ETV Bharat / sukhibhava

​Iron Deficiency In Kids: ଜାଣନ୍ତୁ ପିଲାମାନଙ୍କ ଆଇରନ୍ ଅଭାବର ଲକ୍ଷଣ ଓ ନିରାକରଣ

author img

By

Published : Jan 20, 2023, 9:10 PM IST

ଏହିସବୁ ଲକ୍ଷଣ ଥିଲେ ପିଲାମାନଙ୍କଠାରେ ଆଇରନ୍‌ର ଅଭାବ ହୋଇଥାଏ । କେମିତି କରିବେ ଚିକିତ୍ସା, ଜାଣନ୍ତୁ

A Girl eating food
A Girl eating food

ହାଇଦ୍ରାବାଦ: ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ, ସେମାନଙ୍କର ପିଲା ସୁସ୍ଥ ରୁହନ୍ତୁ । କିନ୍ତୁ ପ୍ରାୟତଃ ପିଲାମାନଙ୍କୁ ସର୍ବଦା ବିଭିନ୍ନ ପ୍ରକାରର ରୋଗ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କ ସ୍ବାସ୍ଥ୍ୟରେ ଅବନ୍ନୋତି ସାଙ୍ଗକୁ ପାଠପଢା ମଧ୍ୟ ବ୍ୟାହାତ ହୋଇଥାଏ । ତେଣୁ ପିଲାଟି ବେଳୁ ସେମାନଙ୍କ ଯତ୍ନ ନେବା ଆବଶ୍ୟକ । ପିଲାମାନଙ୍କଠାରେ ଦେଖାଯାଉଥିବା ସମସ୍ୟା ମଧ୍ୟରେ ଆଇରନ୍ ବା ଲୌହ ଅଭାବ ଅନ୍ୟତମ । ତେଣୁ ପିଲାମାଙ୍କର ଆଇରନ୍‌ର ଅଭାବ ଅଛି, ଜାଣିବେ କେମିତି...? ପଢନ୍ତୁ ଏହି ରିପୋର୍ଟ..

ଆଇରନ୍‌ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଶରୀରର ଲୌହ ଅଭାବ ହେଲେ ପିଲାମାନେ ଅନେକ ରୋଗର ଶିକାର ହୋଇପାରନ୍ତି । ବିଶେଷଜ୍ଞମାନେ କହନ୍ତି ଯେ, ପିଲାମାନଙ୍କୁ ଲୌହା ଅଭାବରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସବୁଜ ପତ୍ରଯୁକ୍ତ ପନିପରିବା, ଶୁଖିଲା ଫଳ ଖାଇବାକୁ ଦେବା ଉଚିତ୍ । ଆଇରନ୍ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯାହା ଶରୀରର ବିକାଶ ପାଇଁ ନିହାତି ଆବଶ୍ୟକ । ଯଦି ପିଲାଟି ପାଖରେ ଲୌହର ଅଭାବ ଥାଏ, ତେବେ ସେ ରକ୍ତହୀନତାର ଶିକାର ମଧ୍ୟ ହୋଇପାରେ ।

ବିଶେଷଜ୍ଞମାନେ କହନ୍ତି ଯେ, ଲୌହ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଶକ୍ତି ଯୋଗାଇଥାଏ । ମାତ୍ର ଶରୀର ନିଜେ ଆଇରନ୍ ତିଆରି କରିପାରେ ନାହିଁ । ତେଣୁ ଏହା ଖାଦ୍ୟ ଦ୍ୱାରା ପ୍ରାପ୍ତ ହୋଇଥାଏ । ଯଦି ଶରୀରରେ ସଠିକ୍ ପରିମାଣର ଲୌହ ନଥାଏ, ତେବେ ପିଲାମାନେ ମଧ୍ୟ ରକ୍ତହୀନତାର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, ମାଢି ମଧ୍ୟ କଳା ହୋଇଯିବା, ଓଜନ କମିବା ଆରମ୍ଭ କରେ ଏବଂ ପିଲା ବାରମ୍ବାର ଅସୁସ୍ଥ ହୋଇଯାଏ । ଏପରି ପରିସ୍ଥିତିରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଆଇରନ୍ ଅଭାବ ଶିଶୁର ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ ।

ବିଶେଷଜ୍ଞମାନେ କହନ୍ତି ଯେ, ଭିଟାମିନ୍-ସି ଥିବା ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଆଇରନ୍ ସୃଷ୍ଟି ହେବାରେ ସାହାଯ୍ୟ କରିଥାଏ । ସେଥିପାଇଁ ପିଲାମାନଙ୍କୁ ଅଁଳା, କମଳା, କିୱି ଇତ୍ୟାଦି ଖାଇବାକୁ ଦିଅନ୍ତୁ । ଗର୍ଭବତୀମାନେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଆଇରନ୍ ଫୋଲିକ୍ ଏସିଡ୍ ଔଷଧ ଖାଇବା ଉଚିତ୍ । ଯେଉଁଥିପାଇଁ ଉଭୟ ଜନ୍ମିତ ଶିଶୁ ଏବଂ ଗର୍ଭବତୀଙ୍କ ମଧ୍ୟରେ ଆଇରନ୍‌ର ଅଭାବ ରହିନଥାଏ ।

ଲୌହ ଅଭାବର ଲକ୍ଷଣଗୁଡ଼ିକ କ’ଣ ?

ପିଲାମାନଙ୍କଠାରେ ଲୌହ ଅଭାବ ଥିଲେ, ସେମାନେ କ୍ଳାନ୍ତ ଅନୁଭବ କରନ୍ତି । ସେମାନଙ୍କ ଜିଭ ଫୁଲିଯାଏ, ଚର୍ମ, ଓଠ କିମ୍ବା ହାତର ହଳଦିଆ ପଡିଯାଏ । ଶରୀରର ତାପମାତ୍ରା ବଜାୟ ରଖିବାରେ ଅସୁବିଧା ହୋଇଥାଏ । ତେଣୁ ଏସବୁ ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ କରାଇନେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.