ETV Bharat / sukhibhava

ଭୂତାଣୁ ସଂକ୍ରମଣ ଓ କୋଭିଡ-୧୯ ଉପରେ ମୌସୁମୀର ପ୍ରଭାବ

author img

By

Published : Sep 3, 2020, 9:12 PM IST

ଭୂତାଣୁ ସଂକ୍ରମଣ ଓ କୋଭିଡ-୧୯ ଉପରେ ମୌସୁମୀର ପ୍ରଭାବ
ଭୂତାଣୁ ସଂକ୍ରମଣ ଓ କୋଭିଡ-୧୯ ଉପରେ ମୌସୁମୀର ପ୍ରଭାବ

କୋଭିଡ-୧୯ ମହାମାରୀର ପ୍ରକୋପ ଜାରି ରହିଛି । ଦିନକୁ ଦିନ ବେକାବୁ ହେବାଲେ ଲାଗିଛି ଏହି ମହାମାରୀ । ଯେତେ ଲକଡାଉନ ଓ କଡା କଟକଣା ସତ୍ତ୍ବେ ବି ନିୟନ୍ତ୍ରଣକୁ ଆସିପାରୁନାହିଁ କୋରୋନା ଭାରତରେ ମଧ୍ୟ ଏହି କୋରୋନା ଅନିୟନ୍ତ୍ରିତ ହେବାରେ ଲାଗିଛି । ଏପଟେ ପାଣିପାଗ ବି ବଦଳିବାରେ ଲାଗିଛି । ବର୍ଷା ଋତୁ ଚାଲିଥିବାରୁ ଅନ୍ୟ ଭୂତାଣୁ ସଂକ୍ରମଣର ଆଶଙ୍କା ବି ବଢିଯାଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: କୋଭିଡ-୧୯ ମହାମାରୀର ପ୍ରକୋପ ଜାରି ରହିଛି । ଦିନକୁ ଦିନ ବେକାବୁ ହେବାରେ ଲାଗିଛି ଏହି ମହାମାରୀ । ଯେତେ ଲକଡାଉନ ଓ କଡା କଟକଣା ସତ୍ତ୍ବେ ବି ନିୟନ୍ତ୍ରଣକୁ ଆସିପାରୁନାହିଁ କୋରୋନା । ଏପଟେ ପାଣିପାଗ ବି ବଦଳିବାରେ ଲାଗିଛି । ବର୍ଷା ଋତୁ ଚାଲିଥିବାରୁ ଅନ୍ୟ ଭାଇରାଲ ସଂକ୍ରମଣର ଆଶଙ୍କା ବି ବଢିଯାଇଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର –ଏନସିଡିସି ଅନୁସାରେ ୨୦୧୯ରେ ଦେଶବ୍ୟାପୀ ସିଜନାଲ ଇନଫ୍ଲୁଏନଜାଏ ( ଏଚ୧ଏନ୧ )ର ମୋଟ ମାମଲା ଥିଲା ୨୮ ହଜାର ୭୯୮ । ଏଥିରେ ୧ ହଜାର ୨୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଇଟିଭି ଭାରତ ସୁଖିଭବ ଟିମ୍ ହାଇଦ୍ରାବାଦ ସ୍ଥିତ ବିଶେଷଜ୍ଞ ଡାକ୍ତର କେ. ଶଙ୍କରଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଥିଲା ।

ସେ କହନ୍ତି ଯେ, ଚଳିତ ଋତୁରେ ଡେଙ୍ଗୁ, ସ୍ୱାଇନ ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ଓ ଅନ୍ୟ ଜଳବାହିତ ରୋଗ ଦେଖାଯିବା ସାଧାରଣ ଘଟଣା । ଅକ୍ଟୋବର ମାସ ଯାଏଁ ଏଭଳି ସ୍ଥିତି ରହିବ । ହେଲେ ଲୋକେ ଗୋଷ୍ଠୀ ପ୍ରତିରୋଧକ ହାସଲ କଲାପର୍ଯ୍ୟନ୍ତ କୋଭିଡ-୧୯ର ଉପସ୍ଥିତି ରହିପାରେ । ତେଣୁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର କେ.ଶଙ୍କର ।

ବର୍ଷା କୋଭିଡ-୧୯ ଭାଇରସକୁ କେମିତି ପ୍ରଭାବିତ କରିଛି ? ସିଜନାଲ ଭାଇରାଲ ସଂକ୍ରମଣ ବର୍ଷା ଦିନେ ଅଧିକ ବ୍ୟାପିଥାଏ । ତେବେ, ପ୍ରଶ୍ନ ହେଉଛି ଯେ, ବର୍ଷା କୋଭିଡ-୧୯ ଉପରେ ବି ପ୍ରଭାବ ପକାଏ ? ଇନ୍ଦୋରର ଆପଲ ହସପିଟାଲର ଡାକ୍ତର ସଂଜୟ କେ.ଜୈନ କହନ୍ତି ଯେ, ବର୍ଷା କୋଭିଡ-୧୯ର ବିସ୍ତାର ଉପରେ ସେତେଟା ପ୍ରଭାବ ପକାଇ ପାରିନାହିଁ । କୋଭିଡ-୧୯ ଓ ଅନ୍ୟ ଫ୍ଲୁ ମଧ୍ୟରେ ଏହା ହିଁ ଫରକ । ଥଣ୍ଡା ଲହରୀ, ବର୍ଷା ଓ ଆର୍ଦ୍ର ପାଗରେ ନିୟମିତ ଭାଇରାଲ ସଂକ୍ରମଣ ପ୍ରଭାବିତ ହୋଇଥାଏ । ଭାଇରସ ସକ୍ରିୟ ହୋଇଉଠେ ଓ ଅଧିକାଂଶ ଲୋକ ଫ୍ଲୁରେ ପୀଡିତ ହୁଅନ୍ତି । କିନ୍ତୁ କୋଭିଡ-୧୯ କ୍ଷେତ୍ରରେ ଏହା ପରିଲକ୍ଷିତ ହୋଇନାହିଁ ବୋଲି କହନ୍ତି ଡାକ୍ତର ଜୈନ । ଯଦି ଉଚ୍ଚ ଆର୍ଦ୍ର ପାଗ ହୁଏ, ତାହା ହେଲେ ଭାଇରସ ପବନରେ ଅଧିକ ସମୟ ଘୁରିବୁଲେ ।

ଯଦି ଜଣେ ଲୋକ ଛିଙ୍କିଲେ ବା କାଶିଲେ ବାହାରୁ ଥିବା ଡ୍ରପଲେଟ୍ ୬ ଘଣ୍ଟା ଯାଏଁ ବାୟୁରେ ରହିଥାଏ । ତେଣୁ ତାପମାତ୍ରା ଭାଇରସର ବଞ୍ଚିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ନିର୍ଦ୍ଦିଷ୍ଟ କିଛି ଭାଇରସ ସଂକ୍ରମଣ କମ ତାପମାତ୍ରାରେ ହିଁ ଅଧିକ ବ୍ୟାପେ ବୋଲି କହନ୍ତି ଡାକ୍ତର ଶଙ୍କର। ଭାଇରାଲ ସଂକ୍ରମଣ କିପରି ବ୍ୟାପେ ? ଜଣେ ଲୋକ ଭାଇରାଲ ଜ୍ୱରରେ ଆକ୍ରାନ୍ତ ହେବା ପଛରେ ପାଣିପାଗ ପରିବର୍ତ୍ତନ ମୁଖ୍ୟ କାରଣ ହୋଇଥାଏ ।

ସଂକ୍ରମିତ ଲୋକର କଫ ଓ ଛିଙ୍କରୁ ଭାଇରାଲ ସଂକ୍ରମଣ ବ୍ୟାପିଥାଏ । ଏହାଛଡା ଜଣେ ବ୍ୟକ୍ତି ଯଦି ବର୍ଷାରେ ଓଦା ହୋଇଯାଏ, ତେବେ, ତାହାର ଶରୀରରେ ହଠାତ ତାପମାତ୍ରାରେ ପରିବର୍ତନ ହୋଇଯାଏ । ଏହା ଫଳରେ ସଂପୃକ୍ତ ବ୍ୟକ୍ତିକୁ ଥଣ୍ଡା ଓ ଜ୍ୱର ହୋଇଯାଏ । ଏହାଛଡା ଆମ ଶରୀରରେ ଅନେକ ଭାଇରସ ଓ ବ୍ୟାକଟେରିଆମାନଙ୍କ ଉପସ୍ଥିତି ରହିଥାଏ । ଏଗୁଡିକୁ କମେନସାଲ୍ସ ବୋଲି କୁହାଯାଏ । କମେନସାଲ୍ସ ଶରୀରର କ୍ଷତି କରନ୍ତି ନାହିଁ । କିନ୍ତୁ ତାପମାତ୍ରାରେ ପରିବର୍ତ୍ତନ ହେଉଥିବାରୁ ସେଗୁଡିକ ସକ୍ରିୟ ହୋଇ ସଂକ୍ରମଣ କରିଥାନ୍ତି । କେମିତି ରୋକିବା ? ଅନ୍ୟାନ୍ୟ ନିୟମିତ ଭାଇରାଲ ସଂକ୍ରମଣ ସହ କୋଭିଡ-୧୯ ମଧ୍ୟ ଉଚ୍ଚ ହାରରେ ବ୍ୟାପୁଥିବାରୁ ଲୋକେ ପୂର୍ବାପେକ୍ଷା ଖୁବ୍ ସତର୍କତା ଅବଲମ୍ବନ କରିବା ଦରକାର । ଆସନ୍ତୁ କିଛି ପ୍ରତିକାର ଉପାୟ ନଜର ପକାଇବା ।

୧. ହାତକୁ ୨୦ ସେକେଣ୍ଡ ଯାଏଁ ସାବୁନ ପାଣି ବା ଆଲକୋହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜରରେ ବାରମ୍ବାର ଧୁଅନ୍ତୁ ।

୨. ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ଗୋଟିଏ ବ୍ୟକ୍ତିଠାରୁ ଅନ୍ତତଃ ୬ ଫୁଟ ଦୂରରେ ଛିଡା ହୁଅନ୍ତୁ । ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ।

୩. ସଠିକ କଫ୍ ହାଇଜିନ ବଜାୟ ରଖନ୍ତୁ । ଯଦି କେହି କାଶିବା ଓ ଛିଙ୍କିବା ଦେଖିଲେ, ଦୂରେଇ ଯାଆନ୍ତୁ ।

୪. ମାସ୍କ ନ ପିନ୍ଧି ଘରୁ ବାହାରନ୍ତୁ ନାହିଁ ।

୫. ପୁରା ସଫାସୁତୁରା ବଜାୟ ରଖିବାକୁ ପଡିବ ।

୬. ଆପଣଙ୍କ ଶରୀରର ତାପମାତ୍ରାରେ ଯେମିତି ହଠାତ୍ ପରିବର୍ତ୍ତନ ହେବ, ତାହା ନିଶ୍ଚିତ କରନ୍ତୁ । ବର୍ଷାରେ ଓଦା ହୁଅନ୍ତୁ ନାହିଁ । ଛତା ବା ରେନକୋଟ୍ ବ୍ୟବହାର କରନ୍ତୁ ।

୭.ବାହାରେ ଖାଇବାଠାରୁ ଦୂରେଇ ରହନ୍ତୁ । ଏହା ସଂକ୍ରମଣର କାରଣ ହୋଇପାରେ । ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।

୮. ଠିକ ଭାବେ ନିଦ୍ରା ଯାଆନ୍ତୁ । ଏହା ଶରୀର ପାଇଁ ବେଶ ଗୁରୁତ୍ୱପୂ୍ର୍ଣ୍ଣ ।

୯.ନିୟମିତ ବ୍ୟାୟାମ କରନ୍ତୁ । ଧ୍ୟାନ, ଯୋଗ ଓ ହୋମ ୱାର୍କଆଉଟ୍ ଅଭ୍ୟାସ କରନ୍ତୁ ।

୧୦. ଆପଣଙ୍କ ମେଡିକାଲ ସ୍ଥିତି ଉପରେ ବି ନଜର ରଖନ୍ତୁ । ଡାଇବେଟିସ, ରକ୍ତଚାପ ଆଦିକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କ ମେଡିସିନ ନିୟମିତ ସେବନ କରନ୍ତୁ ।

ଡକ୍ଟର ଶଙ୍କର କହନ୍ତି ଯେ, ଯଦି ଆବଶ୍ୟକ ନ ଥାଏ,ତାହା ହେଲେ ଘରୁ ବାହାରନ୍ତୁ ନାହିଁ । ଭାଇରସ ତୀବ୍ରତା ହ୍ରାସ ପାଇଁ କିଛି ମେଡିସିନ ଦିଆଯାଏ । କିନ୍ତୁ କୋଭିଡରୁ ଆରୋଗ୍ୟ ପାଇଁ ତ କୌଣସି ଔଷଧ ନାହିଁ । ଟିକା ଓ ଔଷଧ ପାଇଁ ଉଦ୍ୟମ ଜାରି ରହିଛି । ତେଣୁ ସାବଧାନତା ଅବଲମ୍ବନ କରି ହିଁ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିବ । ଭିଟାମିନ, ପୁଷ୍ଟିକର ଆହାର ଖାଇ ଓ ବ୍ୟାୟାମ କରି ଲୋକେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଦରକାର । ଏସବୁ ଅଭ୍ୟାସ କଲେ ଅନ୍ୟ ଭାଇରାଲ ସଂକ୍ରମଣଠାରୁ ଦୂରେଇ ରହି ହେବ ।

ମହାମାରୀ ଶେଷ ହୋଇନାହିଁ । ଆମେ କୋଭିଡ-୧୯ ସହ ହିଁ ବଂଚିବାକୁ ହେବ । ଆମର ଜୀବନଶୈଳୀରେ ପରିବର୍ତନ କରିବାକୁ ହେବ । ଘରେ ହିଁ ଅଧିକ ସମୟ ରହିବାକୁ ପଡିବ ବୋଲି ଡକ୍ଟର ସଂଜୟ କହିବା ସହ ପରିସ୍ଥିତି ବିରୋଧରେ ଆମେ ଶୀଘ୍ର ବିଜୟ ହାସଲ କରିବା ବୋଲି ଆଶା ପ୍ରକାଶ କରିଛନ୍ତି । ତେଣୁ କୋଭିଡ-୧୯ ଓ ଅନ୍ୟ ସଂକ୍ରମଣରୁ ବର୍ତିବା ପାଇଁ ଯଥାସମ୍ଭବ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.