ଲାଟଫର୍ମ ନୂଆ ଚାକିରି ଖୋଜିବା ପାଇଁ ଯୁବପିଢ଼ିଙ୍କୁ ସୁଯୋଗ ପ୍ରଦାନ କରିଥାଏ । ନୂଆ ଚାକିରି ଦ୍ବାରା ଏହା ମନୋବଳକୁ ମଧ୍ୟ ଦୃଢ଼ କରିଥାଏ। କିନ୍ତୁ ଦୀର୍ଘ ସମୟ ଧରି ସୋସିଆଲ ମିଡିଆରେ ସମୟ ଅତିବାହିତ କରିବା ଦ୍ବାରା ଏହା ବିପରିତ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଯୁବପିଢିଙ୍କୁ ଡିପ୍ରେସନର ରାସ୍ତା ଦେଖାଉଛି ସୋସିଆଲ ମିଡିଆ ପ୍ରେମ: ମନସ୍ତତ୍ତ୍ବବିତ୍

ବିହେବିୟର ଏବଂ ଇନ୍‌ଫରମେସନ ଟେକ୍ନୋଲୋଜି ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଏହି ସମ୍ବନ୍ଧ ବିଷୟରେ ଅନୁଧ୍ୟାନ କରିବା ପାଇଁ ଟିମ୍‌ ଏକ ଅଧ୍ୟୟନ ଆରମ୍ଭ କରିଥିଲା । ଏଥିରେ 166 ଲୋକଙ୍କୁ ସାମିଲ କରାଯାଇଥିଲା । ସମସ୍ତେ ପାର୍ଟ ଟାଇମ କିମ୍ବା ଫୁଲ୍‌ ଟାଇମ୍‌ କାର୍ଯ୍ୟ କରୁଥିଲେ । ଏହା ସହିତ ଅବକାଶ ସମୟରେ ପ୍ରତିଦିନ ସୋସିଆଲ ମିଡିଆରେ 35 ମିନିଟ୍‌ ସମୟ ଅତିବାହିତ କରୁଥିଲେ ।

ଏହାପରେ ଅଂଶଗ୍ରହଣକାରୀଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗୋଷ୍ଠୀ ସେମାନଙ୍କର ସୋସିଆଲ ମିଡିଆ ଅଭ୍ୟାସରେ ପରିବର୍ତ୍ତନ କରିନଥିଲେ । ଦ୍ବିତୀୟ ଗୋଷ୍ଠୀ ସୋସିଆଲ ମିଡିଆରେ ଅତିବାହିତ କରୁଥିବା ସମୟକୁ 30 ମିନିଟ ପର୍ଯ୍ୟନ୍ତ ହ୍ରାସ କରିଥିଲେ ।

ବ୍ରଏଲୋଭସକିଆ କହିଛନ୍ତି, "ଅଧ୍ୟୟନରେ ଆମେ ଜାଣିବାକୁ ପାଇଲୁ ଯେ, ଯେଉଁ ବ୍ୟକ୍ତି ସୋସିଆଲ ମିଡିଆରେ ଉପଯୋଗ କରୁଥିବା ସମୟରୁ 30 ମିନିଟ କମ ସମୟ ବିତାଇଲେ ସେମାନଙ୍କର ମାନସିକ ସ୍ବାସ୍ଥ୍ଯରେ ଉନ୍ନତି ଆସିବା ସହିତ ଚାକିରିରେ ମଧ୍ୟ ସନ୍ତୁଷ୍ଟି ପାଇଥିଲେ । ଏହାସହ କାର୍ଯ୍ୟଭାର କମ ବୋଲି ଅନୁଭବ କରିବା ସହିତ FOMOକୁ ନେଇ ତାଙ୍କର ବୁଝାମଣା ମଧ୍ୟ ହ୍ରାସ ପାଇଥିଲା । ଅଧ୍ୟୟନ ପରେ ଏହାର ପ୍ରଭାବ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥିଲା ଏବଂ କେତେକ କ୍ଷେତ୍ରରେ ଏହାର ଅବଧି ମଧ୍ୟ ବୃଦ୍ଧି ପାଇଥିଲା । ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ, ସୋସିଆଲ ମିଡିଆର ବ୍ୟବହାରକୁ ହ୍ରାସ କରି ଦୈନନ୍ଦିନ କାର୍ଯ୍ୟକୁ ବୃଦ୍ଧି କରିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.