ETV Bharat / sukhibhava

Horoscope: ଆଜି ଚତୁର୍ଦ୍ଦିଗରୁ ସଫଳତା ପାଇବେ, ସୁସ୍ବାଦୁ ଭୋଜନ ଖାଇ ଆନନ୍ଦିତ ହେବେ ଏହି ରାଶିର ବ୍ୟକ୍ତି

author img

By ETV Bharat Odisha Team

Published : Sep 8, 2023, 12:06 AM IST

Horoscope
Horoscope

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ସହଜ ଦିନ ରହିବ। ଅର୍ଥାତ ଦିନରେ କୌଣସି ପ୍ରକାର ସମସ୍ୟା ରହିବ ନାହିଁ। ଆପଣ ନିଜର ଜିନିଷ ପତ୍ର ସଜାଡନ୍ତୁ କାରଣ ବାହାରକୁ ଯିବାର ସମ୍ଭାବନା ରହିଛି। ଭବିଷ୍ୟତ ପାଇଁ ଆଜି କିଛି ନୂଆ ଯୋଜନା କରିପାରନ୍ତି। ଆଜିର ବିଚାର ମୂଲ୍ୟବାନ ହୋଇପାରେ ଯାହା ହଠାତ ଆପଣଙ୍କ ବିଚାର ବଦଳାଇପାରେ। ସେଥିପାଇଁ ଆପଣଙ୍କର ନିର୍ଣ୍ଣୟ ନେବାରେ ବିଳମ୍ୱ ହୋଇପାରେ। ସେହି ସମୟରେ ଆପଣ କୌଣସି ଲୋକଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।

ବୃଷ: ଆପଣ ଆଜି ସ୍ଥିର ଏବଂ ଶାନ୍ତ ରହନ୍ତୁ। ଆଜି ସମୟ ନଷ୍ଟ ହେଲା ଭଳି ମନେ ହେବ। ମନ ଓ କାର୍ଯ୍ୟରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। ଲେଖକ ଓ କଳାକାର ମାନଙ୍କ ପାଇଁ ଆଜି ଖୁସିର ଦିନ ହେବ। ଆପଣଙ୍କର ଭ୍ରମଣ ସ୍ଥଗିତ କରନ୍ତୁ। ଆଜି କୌଣସି ନୁତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ।

ମିଥୁନ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳ ମୟ ହେବ। ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ। ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ। ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ପରିବାର, ବନ୍ଧୁବର୍ଗ ଏବଂ ଆପଣଙ୍କର ଆନନ୍ଦ ପୁର୍ଣ୍ଣ ମନୋବୃତ୍ତି ଏକତ୍ର ମିଶି ଅଧିକ ଉଲ୍ଲାସମୟ କରିପାରିବେ।ଏକ ଅଧିକ ଉଲ୍ଲେଖନୀୟ ଏବଂ ଆଶ୍ଚର୍ଯ୍ୟଜନକ ଉପହାର ପ୍ରାପ୍ତ କରିବେ ।

କର୍କଟ: ଆଜି କିଛି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତ ନିଅନ୍ତୁ ନାହିଁ। ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ। କଥା କହିବା ପୂର୍ବରୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ନଚେତ ପାରିବାରିକ ବିବିଦ ଦେଖାଯିବ। ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁଥିବା ଭୁଲ ବୁଝାମଣାକୁ ଦୁରେଇ ଦେବା ବହୁତ ଭଲ ହେବ। ଆପଣଙ୍କର ସ୍ୱାସ୍ଥ୍ୟ, ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ। ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ସିଂହ: ସିଂହ ରାଶି ମାନଙ୍କ ପାଇଁ କଠିନ ପରିଶ୍ରମ କରି ସଫଳତା ପାଇବେ। ଆପଣଙ୍କ ମିତ୍ରମାନେ ଏବଂ ବିଶେଷତଃ ମହିଳା ଘନିଷ୍ଠ ମିତ୍ର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଖୁସୀ ହେବେ। ଦିନ କିମ୍ୱା ସପ୍ତାହ ପରେ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ଏକ ସୁନ୍ଦର ସ୍ଥାନକୁ ଭ୍ରମଣ କୁ ଯିବା ପାଇଁ ଏକ ଭଲ ନିର୍ଣ୍ଣୟ ହୋଇପାରେ। ଆପଣଙ୍କର ବ୍ୟବସାୟରେ ଆର୍ଥିକ ଲାଭ ମିଳିପାରେ।

କନ୍ୟା: ଆପଣଙ୍କର ଆଜି ହେଉଛି ଏକ ବଢିଆ ଦିନ। ଏହା ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ହୋଇପାରେ। ଆଜି ଆପଣମାନଙ୍କ ପାଇଁ ଚତୁର୍ଦ୍ଦିିଗରୁ ସଫଳତାର ବର୍ଷା ହେବ। ଯାହା ଆପଣ ଚାହୁଁଛନ୍ତି ତାହା ପାଇପାରିବେ। ନୂତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ବୃତ୍ତିଗତ ସଫଳତା, ଆୟ ବୃଦ୍ଧି ଏବଂ ପଦନ୍ନୋତି ନେଇ ଖୁସି ଖବର ମିଳିପାରେ। ବ୍ୟକ୍ତିଗତ ଭାବେ ଆପଣ ନିଜ ବାପାଙ୍କଠାରୁ ଲାଭବାନ ହେବେ। ଘରେ ଖୁସୀ ଏବଂ ଶାନ୍ତି ବଜାୟୀ ରହିବ।

ତୁଳା: ଆଜି ଦିନଟି ହସଖୁସିରେ କଟିବ। କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ। ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ। ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସୀ ଦେଇପାରେ।

ବିଛା: ପ୍ରତ୍ୟେକ କୋଣରୁ ଖୁସି ମିଳିବ। ଜୀବନର ଅନେକ କାର୍ଯ୍ୟରେ ଆଜି ସଫଳତା ପାଇବେ। ଆଜି ଆପଣ ଖୁସି ହେବେ। ବ୍ୟବସାୟରେ ଭାଗୀଦାରୀ ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ। ବନ୍ଧୁମିଳନ ଯୋଗ ରହିଛି। ସେମାନହ୍କ ଠାରୁ ଶକ୍ତି ଏବଂ ଉତ୍ସାହ ପାଇବେ।ଆପଣ ସର୍ବୋତ୍ତମ ସୃଜନକାରିତାକୁ ପହଞ୍ଚି ପାରନ୍ତି। ଏହି ଅମୁଲ୍ୟ ସମୟକୁ ଉପଭୋଗ କରନ୍ତୁ ଏବଂ ସମସ୍ତ ସମୃଦ୍ଧିକୁ ସାଇତି ରଖନ୍ତୁ।

ଧନୁ: ଆଜି ଦିନ ଆପଣଙ୍କ ସପକ୍ଷରେ ଯିବ। ଆପଣଙ୍କ ଜୀବନର ଅନେକ କାର୍ଯ୍ୟ ଆଜି ସଫଳ ହେବ। କାରବାର ଆପଣଙ୍କୁ ଖୁସୀ ପ୍ରଦାନ କରିବ। ବ୍ୟବସାୟରେ ଭାଗିଦାରି ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ। ସାଙ୍ଗସାଥିଙ୍କ ସହ ଦେଖା ହୋଇ ମନ ପ୍ରଫୁଲିତ ହେବ। ଆପଣ ସର୍ବୋତ୍ତମ ସୃଜନକାରିତାକୁ ପହଞ୍ଚି ପାରନ୍ତି।

ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ। ବ୍ୟବସାୟୀ, କର୍ମଚାରୀ, ଗୃହିଣୀ ଏବଂ ବିଦ୍ୟାର୍ଥିଙ୍କମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ। ସେମାନେ ଦିନଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିପାରିବେ। ପାରିବାରିକ ଏବଂ ବୃତିଗତ ଜୀବନ ଆର୍ଥିକ ସ୍ୱଚ୍ଛଳତା ରହିବ। ଶତୃମାନେ ପରାଜୟ ବରଣ କରିବେ। ଶାରୀରିକ ସୁସ୍ଥତା ବଜାୟ ରହିବ।

କୁମ୍ଭ: ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦିନତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ। ମହିଳାମାନେ ନିଜର ବିବାଦିୟ ମନୋବୃତ୍ତିକୁ ପ୍ରତ୍ଯାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍‍। ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ। ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ।

ମୀନ: ଆଜି ଦିନରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହି କାରଣ ଯୋଗୁଁ ଆପଣଙ୍କ ନୈତିକ ଚରିତ୍ରର ଅବସ୍ଥା ଦିନସାରା କ୍ଷୀଣ ରହିବ। ଶାରୀରିକ ଅସୁସ୍ଥତା ଦେଖାଦେବ। ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ। ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷାକରନ୍ତୁ। କର୍ମଚାରୀମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି। ଆଜି ଆପଣ ନିଜର ସମ୍ପତ୍ତି କିମ୍ବା ଯାନବାହାନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.