ETV Bharat / sukhibhava

ଭାରତୀୟ ବଂଶୋଦ୍ଭବ ବିକଶିତ କଲେ Antiviral Therapy, ରୋକିବ କୋଭିଡ ସଂକ୍ରମଣ

author img

By

Published : Sep 10, 2022, 6:36 PM IST

ଭାରତୀୟ ବଂଶୋଦ୍ଭବ ବିକଶିତ କଲେ Antiviral Therapy, ରୋକିବ କୋଭିଡ ସଂକ୍ରମଣ
ଭାରତୀୟ ବଂଶୋଦ୍ଭବ ବିକଶିତ କଲେ Antiviral Therapy, ରୋକିବ କୋଭିଡ ସଂକ୍ରମଣ

ସିଙ୍ଗଲ ଡୋଜ୍ ଇଣ୍ଟ୍ରାନାଜାଲ ଚିକିତ୍ସା(Single dose, Intranasal Treatment) ବିକଶିତ କଲେ ଆମେରିକାର ଅନୁସନ୍ଧାନକାରୀ ଦଳ । ରିସର୍ଚ୍ଚରଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ । ଅଧିକ ପଢନ୍ତୁ

ସାନ ଫ୍ରାନ୍ସିସ୍କୋ: ସିଙ୍ଗଲ ଡୋଜ୍ ଇଣ୍ଟ୍ରାନାଜାଲ ଚିକିତ୍ସା(Single-dose, Intranasal Treatment) ବିକଶିତ କରିଥିବା ଆମେରିକା ବୈଜ୍ଞାନିକମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ । ଆମେରିକାର ବୈଜ୍ଞାନିକମାନଙ୍କର ଏକ ଟିମ୍ ଏକକ-ଡୋଜ୍, ଇଣ୍ଟ୍ରାନାଜାଲ୍ ଚିକିତ୍ସା ବିକଶିତ କରିଛନ୍ତି, ଯାହା କେବଳ ଏକାଧିକ କୋଭିଡ୍ ଭାରିଆଣ୍ଟର ଲକ୍ଷଣକୁ ହ୍ରାସ କରିବନି ବରଂ ଭୂତାଣରୁ ମଧ୍ୟ ମୁକ୍ତି ଦେବ । ଏହି ଅନୁସନ୍ଧାନକାରୀ ଟିମ୍‌ରେ ଭାରତୀୟ ବଂଶୋଦ୍ଭବ ସୋନାଲି ଚତୁର୍ବେଦୀ(Indian-origin researcher in US research team) ମଧ୍ୟ ରହିଛନ୍ତି ।

ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ, ସାନ ଫ୍ରାନ୍ସିସ୍କୋର ଗ୍ଲାଡଷ୍ଟୋନ୍ ଇନଷ୍ଟିଚ୍ୟୁଟ୍ସର ଦଳ ଦର୍ଶାଇଛନ୍ତି ଯେ, ଥେରାପିଟିକ୍ ଇଣ୍ଟରଫେରିଙ୍ଗ୍ ପାର୍ଟକିଲ(herapeutic interfering particle, TIP) ନାମକ ଏହି ନୂତନ ଚିକିତ୍ସା ସଂକ୍ରମିତ ପ୍ରାଣୀମାନଙ୍କଠାରୁ ଭାଇରସ୍ ପରିମାଣକୁ ହ୍ରାସ କରିଥାଏ ଏବଂ ସଂକ୍ରମଣକୁ ସୀମିତ କରିଥାଏ ।

ଚତୁର୍ବେଦି କହିଛନ୍ତି ଯେ, "ଆମ ଅଭିଜ୍ଞତା ଅନୁଯାୟୀ, ଏହା ହେଉଛି ଏକମାତ୍ର ଡୋଜ୍ ଆଣ୍ଟିଭାଇରାଲ୍ ଯାହା, କେବଳ କୋଭିଡ୍-19 ର ଲକ୍ଷଣ ଏବଂ ଗମ୍ଭୀରତାକୁ ହ୍ରାସ କରେ ନାହିଁ, ବରଂ ଭାଇରସରୁ ମୁକ୍ତି ମଧ୍ୟ ଦେଇଥାଏ । SARS-CoV-2 ଭୂତାଣୁ ସଂକ୍ରମଣକୁ ସୀମିତ ରଖିବା ପାଇଁ ଆଣ୍ଟିଭାଇରାଲ୍ ଏବଂ ଟିକା ପାଇଁ ଏହା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ।" ଗ୍ଲାଡଷ୍ଟୋନର ବରିଷ୍ଠ ଅନୁସନ୍ଧାନକାରୀ ଲିଓର ୱେନବର୍ଗର କହିଛନ୍ତି ଯେ, "ଏହି ଅଧ୍ୟୟନ ଅନୁଯାୟୀ, TIP ର ସିଙ୍ଗଲ୍ ଇଣ୍ଟ୍ରାନାସାଲ୍ ଡୋଜ୍ ସଂକ୍ରମିତ ଭୂତାଣୁ ପରିମାଣକୁ ହ୍ରାସ କରିଥାଏ ଏବଂ ସେହି ଚିକିତ୍ସିତ ପ୍ରାଣୀ ସହିତ ସଂସ୍ପର୍ଶରେ ଆସିଥିବା ପଶୁମାନଙ୍କୁ ସୁରକ୍ଷା ଦେଇଥାଏ ।"

TIP ର ଏକ ଭଲ ଗୁଣ ହେଉଛି କି ଏହା ସଂକ୍ରମିତ କୋଷଗୁଡିକ ମଧ୍ୟରେ ଥିବା ଭୂତାଣକୁ ମାତ୍ ଦେବାରେ ଅଧିକ ସକ୍ଷମ । TIP ଗୁଡିକ ସେମାନେ ଟାର୍ଗେଟ କରିଥିବା ଭୂତାଣୁ ସହ ସମାନ କୋଷ ଭିତରେ ରହନ୍ତି, ଏକ ସମୟରେ ବିକଶିତ ହୁଅନ୍ତି, ନୂତନ ଭାଇରାଲ୍ ଷ୍ଟ୍ରେନ୍ ଉତ୍ପନ୍ନ ହେଲେ ମଧ୍ୟ TIP ସକ୍ରିୟ ହୋଇରହନ୍ତି । ଚତୁର୍ବେଦି କହିଛନ୍ତି ଯେ, "ଗତ କିଛି ବର୍ଷ ମଧ୍ୟରେ ମହାମାରୀର ଅନେକ ପ୍ରକାରର ନୂଆ ଭାରିଆଣ୍ଟ ଦେଖାଦେଇଛି ।"

ସେ କହିଛନ୍ତି ଯେ, "TIP ଏକ ଆଦର୍ଶ ଚିକିତ୍ସା ହେବ, କାରଣ ସେମାନେ ଭୂତାଣୁ ବିକଶିତ ହେବା ସହ ସୁଫଳ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି, ତେଣୁ ସେମାନେ ଡ୍ରଗ୍ ପ୍ରତିରୋଧ ସମସ୍ୟାକୁ ନିୟନ୍ତ୍ରଣରେ ରଖିପାରିବେ । ତେବେ ଏହି ପରୀକ୍ଷଣ ବନ୍ୟ ପ୍ରାଣୀଙ୍କ ଉପରେ କରାଯାଇଛି । ୱେନବର୍ଗରଙ୍କ ଟିମ୍ ବର୍ତ୍ତମାନ ମଣିଷ ଉପରେ ଥେରାପିଟିକ୍ ଇଣ୍ଟରଫେରିଙ୍ଗ୍ ପାର୍ଟକିଲ(TIP)ର କ୍ଲିନିକାଲ୍ ପରୀକ୍ଷା ପାଇଁ FDA ଅନୁମୋଦନ ଲୋଡିଛନ୍ତି ।" ଏହା ପଶୁମାନଙ୍କ ମଧ୍ୟରେ SARS-CoV-2 ସଂକ୍ରମଣକୁ ହ୍ରାସ କରିବାରେ ସକ୍ଷମ ହେବା ମାନବ-ମାନବ ସଂକ୍ରମଣକୁ ହ୍ରାସ କରିବାରେ ସକ୍ଷମ ହେବ ବୋଲି ସାନ ଫ୍ରାନ୍ସିସ୍କୋ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ସହ ଜଡିତ ଗ୍ଲାଡଷ୍ଟୋନର ୱେନବର୍ଗର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.