ETV Bharat / sukhibhava

ଏହି ସବୁ ଲକ୍ଷଣ କରିଥାଏ ଡିହାଇଡ୍ରେସନ୍, ଆଦୌ କରନ୍ତୁନି ଅବହେଳା

author img

By

Published : Apr 28, 2023, 5:44 PM IST

ଗ୍ରୀଷ୍ମଋତୁରେ ଅଧିକ ଡିହାଇଡ୍ରେସନ୍ ସମସ୍ୟା ଦେଖାଯାଏ । ବେଳେବେଳେ ଏହି ସମସ୍ୟା ହୃଦ୍‌ଘାତ ମଧ୍ୟ କରିପାରେ । ପ୍ରାରମ୍ଭିକ ପର୍ଯ୍ୟାୟରୁ କିପରି ଲକ୍ଷଣ ଜାଣିବେ, ଜାଣନ୍ତୁ...

Etv Bharat
Etv Bharat

ହାଇଦ୍ରାବାଦ: ଶରୀରରେ ଜଳୀୟଅଂଶର ଅଭାବକୁ ଡିହାଇଡ୍ରେସନ୍ କୁହାଯାଏ । ମାନବ ଶରୀର 70 ପ୍ରତିଶତରୁ ଅଧିକ ତରଳ ପଦାର୍ଥରେ ଗଠିତ । ସେଥିପାଇଁ ଆମ ଶରୀର ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଅଧିକାଂଶ ଲୋକଙ୍କର ଜଳ ଅଭାବ କାରଣରୁ ନାନା ସମସ୍ୟା ସୃଷ୍ଟିହୁଏ । ଗ୍ରୀଷ୍ମଦିନରେ ବିଶେଷ କରି ଡିହାଇଡ୍ରେସନ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ସାଧାରଣ ହେଲେ ମଧ୍ୟ ବେଳେବେଳେ ଗମ୍ଭୀର କରିପାରେ ।

ସଠିକ୍ ସମୟରେ ଡିହାଇଡ୍ରେସନ୍ ଲକ୍ଷଣ ଚିହ୍ନଟ ନହେଲେ ହୃଦଘାତ ହୋଇପାରେ । କାରଣ ଜଳର ଅଭାବ କାରଣରୁ ସ୍ନାୟୁ ଟିସୁ ଏବଂ ଧମନୀ ସଂକୁଚିତ ହୋଇଯାଏ, ଯେଉଁ କାରଣରୁ ହୃତପିଣ୍ଡ ସ୍ପନ୍ଦନ ଅନୁଯାୟୀ ରକ୍ତ ପ୍ରବାହ ବଢିଥାଏ ଏବଂ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ । ଫଳରେ ହୃଦ୍‌ଘାତ ବିପଦ ବଢିଯାଏ । ତେଣୁ ଡିହାଇଡ୍ରେସନ୍ ଲକ୍ଷଣ କଣ, ସମସ୍ତ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସମାନ କି ନୁହେଁ, ଜାଣନ୍ତୁ...

  • ଡିହାଇଡ୍ରେସନ୍ ହେଲେ ପ୍ରଥମେ ପରିସ୍ରା ରଙ୍ଗର ପରିବର୍ତ୍ତନ ଘଟେ । ପରିସ୍ରା ରଙ୍ଗ ହଳଦିଆ ହେବା ଆରମ୍ଭ କରେ ।
  • ପ୍ରାରମ୍ଭରେ ପରିସ୍ରାର ରଙ୍ଗ ହାଲୁକା ହଳଦିଆ କିନ୍ତୁ ଯଦି ଡିହାଇଡ୍ରେସନ୍ ସ୍ତର ବଢିଯାଏ ତେବେ ରଙ୍ଗ ଗାଢ ହଳଦିଆ ହୋଇଯାଏ ଏବଂ ପରିସ୍ରା ଫ୍ରିକ୍ୱେନ୍ସି ମଧ୍ୟ ବଦଳିଯାଏ ।
  • ଡିହାଇଡ୍ରେସନ୍‌ରେ ବାରମ୍ବାର ପରିସ୍ରା ଲାଗେ, କିନ୍ତୁ ମୂତ୍ର କ୍ଷରଣ ସ୍ବଳ୍ପ ହୋଇଥାଏ ।
  • ସ୍ବଳ୍ପ ମୂତ୍ର ସାଙ୍ଗକୁ ଜ୍ବଳନ ଭଳି ସମସ୍ୟା ମଧ୍ୟ ହୋଇପାରେ

ଏହା ମଧ୍ୟ ପଢନ୍ତୁ:- କେବଳ କେଶ କି ଚର୍ମ ନୁହେଁ ପାକସ୍ଥଳୀ ପାଇଁ ମଧ୍ୟ ଉପକାରୀ ଆଲୋଭେରା

ଡିହାଇଡ୍ରେସନ୍ କିପରି ଏଡାଇ ହେବ

  • ପାନୀୟ ଜଳ ଡିହାଇଡ୍ରେସନକୁ ଏଡାଇବାରେ ସର୍ବୋତ୍ତମ ଉପାୟ । ତେଣୁ ପ୍ରତିଦିନ 7ରୁ 8 ଗ୍ଲାସ୍ ପାଣି ପିଇବା ଜରୁରୀ ।
  • ଅଧିକ ପାଣି ପିଇବା ବ୍ୟତୀତ ଅପରାହ୍ନରେ ଗୋଟିଏ ପାତ୍ର ଦହି ଖାଇବାକୁ ପଡିବ ଏବଂ ସକାଳେ କିମ୍ବା ରାତିରେ ଏକ ଗ୍ଲାସ୍ କ୍ଷୀର ପିଇବାକୁ ପଡିବ ।
  • ଯଦି ଲାକ୍ଟୋଜ୍ ସହିତ କିଛି ସମସ୍ୟା ଅଛି, ଯଦି ଆପଣ କ୍ଷୀରକୁ ପସନ୍ଦ କରନ୍ତି ନାହିଁ, ତେବେ ନିଶ୍ଚିତ ଭାବରେ ଲସି କିମ୍ବା ବଟରମିଲ୍କ ନିଅନ୍ତୁ ।
  • ପ୍ରତିଦିନ କାକୁଡି, ତରଭୁଜ ପରି ଥଣ୍ଡା ଫଳ ଖାଆନ୍ତୁ ।
  • ପ୍ରତିଦିନ ଏକ ଗ୍ଲାସ ବେଲ ପଣା ପିଅନ୍ତୁ । ବେଲ ପଣା ହାଇଡ୍ରେଟ୍ ରଖିବା ସହ ଗ୍ରୀଷ୍ମଋତୁରେ ମନକୁ ଶାନ୍ତ ରଖିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.