ETV Bharat / sukhibhava

Chickpea Salad: ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି କି, ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ସାଲାଡ

author img

By ETV Bharat Odisha Team

Published : Sep 11, 2023, 4:58 PM IST

Chickpea Salad
Chickpea Salad

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ସକାଳ ଜଳଖିଆ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତେବେ ଏହି ସାଲାଡ ଖାଇଲେ ହ୍ରାସ ପାଇବ ଓଜନ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଫଳରେ ବାହାର ଖାଦ୍ୟ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇଯାଇଥାଏ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଛୋଟ ଛୁଆମାନେ ମଧ୍ୟ ମେଦବହୁଳତାର ଶିକାର ହେଉଛନ୍ତି । ଓଜନ ବୃଦ୍ଧି ହେବାକୁ ଅଳ୍ପ ସମୟ ଲାଗେ ହେଲେ ଅନେକ ପ୍ରଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ଶୀଘ୍ର ଓଜନ ହ୍ରାସ ହୁଏ ନାହିଁ । ଓଜନ ହ୍ରାସ କରିବା ପାଇଁ ଅନେକ ଲୋକ ଡାଏଟରେ ରହିବା ସହିତ ଖାଦ୍ୟାଭାସରେ ପରିବର୍ତ୍ତନ କରୁଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ସକାଳ ଜଳଖିଆ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯଦି ସକାଳେ ସ୍ବାସ୍ଥ୍ୟକର ସାଲାଡ୍‌ ଖାଇବା ପାଇଁ ଚାହାନ୍ତି ତେବେ ଚଣା ସାଲାଡ ଖାଇପାରିବେ। ଏହା ଓଜନ ବୃଦ୍ଧିକୁ ରୋକିବା ସହିତ ଓଜନ ହ୍ରାସରେ ମଧ୍ୟ ସାହାଯ୍ୟ କରିଥାଏ ।

ବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଫାଇବର ଅଛି ଯାହା ଖାଇବା ଦ୍ବାରା ପେଟ ଭରାଭରା ଲାଗିଥାଏ ଏବଂ ଶୀଘ୍ର ଭୋକ ଲାଗିନଥାଏ । ଚଣାକୁ ଫଳ କିମ୍ବା ସାଲାଡ୍‌ ସହିତ ମଧ୍ୟ ଖାଇପାରିବେ । ଏହା ଏକ ସ୍ୱାଦିଷ୍ଟ ଏବଂ ସୁସ୍ଥ ବିକଳ୍ପ । ତେବେ ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ଚଣା ସାଲାଡ ।

ଚଣା ସାଲାଡ ପାଇଁ ଆବଶ୍ୟକୀୟ ସାମଗ୍ରୀ:

ସିଝା ଚଣା - 1 କପ୍

କଟା ଟମାଟୋ - ୧

କଟା ପିଆଜ - ୧

ସବୁଜ ଲଙ୍କା - (ଇଚ୍ଛା ଅନୁସାରେ)

ଧନିଆ ପତ୍ର

ଲେମ୍ବୁ ରସ - 1 ଲେମ୍ବୁ

ସ୍ୱାଦ ଅନୁସାରେ ଲୁଣ

ଜିରା ପାଉଡର - ୨ଚାମଚ(ଏହା ବିକଳ୍ପ)

ଏହା ମଧ୍ୟ ପଢନ୍ତୁ: ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଭୁଲରେ ବି କରନ୍ତୁନି ଏହି କାମ

କିପରି ପ୍ରସ୍ତୁତ କରିବେ ସାଲାଡ:

ପ୍ରଥମେ ଚଣାକୁ ସିଝାଇ ଏକ ପାତ୍ରରେ ରଖନ୍ତୁ । ଟମାଟୋ, ପିଆଜ, କଞ୍ଚାଲଙ୍କା ଏବଂ ଧନିଆ ପତ୍ରକୁ ଏକ ପାତ୍ରରେ ରଖନ୍ତୁ । ଏହାପରେ ସେଥିରେ ଲୁଣ, ଗୋଲମରିଚ ଏବଂ ଜିରା ପାଉଡର ଏବଂ ଲେମ୍ବୁ ନେଇ ଭଲ ଭାବେ ମିଶାନ୍ତୁ । ଏହାପରେ ସାଲାଡକୁ ଥଣ୍ଡା ହେବା ପାଇଁ କିଛି ସମୟ ଫ୍ରିଜରେ ରଖିଦିଅନ୍ତୁ । ଏହାପରେ ଖାଇବା ପୂର୍ବରୁ ଧନିଆ ପତ୍ରକୁ କାଟି ସେଥିରେ ପକାଇ ଖାଆନ୍ତୁ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାକୁ ପ୍ରତିଦିନ ସକାଳ ଜଳଖିଆରେ ଖାଇପାରିବେ । ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥିବା ବେଳେ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ ।

ଚଣାର ସ୍ବାସ୍ଥ୍ୟ ଉପକାରିତା: ଚଣାରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଥାଏ । ଯାହା ମାଂସପେଶୀ ଗଠନରେ ସାହାଯ୍ୟ କରିଥାଏ । ଏହାସହ ଏଥିରେ ଅଧିକ ପରିମାଣରେ ରହିଥିବା ଫାଇବର ହଜମ ଶକ୍ତିକୁ ଉନ୍ନତ କରିଥାଏ । ଚଣାକୁ ଆଇରନ୍‌ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଯାହା ହେମୋଗ୍ଲୋବିନ୍ ସ୍ତରକୁ ବୃଦ୍ଧି କରାଇଥାଏ । କମ୍ କ୍ୟାଲୋରୀ ଏବଂ ଅଧିକ ପ୍ରୋଟିନ୍ ହେତୁ ଏହା କ୍ଷୁଧା ବା ଭୋକକୁ ରୋକିଥାଏ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.