ETV Bharat / sukhibhava

ଗୋଟିଏ କପ୍ କଫି କିପରି ଜଳବାୟୁ ପରିବର୍ତ୍ତନ କରେ, ଜାଣନ୍ତୁ

author img

By

Published : Jan 9, 2023, 6:59 PM IST

coffee
coffee

ବିଶ୍ବରେ ବଢୁଛି କଫି ପ୍ରତି ଆଦୃତି । ହେଲେ ଜାଣନ୍ତି କି ଗୋଟିଏ କପ୍ କଫି ପ୍ରସ୍ତୁତିରେ ପରିବେଶ ଉପରେ କି କି ପ୍ରଭାବ ପଡିଥାଏ(How your cup of coffee contributes to climate change), ଜାଣନ୍ତୁ...

ହାଇଦ୍ରାବାଦ: ପ୍ରାୟ 30 ବର୍ଷ ଧରି କଫି ପ୍ରତି ଆଦୃତି କ୍ରମାଗତ ଭାବରେ ବୃଦ୍ଧି ପାଉଛି । ମୁଣ୍ଡପିଛା ହାରାହାରି 2.7 କପ୍ କଫି ବ୍ୟବହାର ସହିତ କଫି ବର୍ତ୍ତମାନ କାନାଡାର ସବୁଠାରୁ ଲୋକପ୍ରିୟ ପାନୀୟ । ଏକ ଆକଳନ ଅନୁଯାୟୀ, ବିଶ୍ବରେ ଦୈନିକ ପ୍ରାୟ ଦୁଇ ବିଲିୟନ କପ୍ କଫି ପିଆଯାଏ । ଏହି ଚାହିଦା ହେତୁ କଫି ପ୍ରସ୍ତୁତି ପ୍ରଣାଳୀରେ ଅନେକ ବିବିଧତା ଦେଖାଦେଇଛି । କଫି କ୍ୟାପସୁଲ ଉତ୍ପାଦନ ମଧ୍ୟ ହେଉଛି । ଏହି କ୍ୟାପସୁଲଗୁଡିକ ପ୍ରସ୍ତୁତ କରିବାର ପଦ୍ଧତି ପରିବେଶ ପାଇଁ କ୍ଷତିକାରକ ବୋଲି କୁହାଯାଉଛି । ତେବେ ଏନେଇ ଅନୁସନ୍ଧାନକାରୀ କଣ କହୁଛନ୍ତି(How your cup of coffee contributes to climate change), ଜାଣନ୍ତୁ...

coffee beans
କଫି ଲୋକପ୍ରିୟ ପାନୀୟ

ଉତ୍ପାଦ ଏବଂ ସେବାଗୁଡିକର ପରିବେଶ ପ୍ରଭାବକୁ ଆକଳନ କରିବା ପାଇଁ କାର୍ଯ୍ୟ କରୁଥିବା ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, "ଆମେ ପ୍ରାୟତଃ କଫି ତିଆରିରେ କେତେ ଅଙ୍ଗାରକାମ୍ଳ ନିର୍ଗତ କରୁଛି, ସେ ବାବଦରେ ଜାଣିବା ପାଇଁ ଅନୁସନ୍ଧାନ କଲୁ । ଘରେ କଫି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ଅନେକ କୌଶଳର କାର୍ବନ ନିର୍ଗମନକୁ ଆମେ ଅଧ୍ୟୟନ କରିବାକୁ ସ୍ଥିର କଲୁ ଏବଂ ଏହା ଜାଣିବାକୁ ପାଇଲୁ ଯେ, କଫି କ୍ୟାପସୁଲ ସବୁଠୁ ବଡ କାର୍ବନ ନିର୍ଗତକାରୀ ନୁହେଁ ।"

coffee beans
କଫି ଲୋକପ୍ରିୟ ପାନୀୟ

କଫିର ଜୀବନଚକ୍ର: ଘରେ କଫି ପ୍ରସ୍ତୁତ କରାଗଲେ ଏହା ପ୍ରଦୂଷଣର ଏକ ଛୋଟ ଅଂଶ ହେବ । ଆପଣ ଏକ କପ୍ କଫି ଉପଭୋଗ କରିବା ପୂର୍ବରୁ, ଏହା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରେ, କଫି ଦାନା(Beans)ର କୃଷି ଉତ୍ପାଦନ, ସେଗୁଡିକୁ ପରିବହନ, ଦାନାଗୁଡିକୁ ଭାଜିବା ଏବଂ ଗ୍ରାଇଣ୍ଡିଂ କରିବା, କଫି ପାଇଁ ପାଣି ଗରମ କରିବା ଏବଂ କଫି ଢାଳିବା ପାଇଁ କପ୍ ଧୋଇବା ଇତ୍ୟାଦି । ଏହିସବୁ ପର୍ଯ୍ୟାୟ ପାଇଁ ଗ୍ରୀନ୍ ହାଉସ୍ ଗ୍ୟାସ୍ (GHG) ନିର୍ଗତ ହୁଏ । କଫି ପ୍ରସ୍ତୁତି ପ୍ରଣାଳୀରେ କାର୍ବନ ନିର୍ଗମନକୁ ତୁଳନା କରିବା ପାଇଁ, କଫିର ସମଗ୍ର ଜୀବନଚକ୍ରକୁ ବିଚାର କରିବା ଜରୁରୀ, ଯେଉଁଥିରେ କଫି ଉତ୍ପାଦନଠାରୁ ପ୍ୟାକେଜିଂ ଏବଂ ଉତ୍ପାଦନ ଯନ୍ତ୍ରପାତି, କଫି ପ୍ରସ୍ତୁତି ଏବଂ ଉତ୍ପାଦିତ ବର୍ଜ୍ୟବସ୍ତୁ ପର୍ଯ୍ୟନ୍ତ ସବୁକିଛି ତଦାରଖ ହୋଇପାରୁ ଥିବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

coffee
କଫି ଲୋକପ୍ରିୟ ପାନୀୟ

କଫି ପ୍ରସ୍ତୁତିର ଚାରୋଟି ପଦ୍ଧତି ତୁଳନା : ଜଣେ ଅନୁସନ୍ଧାନକାରୀ କହିଛନ୍ତି ଯେ, ଆମେ ଏହାକୁ ଅଧିକ ଅଧ୍ୟୟନ କରିବାକୁ ସ୍ଥିର କଲୁ ଏବଂ ଏହି ବିଷୟ ଉପରେ ଏକ ବିସ୍ତୃତ ସମୀକ୍ଷା କରିଥିଲୁ । ତା’ପରେ ଆମେ 280 ମିଲିଲିଟର କଫି ପ୍ରସ୍ତୁତ କରିବାର ଚାରୋଟି ପଦ୍ଧତି ତୁଳନା କରି କଫିର କାର୍ବନ ନିର୍ଗମନକୁ ମାପ କଲୁ । ଆମର ବିଶ୍ଳେଷଣ ସ୍ପଷ୍ଟ ଭାବରେ ଦର୍ଶାଇଲା ଯେ, ପାରମ୍ପରିକ ଫିଲ୍ଟର କଫିରେ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ, ମୁଖ୍ୟତଃ ସେହି ପରିମାଣର କଫି ଉତ୍ପାଦନ ପାଇଁ ଅଧିକ ପରିମାଣର କଫି ପାଉଡର ବ୍ୟବହୃତ ହୁଏ । ଏହି ପ୍ରକ୍ରିୟାରେ ପାଣିକୁ ଗରମ କରିବାରେ ଏବଂ ଗରମ ରଖିବା ପାଇଁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.