ETV Bharat / sukhibhava

Mental Health: ମନକୁ ଖୁସି କରିବାକୁ ଚାହୁଁଛନ୍ତି କି ? ଦୈନିକ କାର୍ଯ୍ୟରେ ସାମିଲ କରନ୍ତୁ ଏହି ଆକ୍ଟିଭିଟି

author img

By ETV Bharat Odisha Team

Published : Sep 11, 2023, 2:55 PM IST

Mental Health
Mental Health

ମନ ଏବଂ ମସ୍ତିଷ୍କକୁ ଖୁସି କରିବାକୁ ଚାହୁଁଛନ୍ତି କି ? ଏହି ଆକ୍ଟିଭିଟି କଲେ ଖୁସିରେ ରହିପାରିବେ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନ ଯୋଗୁଁ ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡିଥାଏ । ତେବେ ଡିଜିଟାଲ୍ ଉପକରଣଗୁଡ଼ିକ ଉପରେ କାର୍ଯ୍ୟଭାର ବୃଦ୍ଧି କିମ୍ବା ନିର୍ଭରଶୀଳତା ସହିତ ଆମର ମସ୍ତିଷ୍କ କ୍ରମାଗତ ଭାବରେ ସତେଜତା ଏବଂ ଶକ୍ତି ଆବଶ୍ୟକ କରେ । ଯଦି ମସ୍ତିଷ୍କର ଯତ୍ନ ନେଉନାହୁଁ ତେବେ ମାନସିକ ଅଶାନ୍ତି ଲାଗି ରହିବା ସହିତ ଥକ୍କା ଲାଗିଥାଏ। ତେବେ ମନ ଏବଂ ହୃଦୟକୁ ଖୁସି ରଖି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ତାହାଲେ ଦୈନନ୍ଦିନ ଜୀବନରେ ଏହି କାର୍ଯ୍ୟକୁ ସାମିଲ କରନ୍ତୁ

ଧ୍ୟାନ: ଧ୍ୟାନ ମନକୁ ସୁସ୍ଥ ଏବଂ ଖୁସି ରଖିବାରେ ସାହାଯ୍ୟ କରେ । ଏହାସହ ଧ୍ୟାନ ମାନସିକ ଶାନ୍ତି ପ୍ରଦାନ କରେ ଯାହା ଚାପକୁ ହ୍ରାସ କରିଥାଏ । ଫଳରେ ମନକୁ ଶାନ୍ତି ମିଳେ । ମେଡିଟେସନ ଦ୍ବାରା ଏକାଗ୍ରତା ବୃଦ୍ଧି ସହିତ ସଚେତନତା ଭାବ ଆସିଥାଏ । ଏହା ମସ୍ତିଷ୍କର କାର୍ଯ୍ୟକଳାପକୁ ବୃଦ୍ଧି କରିଥାଏ । ଧ୍ୟାନ ଦ୍ବାରା ମସ୍ତିଷ୍କର ପ୍ଲାଷ୍ଟିସିଟି ବୃଦ୍ଧି ପାଇଥାଏ, ଯାହା କୌଣସି ଏକ ନୂତନ ଜିନିଷ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ । ମନକୁ ଶାନ୍ତ ଏବଂ ଖୁସି ରଖିବା ଦ୍ୱାରା ଏହା ଉତ୍ସାହ, ସକରାତ୍ମକତା ଭାବନା ଜାଗ୍ରତ ହୋଇଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଧ୍ୟାନ କରିବା ଦ୍ବାରା ମନକୁ ଶାନ୍ତି ମିଳିଥାଏ ।

ସଠିକ ସମୟରେ ଖାଦ୍ୟ ଗ୍ରହଣ ଏବଂ ପାନୀୟ: ଶରୀରରେ 70 ଭାଗ ଜଳ ରହିଥାଏ । ତେଣୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ପାଣି ପିଇବା ମସ୍ତିଷ୍କରେ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ ଯାହା ମସ୍ତିଷ୍କ କାର୍ଯ୍ୟ ପାଇଁ ଜରୁରୀ ଅଟେ । ଫଳ, ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ମସ୍ତିଷ୍କକୁ ଆକ୍ଟିଭ୍‌ ରଖିଥାଏ ।

ଶାରୀରିକ ବ୍ୟାୟାମ: ନିୟମିତ ବ୍ୟାୟାମ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ, ଯାହା ମସ୍ତିଷ୍କକୁ ଅଧିକ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ । ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ ଯାହା ମସ୍ତିଷ୍କକୁ ସତେଜ ଅନୁଭବ କରିଥାଏ । ଏଣ୍ଡ୍ରୋଫିନ୍ସ ପରି ହରମୋନ୍ ବୃଦ୍ଧି ହୋଇଥାଏ ଯାହା ମନୋବଳକୁ ସୁଦୃଢ଼ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Happy Hormone: ଆପଣ ବି ଖୁସି ରହିବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ

ଡିଜିଟାଲ୍ ଡିଟକ୍ସ: ଡିଜିଟାଲ୍ ଡିଟକ୍ସ ଯଥା ଡିଜିଟାଲ୍ ଉପକରଣରୁ ବିରତି ନେଲେ ମନ ଏବଂ ମସ୍ତିଷ୍କ ଖୁସି ରହିଥାଏ । ତେଣୁ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରରୁ ସମୟ ସମୟରେ ଏକ ବିରତି ନେବା ଆବଶ୍ୟକ । ଯାହା ଦ୍ବାରା ଆମର ମନ ଆକ୍ଟିଭ୍‌ ହୋଇପାରିବ । ଫୋନ୍ ଏବଂ ଲାପଟପ୍‌ରୁ ବିରତି ଆଖିକୁ ବିଶ୍ରାମ ଦେଇଥାଏ । ସୋସିଆଲ ମିଡିଆରୁ ଦୂରତା ସୃଷ୍ଟି ହେତୁ ଚାପ ଏବଂ ଚିନ୍ତା କମିଯାଏ ।

ପେଟିଂ, ସଙ୍ଗୀତ, ନୃତ୍ୟ ଇତ୍ୟାଦି ଶବ୍ଦଗୁଡ଼ିକ ମସ୍ତିଷ୍କର ବିଭିନ୍ନ ଅଂଶକୁ ସକ୍ରିୟ କରିଥାଏ । ଏହା ମସ୍ତିଷ୍କ ପାଇଁ ଚ୍ୟାଲେଞ୍ଜିଂ କାର୍ଯ୍ୟ କରିବାକୁ ସୁଯୋଗ ପ୍ରଦାନ କରେ । ସୃଜନଶୀଳତା ମନକୁ ନମନୀୟ ରଖେ ଏବଂ ନୂତନ ଜିନିଷ ଶିଖିବାର କ୍ଷମତା ବୃଦ୍ଧି ପାଏ । ଚାପ ହ୍ରାସ କରିବାରେ ଏବଂ ମନକୁ ଶାନ୍ତି ଯୋଗାଇବାରେ ଏହି କାର୍ଯ୍ୟକଳାପ ସହାୟକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.